ETV Bharat / bharat

ବର୍ଷେ ଯାଏଁ ପିଏମ କେୟାରକୁ ପ୍ରତି ମାସ 50 ହଜାର ଦେବେ CDS

author img

By

Published : May 24, 2020, 1:02 PM IST

ପିଏମ କେୟାର ଫଣ୍ଡକୁ ଆଗାମୀ ବର୍ଷେ ପର୍ଯ୍ୟନ୍ତ ନିଜ ବେତନରୁ 50,000 ଟଙ୍କା ଦେବେ ଡିଫେନ୍ସ ଷ୍ଟାଫ୍ ମୁଖ୍ୟ ଜେନେରାଲ୍ ବିପିନ ରାୱତ । ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ସଦସ୍ୟ ତଥା ତଟରକ୍ଷୀ ବାହିନୀର ପୂର୍ବତନ ମୁଖ୍ୟ ରାଜେନ୍ଦ୍ର ସିଂ ମଧ୍ୟ ତାଙ୍କ ବେତନର 30 ପ୍ରତିଶତ ପିଏମ କେୟାର ପାଣ୍ଠିକୁ ଦାନ କରିଛନ୍ତି । ଅଧିକ ପଢନ୍ତୁ...

ବର୍ଷେ ଯାଏଁ ପିଏମ କେୟାରକୁ ପ୍ରତି ମାସ 50 ହଜାର ଦେବେ CDS
ବର୍ଷେ ଯାଏଁ ପିଏମ କେୟାରକୁ ପ୍ରତି ମାସ 50 ହଜାର ଦେବେ CDS

ନୂଆଦିଲ୍ଲୀ: ମାହାମାରୀ କୋରୋନା ଭାଇରସର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଆରମ୍ଭ ହୋଇଥିବା PM-CARES ଫଣ୍ଡକୁ ଆଗାମୀ ବର୍ଷେ ପର୍ଯ୍ୟନ୍ତ ନିଜ ବେତନରୁ 50,000 ଟଙ୍କା ଦେବେ ଡିଫେନ୍ସ ଷ୍ଟାଫ୍ ମୁଖ୍ୟ ଜେନେରାଲ୍ ବିପିନ ରାୱତ । ମାର୍ଚ୍ଚରେ ସିଡିଏସ୍ ସଂପୃକ୍ତ ଅଧିକାରୀଙ୍କୁ ଚିଠି ଲେଖି ଆସନ୍ତା ଏକ ବର୍ଷ ପାଇଁ ତାଙ୍କ ବେତନରୁ 50,000 ଟଙ୍କା କଟାଯାଇ ପିଏମ କେୟାର ପାଣ୍ଠିରେ ଜମା କରିବାକୁ କହିଥିଲେ ବୋଲି ପ୍ରତିରକ୍ଷା ସୂତ୍ର ସୂଚନା ମିଳିଛି ।

ଏହି ଚିଠି ଲେଖାଯିବା ଏପ୍ରିଲ ମାସର ବେତନରୁ 50,000 ଟଙ୍କା କରାଯାଇ କରୋନା ବିରୋଧରେ ଲଢେଇ ପାଇଁ ଆରମ୍ଭ ହୋଇଥିବା ପିଏମ କେୟାର ପାଣ୍ଠିରେ ଜମା କରାଯାଇଥିବା ଜଣାପଡିଛି । ପୂର୍ବରୁ ପିଏମ କେୟାର ଫଣ୍ଡ ଆରମ୍ଭ ହେବାମାତ୍ରେ ବିପିନ ରାଓ୍ବତ ନିଜର ଗୋଟିଏ ଦିନର ବେତନ ଏହି ଫାଣ୍ଠିକୁ ​​ଦାନ କରିଥିଲେ । ବର୍ତ୍ତମାନ ପ୍ରତିରକ୍ଷା ମନ୍ତ୍ରଣାଳୟର କର୍ମଚାରୀମାନଙ୍କୁ ଆସନ୍ତା ଏକ ବର୍ଷ ପାଇଁ ପ୍ରତି ମାସରେ ଗୋଟିଏ ଦିନର ଦରମା ଦାନ କରିବାର ବିକଳ୍ପ ଦିଆଯାଇଛି । ତେବେ ଏହା ସ୍ବେଚ୍ଛାକୃତ ଭାବରେ କରାଯିବ।

ସିଡିଏସ୍ ଦ୍ବାରା ପିଏମ କେୟାର ପାଣ୍ଠିକୁ ପ୍ରତି ମାସରେ 50,000 ଦେବା ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କୁ ମଧ୍ୟ କୋରୋନା ବିରୋଧରେ ଲଢେଇରେ ସହଯୋଗ କରିବାକୁ ଉତ୍ସାହିତ କରିବାର ସମ୍ଭାବନା ଅଛି । ସେହିପରି ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ସଦସ୍ୟ ତଥା ତଟରକ୍ଷୀ ବାହିନୀର ପୂର୍ବତନ ମୁଖ୍ୟ ରାଜେନ୍ଦ୍ର ସିଂ ମଧ୍ୟ ତାଙ୍କ ବେତନର 30 ପ୍ରତିଶତ ପିଏମ କେୟାର ପାଣ୍ଠିକୁ ଦାନ କରିଛନ୍ତି । ଏହା ବ୍ୟତିତ ସେନା ମୁଖ୍ୟାଳୟର ବହୁ ବରିଷ୍ଠ ଅଧିକାରୀ ପିଏମ୍ ପାଣ୍ଠି ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।

@ANI

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.