ETV Bharat / bharat

ମହାସାଗରରେ ନୌସେନା ପାଇଁ ଆହ୍ବାନ - ମହାସାଗରରେ ଜଳରାଶିର ଆହ୍ବାନ

ଭୂଭାଗର ତିନି ପଟେ ସମୁଦ୍ରର ଅବସ୍ଥିତି, ଅନ୍ତର୍ଜାତୀୟ ରାଜନୀତିରେ ଭାରତକୁ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହର ସୁଯୋଗ ପ୍ରଦାନ କରେ । 2012-13ରେ ନୌସେନା ପାଇଁ ବଜେଟର 18ପ୍ରତିଶତ ଅର୍ଥ ବରାଦ କରାଯାଇଥିବା ବେଳେ ଚଳିତ ଆର୍ଥିକ ବର୍ଷରେ ଏହା 13 ପ୍ରତିଶତକୁ ଖସି ଆସିଛି । ଏହି ପଦକ୍ଷେପର ସମାଲୋଚନା କରିଛନ୍ତି ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂହ ।

plight on navy, ocean water challenge, central budget neglects navy, କେନ୍ଦ୍ରୀୟ ବଜେଟରେ ନୌସେନାକୁ ଅବହେଳା, ମହାସାଗରରେ ଜଳରାଶିର ଆହ୍ବାନ, ନୌସେନାକୁ ଚିନ୍ତା
ମହାସାଗରରେ ଜଳରାଶିର ଆହ୍ବାନ
author img

By

Published : Feb 7, 2020, 7:10 PM IST

ଦେଶ ପାଇଁ ଅର୍ଥନୈତିକ ଏବଂ ଅନ୍ତର୍ଜାତୀୟ ସୁଯୋଗ ସୃଷ୍ଟି କରେ ଭାରତୀୟ ସମୁଦ୍ରତଟ । ହେଲେ ଭାରତୀୟ ନୌସେନା ପାଇଁ ବଜେଟ ବ୍ୟବସ୍ଥାର ସଙ୍କୋଚନ ଚିନ୍ତାର କାରଣ ହୋଇଛି । 2012-13ରେ ନୌସେନା ପାଇଁ ବଜେଟର 18 ପ୍ରତିଶତ ଅର୍ଥ ବରାଦ କରାଯାଇଥିବା ବେଳେ ଚଳିତ ଆର୍ଥିକ ବର୍ଷରେ ଏହା 13 ପ୍ରତିଶତକୁ ଖସି ଆସିଛି । ଏହି ପଦକ୍ଷେପର ସମାଲୋଚନା କରିଛନ୍ତି ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂହ । ଏଥର କେନ୍ଦ୍ରୀୟ ବଜେଟରେ ପ୍ରତିରକ୍ଷା କ୍ଷେତ୍ରରେ ବ୍ୟୟବରାଦକୁ କେବଳ ନାମକୁ ମାତ୍ର ବୃଦ୍ଧି କରାଯାଇଛି । ପାଣ୍ଠି ହ୍ରାସ ଯୋଗୁଁ ଅନେକ କ୍ଷେତ୍ରରେ ଦୁଃସ୍ଥିତିରେ ଥିବା ନୌସେନା ପାଇଁ ଏହା ଏକ ଶକ୍ତ ଧକ୍କା ସଦୃଶ ।

