ETV Bharat / bharat

ଲକଡାଉନ ପ୍ରଭାବ: ସୋସିଆଲ ମିଡିଆ ପାଲଟିଛି ସେଲିବ୍ରିଟିଙ୍କ ଦ୍ବିତୀୟ ଘର

ଲକଡାଉନ ଯୋଗୁଁ ସୋସିଆଲ ମିଡିଆରେ ଏବେ ଷ୍ଟାରଙ୍କର ଭିଡ ଦେଖିବାକୁ ମିଳିଛି । ଫେସବୁକଠାରୁ ଇନଷ୍ଟାଗ୍ରାମ ଯାଏଁ ସବୁଥିରେ ସେଲିବ୍ରିଟିଙ୍କ ଭିଡିଓ । ଅଧିକ ପଢନ୍ତୁ...

author img

By

Published : Apr 6, 2020, 7:55 PM IST

ଲକଡାଉନ ପ୍ରଭାବ: ସୋସିଆଲ ମିଡିଆ ପାଲଟିଛି ସେଲିବ୍ରିଟିଙ୍କ ଦ୍ବିତୀୟ ଘର
ଲକଡାଉନ ପ୍ରଭାବ: ସୋସିଆଲ ମିଡିଆ ପାଲଟିଛି ସେଲିବ୍ରିଟିଙ୍କ ଦ୍ବିତୀୟ ଘର

ହାଇଦ୍ରାବାଦ: ଲକଡାଉନବେଳେ ସମସ୍ତେ ଘରେ ବସିରହିଛନ୍ତି । ଏହି ସମୟରେ ସୋସିଆଲ ମିଡିଆରେ ଲାଗିଛି ସମସ୍ତଙ୍କ ଗହଳି । କିଏ କେତେ ପ୍ରକାର ଭିଡିଓ ବନାଇ ପୋଷ୍ଟ କରୁଛନ୍ତି ତ କିଏ ମିମ୍ସ ସେୟାର କରୁଛି । ସେହିପରି ପଛରେ ପଡିନାହାନ୍ତି ସେଲିବ୍ରିଟି । ସବୁବେଳେ କାମରେ ବ୍ୟସ୍ତ ରହୁଥିବା ଏହି ଷ୍ଟାରଙ୍କ ପାଇଁ ସୋସିଆଲ ମିଡିଆ ଏବେ ଦ୍ବିତୀୟ ଘର ପାଲଟିଛି ।

ସାଧାରଣତଃ ଆମ ପ୍ରିୟ ଷ୍ଟାରଙ୍କୁ ଆମେ ସୋସିଆଲ ମିଡିଆରେ ସେତେବେଳେ ଦେଖିଥାଉ ଯେତେବେଳେ ତାଙ୍କର କିଛି ନୂଆ ଫିଲ୍ମ ଅବା ଗୀତ ରିଲିଜ ହେବାର ଥାଏ । ବେଳେବେଳେ କିଛି ସନ୍ଦେଶ ଦେବାର ଥିଲେ ଅବା ବର୍ଥ ଡେରେ ସେମାନେ ଆକ୍ଟିଭ ଥାଆନ୍ତି । ତେବେ ଲକଡାଉନ ଯୋଗୁଁ ଏବେ ଷ୍ଟାରଙ୍କର ଭିଡ ଦେଖିବାକୁ ମିଳିଛି । ଫେସବୁକଠାରୁ ଇନଷ୍ଟାଗ୍ରାମ ଯାଏଁ ସବୁଥିଲେ ସେଲିବ୍ରିଟିଙ୍କ ଭିଡିଓ । ଫିଲ୍ମ ତାରକାଠାରୁ ଖେଳାଳି ଯାଏଁ । ଏପରିକି ସିରିଏଲ ଓ ରିୟଲିଟି ଶୋ ଷ୍ଟାର ମଧ୍ୟ । ବିଭିନ୍ନ ନାଚ, ଗୀତ, ଖାନା, ବ୍ୟାୟାମ ଓ ପ୍ରେରଣାଦାୟୀ ଭିଡିଓ ବନାଇ ନିଜ ଆକାଉଣ୍ଟରେ ସେୟାର କରୁଛନ୍ତି ସେଲିବ୍ରିଟି ।

ଏହି ସମୟରେ କିଏ ଘରେ ୱାର୍କଆଉଟ କରୁଛି ତ କିଏ ଖାନା ବନାଉଛି । ପୁଣି କିଏ ଘର ସଫା କରୁଛି ତ କିଏ ଗାର୍ଡେନିଂ କରୁଛି । କିଛି ଷ୍ଟାର ତ ନିଜ ଭିତରେ ଲୁଚିଥିବା କଳାକୁ ସୋସିଆଲ ମିଡିଆରେ ଦେଖାଉଛନ୍ତି । ନାଚ, ଗୀତ, ଆକ୍ଟିଂ, ଡାଏଲଗର ଭିଡିଓ ବନାଇ ଛାଡୁଛନ୍ତି । ଏଥିପାଇଁ ଟିକଟକ୍, ୟୁଟ୍ୟୁବ୍ ଓ ହେଲୋ ଆପ୍ ସେମାନଙ୍କ କାମରେ ଆସୁଛି । ଏହାସହ ଘରେ ବସି ଏଥିପାଇଁ ସେମାନେ ଟଙ୍କା ମଧ୍ୟ ପାଉଛନ୍ତି । ନିକଟରେ କାଟ୍ରିନା କୈଫ, ଜ୍ୟାକଲିନ, କାର୍ତ୍ତିକ ଆରୟନ, ରିତେଶ ଦେଶମୁଖ, ଭିକ୍କି କୌଶଳ, ବିରାଟ କୋହଲି, ରଣଭୀର-ଦୀପିକା ପ୍ରଭୃତି ଷ୍ଟାରଙ୍କ ଘର କାମ ଓ ୱାର୍କଆଉଟ୍ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ତେବେ ଆପଣ ମଧ୍ୟ ସମୟ କାଟିବାକୁ ନିଜ ପସନ୍ଦର ସେଲିବ୍ରିଟିଙ୍କୁ ଫଲୋ କରନ୍ତୁ । ସୋସିଆଲ ମିଡିଆରେ, ଖାସ କରି ଇନଷ୍ଟାଗ୍ରାମରେ ସେମାନଙ୍କ କାର୍ଯ୍ୟକଳାପ ଉପରେ ନଜର ରଖନ୍ତୁ, ଅନେକ କିଛି ଶିଖିପାରିବେ । କିଛି ନୂଆ ବ୍ୟାୟାମ ଓ ଯୋଗ ଶିଖିପାରିବେ । ଆପଣଙ୍କ ପସନ୍ଦର ସେଲିବ୍ରିଟିଙ୍କ ଠାରୁ ବିଭିନ୍ନ ମେକଅପ ଓ ବିୟୁଟି ଟିପ୍ସ ନେଇପାରିବେ । କିଛି ସିନେ ତାରକା ଏବେ ଘରେ ନୂଆ ନୂଆ ପ୍ରକାର ରୋଷେଇ କରି ଭିଡିଓ ପୋଷ୍ଟ କରୁଛନ୍ତି । ସେଥିରୁ ମଧ୍ୟ ଆପଣ ଶିଖି ଘରେ ବନାଇପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.