ମୁମ୍ବାଇ: ଜୁଲାଇ 1 ରୁ ମୁମ୍ବାଇରେ ସରକାରୀ କର୍ମଚାରୀଙ୍କ ପାଇଁ ଆରମ୍ଭ ହେଲା 350 ଅତିରିକ୍ତ ଲୋକାଲ ଟ୍ରେନ୍ । ତେବେ କେନ୍ଦ୍ର ସରକାର ପଶ୍ଚିମ ରେଳ ଏବଂ କେନ୍ଦ୍ରୀୟ ରେଳର ଲୋକାଲ ଟ୍ରେନର ଅତିରିକ୍ତ ସେବା ଯୋଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ଯାହା ମୁମ୍ବାଇର ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପାଇଁ ଅତ୍ୟନ୍ତ ସୁବିଧାଜନକ ପ୍ରମାଣିତ ହେବ । ଏହି ଲୋକାଲ ଟ୍ରେନ୍ ଗୁଡିକ ଦ୍ରୁତଗାମୀ ଟ୍ରେନ୍ ହେବ, ଯାହା କେବଳ ପ୍ରମୁଖ ଷ୍ଟେସନରେ ଅଟକିବ । ଏଥିମଧ୍ୟରେ ସମାନ ଯାତ୍ରୀମାନେ ଯାତ୍ରା କରିପାରିବେ ଯିଏ ସରକାରୀ କର୍ମଚାରୀ ହୋଇଥିବେ ।
ଆୟକର ବିଭାଗ, ଜିଏସଟି ବିଭାଗ, କଷ୍ଟମ ବିଭାଗ, ଇଣ୍ଡିଆନ ପୋଷ୍ଟ ନ୍ୟାସନାଲ ବ୍ୟାଙ୍କ, ମୁମ୍ବାଇ ବନ୍ଦର ଟ୍ରଷ୍ଟ ବିଭାଗ ଏବଂ ଅନ୍ୟାନ୍ୟ ରାଜ୍ୟ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ସରକାରୀଙ୍କ ପାଇଁ କେନ୍ଦ୍ର ଏହି ସୁବିଧା ଆରମ୍ଭ କରିଛନ୍ତି ।
ଏହି ଅତିରିକ୍ତ ଲୋକାଲ ଟ୍ରେନ୍ ବ୍ୟବହାର କରୁଥିବା ଯାତ୍ରୀ ଏବଂ କର୍ମଚାରୀମାନେ ଯାତ୍ରା କରିବା ପୂର୍ବରୁ ଷ୍ଟେସନରେ ସେମାନଙ୍କର ସରକାରୀ ବିଭାଗର ଆଇ-କାର୍ଡ ଦେଖାଇବାକୁ ପଡିବ, ଏହା ପରେ ସେମାନେ ରେଳ ଷ୍ଟେସନରେ ପ୍ରବେଶ ପାଇଁ ଅନୁମତି ଦିଆଯିବ ଏବଂ ଏହା ସହ ସାମାଜିକ ଦୂରତା ମଧ୍ୟରେ ଲୋକାଲ ଟ୍ରେନ୍ ଭିତରେ ବସିବା ପାଇଁ ରେଳ ବିଭାଗ ତରଫରୁ ନିୟମ କରାଯାଇଛି ।