ଭୂଭାଗର ତିନି ପଟେ ସମୁଦ୍ରର ଅବସ୍ଥିତି, ଅନ୍ତର୍ଜାତୀୟ ରାଜନୀତିରେ ଭାରତକୁ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହର ସୁଯୋଗ ପ୍ରଦାନ କରେ । ସମୁଦ୍ରପଥ ଦେଇ ବିଭିନ୍ନ ଦେଶକୁ ଅଶୋଧିତ ତୈଳ ଏବଂ ଖାଦ୍ୟଶସ୍ୟ ପଠାଇ ଦିଆଯାଏ । ସାଗର ଜଳରେ କୌଣସି ପ୍ରକାର ବିଶୃଙ୍ଖଳା ଉପୁଜିଲେ ସାରା ବିଶ୍ବର ଅର୍ଥନୀତି ଉପରେ ଏହାର ନକାରାତ୍ମକ ପ୍ରଭାବ ପଡ଼େ । ତେଣୁ ସରକାର ଦେଶର ନୌସେନାକୁ ଶକ୍ତିଶାଳୀ କରିବା ପାଇଁ ବିଶେଷଜ୍ଞମାନେ ପରାମର୍ଶ ଦିଅନ୍ତି । ଭାରତ ପାଖରେ ସମୁଦ୍ର ସହିତ ଆଣ୍ଡାମାନ ନିକୋବର ଏବଂ ଲାକ୍ଷାଦ୍ବୀପ ଭଳି ଦ୍ବୀପ ସମୂହ ରହିଛି । ଭାରତୀୟ ସାମୁଦ୍ରିକ ଜଳସୀମାରେ ବିଦେଶୀ ନୌଭେଳାର ଅନୁପ୍ରବେଶ ରୋକିବା ପାଇଁ ଅବିରତ ସତର୍କ ନଜର ରଖିବା ଆବଶ୍ୟକ । ଏଇ କିଛି ମାସ ତଳେ ଚୀନର ଏକ ଜାହାଜ ବିନା ଅନୁମତିରେ ଆଣ୍ଡାମାନକୁ ପ୍ରବେଶ କରିଥିଲା । ଭାରତୀୟ ନୌସେନାର ଦୃଢ଼ ପାଲଟା କାର୍ଯ୍ୟାନୁଷ୍ଠାନ ପରେ ହିଁ ଏହା ଫେରିଯାଇଥିଲା । ଚୀନ‌ର ଅନ୍ୟୂନ 7ରୁ 8ଟି ବୁଡ଼ା ଜାହାଜ ଭାରତୀୟ ଉପକୂଳରେ ରୀତିମତ ଗତିବିଧି ନିରୀକ୍ଷଣ କରୁଥିବା ସନ୍ଦେହ ଲାଗି ରହିଛି ।

