ନୂଆଦିଲ୍ଲୀ: କୋରୋନା ଭୂତାଣୁ ବିରୋଧରେ ଭାରତର ଲଢେଇର ନିଦର୍ଶନ ସ୍ବରୂପ ପ୍ରଦୀପ ଜାଳିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ନିବେଦନ କରିଥିଲେ । ଏହାକୁ ସମ୍ମାନ ଦେଇ କେନ୍ଦ୍ର ମନ୍ତ୍ରୀମାନେ ଦୀପ ଜାଳି ନିଜର ସମର୍ଥନ ଜଣାଇଛନ୍ତି ।
ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ସମେତ ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ପ୍ରମୁଖ ଦୀପ ଜାଳି କୋରୋନା ବିରୋଧରେ ନିଜର ସଂଗ୍ରାମକୁ ଜାହିର କରିଛନ୍ତି ।