ନୂଆଦିଲ୍ଲୀ: ଗୃହ ମନ୍ତ୍ରଣାଳୟ ଅଧୀନରେ ଥିବା କେନ୍ଦ୍ରୀୟ ପୋଲିସ ବାହିନୀରେ ମୋଟ 36000 ଯବାନ କୋରୋନା ଆକ୍ରାନ୍ତ ହୋଇଥିବା ବେଳେ 128 ଯବାନଙ୍କ ମୃତ୍ୟୁ ଘଟିଥିବା ସର୍ବଶେଷ ତଥ୍ୟରେ ପ୍ରକାଶ ।
ସିଆରପିଏଫ, ବିଏସଏଫ, ସିଆଇଏସଏଫ, ଆଇଟିବିପି, ଏସଏସବି, ଏନଏସବି ଏନଡିଆଏଫର ମୋଟ 36 ହଜାର ଯବାନ କୋରୋନା ଆକ୍ରାନ୍ତ ଥିବା ତଥ୍ୟରେ ପ୍ରକାଶ । ତେବେ 10636 ଜଣ ଯବାନ କେବଳ ବିଏସଏଫରେ ଚିହ୍ନଟ ହୋଇଥିବା ବେଳେ ସିଆରପିଏଫରୁ 10602, ସିଆଇଏସଏଫରୁ 6,466 ଆଇଟିବିପିରେ 3,845, ଏସଏସବିରେ 3,684, ଏନଡିଆରଏଫରେ 514 ଏବଂ ଏନଏସଜିରୁ 250 ଯବାନ କୋରୋନା ଆକ୍ରାନ୍ତ ହୋଇଛନ୍ତି ।
ଏହି ସମସ୍ତ ସୁରକ୍ଷା ବଳରେ କୋରୋନା ସକ୍ରିୟ ମାମଲା ଅପେକ୍ଷା କୋରୋନା ସୁସ୍ଥ ହାର ଅଧିକ ରହିଛି । ଏହାଛଡା ମୋଟ 128 କର୍ମଚାରୀଙ୍କ କୋରୋନାରେ ମୃତ୍ୟୁ ଘଟିଛି ।128 ମୃତକଙ୍କ ମଧ୍ୟରେ ସିଆରପିଏଫରେ ସର୍ବାଧିକ 52, ବିଏସଏଫରେରେ 29, ସିଆଇଏସଏଫରେ 28 ଏବଂ ଆଇଟିବିପି, ଏସଏସବିରେ 9 ଜଣ ଲେଖାଏଁଙ୍କର ମୃତ୍ୟୁ ଘଟିଛି ।
ପ୍ରକାଶ ଥାଉକି, କୋରୋନା ମହାମାରୀ ଆରମ୍ଭରୁ ଏହି ସବୁ ଯବାନମାନେ ନିଜ ଜୀବନ ସହ ପରିବାରକୁ ଖାତିର ନକରି ଡ୍ୟୁଟି କରିଥିଲେ । ଡ୍ୟୁଟି ସମୟରେ କୋରୋନା ସଂକ୍ରମିତ ହୋଇ କିଛି ଯବାନ ବର୍ତ୍ତମାନ ଚିକିତ୍ସିତ ହେଉଥିବା ବେଳେ ବହୁ ଯବାନଙ୍କ ମୃତ୍ୟୁ ଘଟିଛି ।