ମାଲାକା ପ୍ରଣାଳୀ ଦେଇ ଭାରତ ମହାସାରର ପୂର୍ବ ଭାଗ ଏବଂ ପ୍ରଶାନ୍ତ ମହାସାଗରକୁ ସଂଯୋଗ କରୁଛି ଆଣ୍ଡାମାନ ସାଗର । ଆଣ୍ଡାମାନ ଦ୍ବୀପପୁଞ୍ଜ ଯୋଗୁଁ ପ୍ରତିରକ୍ଷା କ୍ଷେତ୍ରରେ ଶତ୍ରୁ ପକ୍ଷର ଗତିବିଧି ଉପରେ ସତର୍କ ନଜର ରଖିବା ଦିଗରେ ଭାରତ ସୁବିଧାଜନକ ସ୍ଥିତିରେ ରହିଛି । ମାଲାକା ପ୍ରଣାଳୀ ଦେଇ ଚୀନ କେନ୍ଦ୍ରୀୟ ଏସିଆରୁ ତୈଳ ଆମଦାନୀ କରୁଛି । ଚୀନ ଯୁକ୍ତି ବାଢ଼ି ଆସୁଛି ଯେ, ଦକ୍ଷିଣ ଚୀନ ସାଗର ଉପରେ ତା’ର ଅଧିକାର ରହିଛି ଏବଂ ଭାରତ ମହାସାଗର ଉପରେ ସମସ୍ତଙ୍କର ଅଧିକାର ରହିଛି । ‘ଷ୍ଟ୍ରିଙ୍ଗ୍ସ ଅଫ ପର୍ଲ୍ସ’ ପ୍ରକଳ୍ପ ନାଁରେ ଭାରତର ଚାରିପଟେ ନୌସେନା କେନ୍ଦ୍ର ନିର୍ମାଣ କରିଆସୁଥିବା ଚୀନ ମିଆଁମାରକୁ ମଧ୍ୟ ଏହାର ଘନିଷ୍ଠ ମିତ୍ର ରାଷ୍ଟ୍ର କରିଛି । ମିଆଁମାରର କ୍ୟାଉକପ୍ୟୁ ଉପକୂଳରୁ ଚୀନର କୁନମିଂ ପ୍ରଦେଶକୁ ତୈଳ ଓ ପ୍ରାକୃତିକ ଗ୍ୟାସ ନେବା ପାଇଁ ଚୀନ ସରକାର ପାଇପଲାଇନ ନିର୍ମାଣ କରିଛନ୍ତି । ମାଲାକା ସଂଯୋଗ ପ୍ରଣାଳୀରେ କୌଣସି ବାଧା ବିଘ୍ନ ଉପୁଜିବା କ୍ଷେତ୍ରରେ ଏହି ପାଇପଲାଇନ ବାଟ ଦେଇ ତୈଳ ଯୋଗାଣ କରିବା ପାଇଁ ଚୀନ ଯୋଜନା କରିଛି । ତଥାପି ଭାରତ, ମିଆଁମାର, ଥାଇଲାଣ୍ଡ ଏବଂ ଇଣ୍ଡୋନେସିଆର ମଧ୍ୟ ଭାଗରେ ଅବସ୍ଥିତ ଆଣ୍ଡାମାନ ସାଗରରେ ଅନୁପ୍ରବେଶ ପାଇଁ ଚୀନ ଉଦ୍ୟମ କରୁଥିବା ବିଷୟରେ ଭାରତୀୟ ସେନା ସୂତ୍ର ଖୁବ ସନ୍ଦିହାନ । କାରଣ ଏହି ସାଗର ଉପରେ ଚୀନର କୌଣସି ଅଧିକାର ନାହିଁ ।

ମିଆଁମାର ସହ ଭାରତର ଘନିଷ୍ଠ ସଂପର୍କ ରହିଛି । ଉତ୍ତର ପୂର୍ବ ରାଜ୍ୟ ସମୂହର ଅନେକ ଉଗ୍ରବାଦୀ ଗୋଷ୍ଠୀ ମିଆଁମାରରେ ଆଶ୍ରୟ ନେଇଛନ୍ତି । ‘ଅପରେସନ ସନସାଇନ’ ନାମକ ଅଭିଯାନ ଚଳାଇ ବହୁ ଆତଙ୍କବାଦୀ ଗୋଷ୍ଠୀକୁ ନିପାତ କରିବା ଦିଗରେ ଉଭୟ ରାଷ୍ଟ୍ର ଏକାଠି କାମ କରିଛନ୍ତି । ମିଆଁମାର ସମୁଦ୍ରରେ ଚୀନର ପ୍ରବେଶ ନୂଆଦିଲ୍ଲୀକୁ ଶଙ୍କାଗ୍ରସ୍ତ କରିଛି । ପୂର୍ବରୁ ଚୀନ ପାକିସ୍ତାନର ଗ୍ବାଦାର ଏବଂ ଶ୍ରୀଲଙ୍କାର ହାମ୍ବନଟୋଟାରେ ନୌସେନା ଘାଟି ସ୍ଥାପନ କରିସାରିଥିବା ବେଳେ ଏବେ ଏହା ଭାରତ ମହାସାଗରରେ ଉପସ୍ଥିତି ଜାହିର କରିବାକୁ ଉଦ୍ୟମ କରୁଛି । ଚୀନର ଅନୁପ୍ରବେଶ ଉଦ୍ୟମର ଗତିରୋଧ କରିବା ପାଇଁ ଯୁକ୍ତରାଷ୍ଟ୍ର ଆମେରିକା, ଅଷ୍ଟ୍ରେଲିଆ, ଜାପାନ ଏବଂ ଭାରତ ଏକ ଚତୁଃପାକ୍ଷିକ ମେଣ୍ଟ ଗଠନ କରିଛନ୍ତି । ଚୀନର ପଥରୋଧ କରିବାରେ ଭାରତ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଆମେରିକା ଭାବୁଛି । ଭାରତ ଏହି ଅବସରର ସୁଯୋଗ ନେବା ନିତାନ୍ତ ଆବଶ୍ୟକ, ନୌବାହିନୀର ଶକ୍ତି ବୃଦ୍ଧି ନିଶ୍ଚିତ ଭାବେ ଆବଶ୍ୟକ ।

