ETV Bharat / bharat

କୋଭିଡ ରିପୋର୍ଟ ବିନା ପରିଜନଙ୍କୁ ଦିଆଯାଉ ମୃତଦେହ: କେନ୍ଦ୍ର - କୋଭିଡ ରିପୋର୍ଟ ବିନା ପରିଜନଙ୍କୁ ଦିଆଯାଉ ମୃତଦେହ: କେନ୍ଦ୍ର

ଦିଲ୍ଲୀ ସରକାରଙ୍କୁ ଭାରତ ସରକାରଙ୍କ ସ୍ବାସ୍ଥ୍ୟ ସେବା ମହାନିର୍ଦ୍ଦେଶ(ଡିଜିଏଚସି) ପକ୍ଷରୁ ଏକ ଚିଠି ଜାରି କରାଯାଇଛି । ଉକ୍ତ ଚିଠିରେ ସମ୍ଭାବ୍ୟ କୋରୋନା ମାମଲାରେ ମୃତ ପରିବାରକୁ ମୃତଦେହ ହସ୍ତାନ୍ତର କରିବା ନିର୍ଦ୍ଦେଶାବଳୀରେ କୋହଳ ଦିଆଯାଇଛି । ଟ୍ବିଟ ଯୋଗେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ଏହି ସୂଚନା ଦେଇଛନ୍ତି ।

Center directs Delhi government - hand over body to relatives without covid test report
କୋଭିଡ ରିପୋର୍ଟ ବିନା ପରିଜନଙ୍କୁ ଦିଆଯାଉ ମୃତଦେହ: କେନ୍ଦ୍ର
author img

By

Published : Jun 15, 2020, 8:27 AM IST

ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କୁ ଭାରତ ସରକାରଙ୍କ ସ୍ବାସ୍ଥ୍ୟ ସେବା ମହାନିର୍ଦ୍ଦେଶ(ଡିଜିଏଚସି) ପକ୍ଷରୁ ଏକ ଚିଠି ଜାରି କରାଯାଇଛି । ଉକ୍ତ ଚିଠିରେ ସମ୍ଭାବ୍ୟ କୋରୋନା ମାମଲାରେ ମୃତ ପରିବାରକୁ ମୃତଦେହ ହସ୍ତାନ୍ତର କରିବା ନିର୍ଦ୍ଦେଶାବଳୀରେ କୋହଳ ଦିଆଯାଇଛି । ଯାହାଦ୍ୱାରା ପରିବାର ଲୋକଙ୍କୁ ଲ୍ୟାବ ରିପୋର୍ଟର ଫଳାଫଳ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଆବଶ୍ୟକ ପଡିବ ନାହିଁ । ଟ୍ବିଟ ଯୋଗେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ଏହି ସୂଚନା ଦେଇଛନ୍ତି ।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୈଠକରେ ଦିଲ୍ଲୀରେ କୋଭିଡ-19ର ବର୍ତ୍ତମାନ ତଥା ଆଗାମୀ ପରିସ୍ଥିତି ଉପରେ ଆଲୋଚନା ହୋଇଥିଲା । ଏହି ଆଲୋଚନାର ଗୋଟିଏ ଦିନ ପରେ ରବିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହାର ମୁକାବିଲା ପାଇଁ ଅନେକ ପଦକ୍ଷେପର ଘୋଷଣା କରିଛନ୍ତି ।

Center directs Delhi government - hand over body to relatives without covid test report
କୋଭିଡ ରିପୋର୍ଟ ବିନା ପରିଜନଙ୍କୁ ଦିଆଯାଉ ମୃତଦେହ: କେନ୍ଦ୍ର

ଦିଲ୍ଲୀରେ ଏହି ଭାଇରସକୁ ନିୟନ୍ତ୍ରଣ କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ପଦକ୍ଷେପ ଅନୁସାରେ ଆଗାମୀ 6 ଦିନ ମଧ୍ୟରେ ଯାଞ୍ଚ ପ୍ରକ୍ରିୟା ତିନି ଗୁଣ ବୃଦ୍ଧି କରାଯିବ । ଏଥିସହ 500ଟି ପରିବର୍ତ୍ତିତ ରେଳ କୋଚ୍ ସହ ଆହୁରି 8,000 ବେଡ ସାମିଲ କରାଯିବ ଏବଂ ଘରୋଇ ଡାକ୍ତରଖାନା ଗୁଡ଼ିକରେ କମ ମୂଲ୍ୟରେ 60 ପ୍ରତିଶତ କୋରୋନା ବେଡ ଯୋଗାଇବା ଆଦି ସାମିଲ ରହିଛି ।

ଦିଲ୍ଲୀ ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ଶନିବାର ଦିନ ଦିଲ୍ଲୀରେ 2,134 ଟି ନୂଆ ମାମଲା ରିପୋର୍ଟ ହୋଇଛି । ଏଥିସହ ମୋଟ ସଂକ୍ରମିତଙ୍କ ସଂଖ୍ୟା 38,958 କୁ ବୃଦ୍ଧି ପାଇଥିବାବେଳେ 57ଜଣଙ୍କ ମୃତ୍ୟୁ ସହିତ ମୃତ୍ୟୁ ସଂଖ୍ୟା 1,271କୁ ବୃଦ୍ଧି ପାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.