ନୂଆଦିଲ୍ଲୀ: ଦେଶରେ ଆକାଶ ଛୁଆଁ ବଢୁଛି କୋରୋନା ସଂକ୍ରମଣ । ଏପରି ସ୍ଥିତିରେ ଡରାଇଲାଣି ତେଜରାତି ଦୋକାନ, ପରିବାର ଦୋକାନ ସହ ଅନ୍ୟାନ୍ୟ ବ୍ୟବସାୟୀ ସ୍ଥଳୀ । ଏହି ସବୁ ଦୋକାନରେ ଦୈନିନ୍ଦିନ ତଥା ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଇଁ ଲୋକଙ୍କ ଯା’ଆସ ଲାଗି ଥାଏ । ବର୍ତ୍ତମାନ ଏହି ସବୁ ଅଞ୍ଚଳ ଏବେ କୋରୋନା ବ୍ୟାପିବାର ମୁଖ୍ୟ କାରଣ ହୋଇପାରେ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଚେତାଇ ଦିଆଯାଇଛି । ତେଣୁ ଏନେଇ ତୁରନ୍ତ ଟେଷ୍ଟିଂ କ୍ଷମତାକୁ ବଢାଇ କୋରୋନା ଚିହ୍ନଟ କରିବାକୁ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦିଆଯାଇଛି ।
ଦେଶର ନୂତନ ଅଞ୍ଚଳରେ କୋଭିଡ ମାମଲା ରିପୋର୍ଟ ଚିନ୍ତା ବଢାଇ ଥିବାବେଳେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ କୋରୋନା ମୃତ୍ୟୁହାର ହ୍ରାସ କରିବାକୁ ନିଶ୍ଚିତ କରିବାକୁ ପରାମର୍ଶ ଦେଇଛନ୍ତି । ଅମ୍ଳଜାନ ସୁବିଧା ଏବଂ ଶୀଘ୍ର ପ୍ରତିକ୍ରିୟା ପ୍ରଣାଳୀ ସହିତ ଆମ୍ବୁଲାନ୍ସ ପରିବହନ ବ୍ୟବସ୍ଥାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।
ସଂକ୍ରମଣର ବିସ୍ତାର ପାଇଁ ସମ୍ଭାବ୍ୟ ହଟସ୍ପଟ୍ ଯେପରି ବନ୍ଦ ପରିବେଶରେ ଶିଳ୍ପ କାର୍ଯ୍ୟ, ମାତ୍ରାଧିକ ସଂକ୍ରମଣ ଅଞ୍ଚଳରୁ ଆସୁଥିବା ଲୋକେ, ଅନ୍ୟାନ୍ୟ ଉଚ୍ଚ ସାନ୍ଦ୍ରତା କ୍ଷେତ୍ର ଯେପରିକି ବସ୍ତି, କାରାଗାର, ବାର୍ଦ୍ଧକ୍ୟ ଘର ଇତ୍ୟାଦି ରହିଛି । ସେହିପରି ଗ୍ରୋସରୀ ଦୋକାନ, ପନିପରିବା ଏବଂ ଅନ୍ୟାନ୍ୟ ବିକ୍ରେତା ଇତ୍ୟାଦି ବହୁ ସଂଖ୍ୟକ ଲୋକଙ୍କ ନିକଟରେ ସଂକ୍ରମଣର ସମ୍ଭାବ୍ୟ ବିସ୍ତାରକାରୀ ହୋଇପାରନ୍ତି ବୋଲି ସ୍ବାସ୍ଥ୍ୟ ସଚିବ ଚିଠି ମାଧ୍ୟମରେ ଦର୍ଶାଇଛନ୍ତି ।
ସୂଚନାଯୋଗ୍ୟ, ଗତ 24 ଘଣ୍ଟାରେ 61 ହଜାର 537 ନୂତନ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଏଥିସହ 933 ଜଣଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ ଦେଶରେ ମୋଟ ସଂକ୍ରମିତ ମାମଲା 20,88, 612 ରେ ପହଞ୍ଚିଛି । ମୋଟ ମୃତ୍ୟୁହାର 42 ହଜାର 518ରେ ପହଞ୍ଚିଛି ।
@ANI