ହୋରମଜ ପ୍ରଣାଳୀ ବାଟ ଦେଇ ବିଶ୍ବର 60 ପ୍ରତିଶତରୁ ଅଧିକ ତୈଳ ଯୋଗାଣ ହୋଇଥାଏ । ଆମେରିକା ଓ ଇରାନ ମଧ୍ୟରେ ଉତ୍ତେଜନା ସୃଷ୍ଟି ହେବା ପରେ ଭାରତ ମହାସାଗରରେ ପଣ୍ୟବାହୀ ଜାହାଜର ସୁରକ୍ଷା ବୃଦ୍ଧି ଲାଗି ଭାରତୀୟ ନୌସେନା ସ୍ଥିର କରିଥିଲା । ‘ଅପରେସନ୍‌ ସଂକଳ୍ପ’ ଅଧୀନରେ ପାରସ୍ୟ ଉପସାଗରରୁ ଭାରତକୁ ଆସୁଥିବା ସମସ୍ତ ପଣ୍ୟବାହୀ ଜାହାଜକୁ ସୁରକ୍ଷା ପ୍ରଦାନ କରାଯାଉଛି । ଏତେ ସବୁ ଆହ୍ବାନ ମଧ୍ୟରେ, ବଜେଟରେ ସ୍ବଳ୍ପ ଅର୍ଥ ବରାଦ ହିଁ ଚିନ୍ତାର ସବୁଠୁ ବଡ଼ କାରଣ । ସୁଦୂରବର୍ତ୍ତୀ ସୁରକ୍ଷା ଲାଗି ଅତି କମରେ ତିନୋଟି ବିମାନବାହୀ ନୌବହରର ଆବଶ୍ୟକତା ଥିବା ବେଳେ ଏବେ କେବଳ ଆଇଏନଏସ ବିକ୍ରମାଦିତ୍ୟ ହିଁ ଉପଲବ୍ଧ । ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମାଣାଧୀନ ଆଉ ଏକ ବିମାନବାହୀ ବିକ୍ରାନ୍ତ 2021ରେ ପହଞ୍ଚିବ । ଅନୁପ୍ରବେଶ ଲାଗି ମାତ୍ରାତିରିକ୍ତ ଆଗ୍ରହୀ ଚୀନର ମୁକାବିଲା ପାଇଁ ଭାରତ ମହାସାଗରରେ ସ୍ଥାୟୀ ଭାବରେ ଏକ ବିମାନବାହୀ ନୌବହର ମୁତୟନ କରିବା ପାଇଁ ବିଶେଷଜ୍ଞମାନେ ମତ ଦିଅନ୍ତି । କେବଳ ଯଦି ଆମେ ବିଶ୍ବର ଏକ ସାମରିକ ଶକ୍ତି ରୂପେ ପରିଚିତ ହୋଇପାରିବା, ତାହେଲେ ଭାରତକୁ 5 ଟ୍ରିଲିଅନ୍‌ ଡଲାର ଅର୍ଥନୀତିରେ ପରିଣତ କରିବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ବପ୍ନ ସାକାର ହେବ ।

