ETV Bharat / bharat

ହାଥରସ ଘଟଣା: ହସ୍ପିଟାଲରୁ ଗାଏବ ସିସିଟିଭି ଫୁଟେଜ୍ - ହସ୍ପିଟାଲରୁ ଗାଏବ ସିସିଟିଭି ଫୁଟେଜ୍

ହାଥରସ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ସିବିଆଇ ତଦନ୍ତରେ ପ୍ରଥମ ଅବରୋଧ । ଅନୁସନ୍ଧାନ ବେଳେ ଜାଣିବାକୁ ମିଳିଛି ଯେ, ପୀଡିତାଙ୍କୁ ପ୍ରଥମେ ଅଣାଯାଇଥିବା ଡାକ୍ତରଖାନାର ସିସିଟିଭି ଫୁଟେଜ୍ ଗାଏବ ରହିଛି ।

ହାଥରସ ଘଟଣା
ହାଥରସ ଘଟଣା
author img

By

Published : Oct 15, 2020, 3:09 PM IST

ଲକ୍ଷ୍ନୌ: ହାଥରସ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ସିବିଆଇ ତଦନ୍ତରେ ପ୍ରଥମ ଅବରୋଧ । ଅନୁସନ୍ଧାନ ବେଳେ ଜାଣିବାକୁ ମିଳିଛି ଯେ, ପୀଡିତାଙ୍କୁ ପ୍ରଥମେ ଅଣାଯାଇଥିବା ଡାକ୍ତରଖାନାର ସିସିଟିଭି ଫୁଟେଜ୍ ଗାଏବ ରହିଛି । ହାଥରସ ଜିଲ୍ଲା ଡାକ୍ତରଖାନାର ମୁଖ୍ୟ ଚିକିତ୍ସା ଅଧୀକ୍ଷକ ଇନ୍ଦ୍ର ଭୀର ସିଂ କହିଛନ୍ତି ଯେ ପୋଲିସ କହିଥିଲେ ସେ ଫୁଟେଜକୁ ରଖିଥାନ୍ତେ ।

ସେ କହିଛନ୍ତି ଯେ, କୌଣସି ଫୁଟେଜ୍ 7 ଦିନ ରହିଥାଏ ଓ ପରେ ଏହାକୁ ଡିଲିଟ୍ କରାଯାଏ । ଘଟଣା ପରେ ପୀଡିତାଙ୍କୁ ପ୍ରଥମେ ଚିକିତ୍ସା ପାଇଁ ଜିଲ୍ଲା ଡାକ୍ତରଖାନା ନିଆଯାଇଥିଲା । ଫୁଟେଜ ଦ୍ବାରା ଆକ୍ରମଣ ହେବାର ଅଭିଯୋଗ ସ୍ପଷ୍ଟ ହୋଇଯାଇଥାନ୍ତା । ଡାକ୍ତରଙ୍କ ବିବୃତ୍ତି ରେକର୍ଡ କରିବା ଏବଂ ଏହାର ପ୍ରମାଣ ଯାଞ୍ଚ କରିବା ପାଇଁ ସିବିଆଇ ଟିମ୍ ଡାକ୍ତରଖାନା ପରିଦର୍ଶନ କରିଥିଲା।

ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଅପରାଧ ସମ୍ବନ୍ଧୀୟ ତଦନ୍ତ ସହିତ ଡାକ୍ତରଖାନାର କିଛି ସମ୍ପର୍କ ନାହିଁ। ସେଥିପାଇଁ ସିସିଟିଭି ଫୁଟେଜକୁ ବିଚାରକୁ ନିଆଯାଇନଥିଲା। ଏପିରିକି ସୁଶାନ୍ତ ସିଂଙ୍କ ମାମଲାରେ ମଧ୍ୟ ମୁମ୍ବାଇ କପର୍ ହସ୍ପିଟାଲର ସିସିଟିଭି ଫୁଟେଜ ଗାଏବ ଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.