ETV Bharat / bharat

ଏପ୍ରିଲ 20 ପରେ କୋହଳ ହେବ ଲକ ଡାଉନ, ଜାଣନ୍ତୁ ନୂଆ ତାଲିକାରେ ସାମିଲ ହେଲା କେଉଁ କ୍ଷେତ୍ର - ଏପ୍ରିଲ 20 ପରେ କୋହଳ ହେବ ଲକ ଡାଉନ

ଏପ୍ରିଲ 20 ପରେ କୋହଳ ହେବ ଲକଡାଉନ, ଅଣ ବ୍ୟାଙ୍କିଙ୍ଗ୍ ଫାଇନାନ୍ସ କର୍ପୋରେସନ୍ ଏବଂ ମାଇକ୍ରୋ ଫାଇନାନ୍ସ ସଂସ୍ଥାଗୁଡ଼ିକୁ ଅତ୍ୟାବଶ୍ୟକ ସେବା ଭାବରେ ଚିହ୍ନିଟ କରାଯିବ ଯାହା ପୁଣି ଆରମ୍ଭ ହୋଇପାରେ । ଅଧିକ ପଢ଼ନ୍ତୁ...

Centre Adds More To List Of What Is Allowed After April 20 Amid Lockdown
ଫାଇଲ ଫଟୋ
author img

By

Published : Apr 18, 2020, 12:51 AM IST

ନୂଆଦିଲ୍ଲୀ: କୋରୋନା ଭାଇରସ୍ ଦ୍ୱାରା କମ ପ୍ରଭାବିତ ଅଞ୍ଚଳରେ କୋହଳ ହେବ ସରକାରୀ ନିୟମ । ଦେଶର କେତେକ ସ୍ଥାନରେ ଲକ ଡାଉନ ଭିତରେ ମଧ୍ୟ କାର୍ଯ୍ୟକରିବାକୁ ଅନୁମତି ଦିଆଯିବ । ତେବେ ଏହି ନୂତନ କାର୍ଯ୍ୟ ତାଲିକାରେ ସରକାର ଆହୁରି କିଛି ନୂତନ କ୍ଷେତ୍ରକୁ ସାମିଲ କରିଛନ୍ତି ।

ଅଣ ବ୍ୟାଙ୍କିଙ୍ଗ୍ ଫାଇନାନ୍ସ କର୍ପୋରେସନ୍ ଏବଂ ମାଇକ୍ରୋ ଫାଇନାନ୍ସ ସଂସ୍ଥାଗୁଡ଼ିକୁ ଅତ୍ୟାବଶ୍ୟକ ସେବା ଭାବରେ ଚିହ୍ନିଟ କରାଯିବ ଯାହା ପୁଣି ଆରମ୍ଭ ହୋଇପାରେ । ଏହି ତାଲିକାରେ ନଡ଼ିଆ, ମସଲା ବାଉଁଶ, ବାଦାମ ଏବଂ ଜଙ୍ଗଲଜାତ ଦ୍ରବ୍ୟ ମଧ୍ୟ ସାମିଲ ହେବ ।

ଗୃହ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ବିଜ୍ଞପ୍ତି ଅନୁଯାୟୀ, ଜଳ ଯୋଗାଣ, ପରିମଳ, ବିଦ୍ୟୁତ୍ ଟେଲିକମ୍ ଅପ୍ଟିକାଲ୍ ଫାଇବର ଏବଂ କେବୁଲ ଆଦି ଯୋଗାଣ କାର୍ଯ୍ୟ ସହ ଗ୍ରାମାଞ୍ଚଳରେ ନିର୍ମାଣ ହେବା ପାଇଁ ଅନୁମତି ଦିଆଯିବ। ଗୁରୁବାର ସରକାରଙ୍କ କହିବା ଅନୁସାରେ, ମୋବାଇଲ୍ ଫୋନ୍, ଟେଲିଭିଜନ, ରେଫ୍ରିଜରେଟର, ଲାପଟପ୍, ପୋଷାକ ଏବଂ ଷ୍ଟେସନାରୀ ସାମଗ୍ରୀ ଆମାଜନ, ଫ୍ଲିପକାର୍ଟ ଏବଂ ସ୍ନାପଡିଲ ଭଳି ଇ-କମର୍ସ ପ୍ଲାଟଫର୍ମରେ ଉପଲବ୍ଧ ହେବ । ଖାଦ୍ୟ ସାମଗ୍ରୀ ଏବଂ ଔଷଧ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ ବିକ୍ରି ହୋଇପାରିବ ।

ଇ-କମର୍ସ କମ୍ପାନୀ ଗୁଡିକର ଡେଲିଭରି ଭ୍ୟାନ, କର୍ତ୍ତୃପକ୍ଷଙ୍କ ଅନୁମତି କ୍ରମେ ରାସ୍ତାରେ କାର୍ଯ୍ୟ କରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ଆସନ୍ତା ମେ 3 ତାରିଖ ପର୍ଯ୍ୟନ୍ତ ଲକଡାଉନ ବଢାଇବା ପରେ ଶିଳ୍ପ ଏବଂ ବ୍ୟବସାୟିକ କାର୍ଯ୍ୟକଳାପର ପୁନରୁତ୍ଥାନ ପାଇଁ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏପ୍ରିଲ 20 ପର୍ଯ୍ୟନ୍ତ ଲକଡାଉନକୁ କଡାକଡି ଭାବେ ପାଳନ କରାଯିବ । ଏହାପରେ ଯେଉଁ ଜିଲ୍ଲାଗୁଡିକ ଭାଇରସ ହଟସ୍ପଟ ନୁହଁନ୍ତି ସେମାନଙ୍କୁ କିଛି ଶିଳ୍ପ, ନିର୍ମାଣ ଏବଂ ଉତ୍ପାଦନ କାର୍ଯ୍ୟକଳାପକୁ ପୁଣି ଆରମ୍ଭ କରିବାକୁ ଅନୁମତି ଦିଆଯିବ । କାରଣ ସରକାର ଅର୍ଥନୀତିକୁ ମଧ୍ୟ ବଞ୍ଚାଇ ରଖିବାକୁ ଚେଷ୍ଟା କରୁଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.