ପୂର୍ବ ଏସିଆ, ପଶ୍ଚିମ ଏସିଆ ଏବଂ ଆଫ୍ରିକା ମଧ୍ୟରେ ସାମୁଦ୍ରିକ ବାଣିଜ୍ୟ ପଥର ଏକ ମହତ୍ବପୂର୍ଣ୍ଣ ସ୍ଥାନରେ ଭାରତ ଅବସ୍ଥିତ । ତେଣୁ ନୌସେନା ଅବିରତ ନିଜର ଦକ୍ଷତା ପ୍ରତିପାଦିତ କରିବା ଆବଶ୍ୟକ । ଜାହାଜ ନିର୍ମାଣ ଏକ ଦୀର୍ଘକାଳୀନ ଏବଂ ଜଟିଳ ପ୍ରକ୍ରିୟା ଏବଂ ଏଥିପାଇଁ ପ୍ରଚୁର ଅର୍ଥ ଆବଶ୍ୟକ ହୁଏ । ପ୍ରୋଜେକ୍ଟ-75 ଅନ୍ତର୍ଗତ 6ଟି ବୁଡ଼ାଜାହାଜ ନିର୍ମାଣ କରାଯିବ । ଯେଉଁଥିରୁ ଦୁଇଟି ନୌବାହିନୀକୁ ହସ୍ତାନ୍ତର କରାଯାଇଛି । ଏହା ସହିତ ପରମାଣୁ ଶକ୍ତି ସମ୍ପନ୍ନ ଅରିହନ୍ତ ବି ରହିଛି । ସାମରିକ ବିଶେଷଜ୍ଞମାନେ ଚାହାଁନ୍ତି ଯେ, ମେକ ଇନ ଇଣ୍ଡିଆ ନୀତି ଅଧୀନରେ ବହୁ ସଂଖ୍ୟାରେ ଯୁଦ୍ଧ ଜାହାଜ ନିର୍ମାଣ କରାଯାଉ । ଆମେରିକାର ଶକ୍ତିଶାଳୀ ଏବଂ ଦୁର୍ଭେଦ୍ୟ ନୌସେନା ଘାଟି ହିଁ ଏହାର ଏକାଧିପତ୍ୟର ବଡ଼ କାରଣ । ଏହାକୁ ହୃଦ୍‌ବୋଧ କରି ଚୀନ ମଧ୍ୟ ବହୁ ସଂଖ୍ୟକ ଯୁଦ୍ଧ ଜାହାଜ ନିର୍ମାଣ କାମ ଆରମ୍ଭ କରିଛି । ପାକିସ୍ତାନ ମଧ୍ୟ ଏହାର ନୌସେନାର ଆଧୁନିକୀକରଣ କରୁଛି । ଭାରତୀୟ ନୌସେନାର ଅତି କମରେ 200 ଯୁଦ୍ଧ ଜାହାଜ ଆବଶ୍ୟକ । ପାଣ୍ଠି ଅଭାବ, ବିଭିନ୍ନ ସଂସ୍ଥାର ଅବହେଳା ଏବଂ ପ୍ରକଳ୍ପ ଗୁଡ଼ିକର ମନ୍ଥର ଗତି ଯୋଗୁଁ ବର୍ତ୍ତମାନର ନୌଭେଳା ସଂଖ୍ୟା ମାତ୍ର 130 । 50ଟି ନୂଆ ଯୁଦ୍ଧ ଜାହାଜ ନିର୍ମାଣ ଚାଲିଛି । ତଥାପି ଆଉ 20ଟି ଜାହାଜ କମ୍‌ ରହିଛି । ମେକ ଇନ ଇଣ୍ଡିଆ କାର୍ଯ୍ୟକ୍ରମରେ ସାମିଲ କରିବା ସହିତ ପ୍ରୋତ୍ସାହନ ରାଶି ପ୍ରଦାନ କରି କେନ୍ଦ୍ର ସରକାର ଅଧିକରୁ ଅଧିକ ଘରୋଇ କମ୍ପାନୀକୁ ଜାହାଜ ନିର୍ମାଣ ପାଇଁ ଉତ୍ସାହିତ କରିବା ଆବଶ୍ୟକ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.