ETV Bharat / bharat

ଅମ୍ଫାନ କ୍ଷୟକ୍ଷତି ଆକଳନ ପାଇଁ ପଶ୍ଚିମବଙ୍ଗରେ କେନ୍ଦ୍ରୀୟ ଟିମ

ଆନ୍ତଃ ମନ୍ତ୍ରୀସ୍ତରୀୟ କେନ୍ଦ୍ରୀୟ ଦଳ (ଆଇଏମସିଟି) ଗୁରୁବାର ଦିନ ଅମ୍ଫାନ ଦ୍ୱାରା କ୍ଷତିଗ୍ରସ୍ତ ପଶ୍ଚିମବଙ୍ଗ ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ (MHA) ଦ୍ବାରା ଗଠିତ ଏକ ସାତ ଜଣିଆ କେନ୍ଦ୍ରୀୟ ଦଳ କ୍ଷୟକ୍ଷତିର ଆକଳନ କରିବେ। ଅଧିକ ପଢନ୍ତୁ...

ଅମ୍ଫାନ କ୍ଷୟକ୍ଷତି ଆକଳନ ପାଇଁ ପଶ୍ଚିମବଙ୍ଗରେ କେନ୍ଦ୍ରୀୟ ଟିମ
ଅମ୍ଫାନ କ୍ଷୟକ୍ଷତି ଆକଳନ ପାଇଁ ପଶ୍ଚିମବଙ୍ଗରେ କେନ୍ଦ୍ରୀୟ ଟିମ
author img

By

Published : Jun 4, 2020, 3:53 PM IST

କୋଲକାତା: ନିକଟରେ ହୋଇଥିବା ବାତ୍ୟା ଅମ୍ଫାନରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ପଶ୍ଚିମବଙ୍ଗ । ତେବେ ରାଜ୍ୟରେ ବତ୍ୟା ପରବର୍ତ୍ତି ସ୍ଥିତି ସୁଧାରିବା ପାଇଁ କେନ୍ଦ୍ର ସରକାର ପକ୍ଷରୁ ସୂଚନା ଦିଆଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତିଶୃତି ଅନୁଯାୟୀ ଆନ୍ତଃ ମନ୍ତ୍ରୀସ୍ତରୀୟ କେନ୍ଦ୍ରୀୟ ଦଳ (ଆଇଏମସିଟି) ଗୁରୁବାର ଦିନ ଅମ୍ଫାନ ଦ୍ୱାରା କ୍ଷତିଗ୍ରସ୍ତ ପଶ୍ଚିମବଙ୍ଗର ବିଭିନ୍ନ ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।

ଅମ୍ଫାନ କ୍ଷୟକ୍ଷତି ଆକଳନ ପାଇଁ ପଶ୍ଚିମବଙ୍ଗରେ କେନ୍ଦ୍ରୀୟ ଟିମ
ଅମ୍ଫାନ କ୍ଷୟକ୍ଷତି ଆକଳନ ପାଇଁ ପଶ୍ଚିମବଙ୍ଗରେ କେନ୍ଦ୍ରୀୟ ଟିମ

କେନ୍ଦ୍ର ଗୃହ ମନ୍ତ୍ରଣାଳୟ (MHA) ଦ୍ବାରା ଗଠିତ ଏକ ସାତ ଜଣିଆ କେନ୍ଦ୍ରୀୟ ଦଳ ସୁନ୍ଦରବନ୍ ସମେତ ବିଭିନ୍ନ ଅଞ୍ଚଳରେ କ୍ଷୟକ୍ଷତିର ଆକଳନ କରିବେ। କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଅନୁଜ ଶର୍ମାଙ୍କ ନେତୃତ୍ୱରେ ଏହି ଟିମ୍ ଶୁକ୍ରବାର ଦିନ ଉଭୟ ଆକାଶମାର୍ଗ ଏବଂ ସ୍ଥଳମାର୍ଗରେ ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରିବାକୁ ଯୋଜନା କରାଯାଇଛି ।

ସୂତ୍ରରୁ ପ୍ରକାଶ ଯେ, ବାତ୍ୟା ଅମ୍ଫାନ୍ ଦ୍ୱାରା ହୋଇଥିବା କ୍ଷୟକ୍ଷତି ଏବଂ ବିନାଶର ପରିମାଣ ଜାଣିବା ପାଇଁ ସେମାନେ କୋଲକାତାର ସଂଲଗ୍ନ ଦକ୍ଷିଣ 24 ପ୍ରଗଣା ଏବଂ ଉତ୍ତର 24 ପ୍ରଗଣା ଜିଲ୍ଲାର କିଛି ଅଂଶ ପରିଦର୍ଶନ କରିବେ। ଏହି ଟିମ୍ ମଧ୍ୟ ରାଜ୍ୟ ରାଜଧାନୀ କୋଲକାତା ପରିଭ୍ରମଣ କରିବ ବୋଲି ଆଶା କରାଯାଉଛି, ଯେଉଁଥିରେ ବାତ୍ୟା ଜନିତ ବହୁ କ୍ଷୟକ୍ଷତି ହୋଇଛି ।

ରାଜ୍ୟ ସରକାରୀ ସୂତ୍ରରୁ ପ୍ରକାଶ ଯେ, ଶନିବାର ଦିନ ନୂଆଦିଲ୍ଲୀ ଯିବା ପୂର୍ବରୁ ଆଇଏମସିଟି ରାଜ୍ୟ ମୁଖ୍ୟ ସଚିବ ରାଜୀବ ସିହ୍ନା ଏବଂ ଅନ୍ୟ ସରକାରୀ କର୍ମଚାରୀଙ୍କ ସହ ଏକ ବୈଠକ କରିବେ ।

ତେବେ ଅମ୍ଫାନର ଦୁଇ ଦିନ ପରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଭାବିତ ଅଞ୍ଚଳରେ ଆକାଶ ମାର୍ଗରୁ ସ୍ଥିତି ସମୀକ୍ଷା କରିଥିଲେ, ଯାହା ପରେ ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗ ପାଇଁ ଅଗ୍ରୀମ 1000 କୋଟି ଟଙ୍କା ସହାୟତା ଘୋଷଣା କରିଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.