ETV Bharat / bharat

ସିବିଏସଇ ବୋର୍ଡ ପରୀକ୍ଷା, 25 ଜୁନରେ ଅନ୍ତିମ ଶୁଣାଣି - CBSE

ସିବିଏସ୍ଇ ପକ୍ଷରୁ ହାଜର ହୋଇଥିବା ଓକିଲ ତୁଶାର ମେହେଟ୍ଟା ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ସିବିଏସ୍ଇ ଏହି ପ୍ରସଙ୍ଗରେ ବିଶେଷଜ୍ଞଙ୍କ ସହ ବିଚାର କରୁଛି । ଗୁରୁବାର ଦିନ ସିବିଏସ୍ଇ ଏହାର ନିଷ୍ପତ୍ତି ସୁପ୍ରିମକୋର୍ଟରେ ପହଞ୍ଚାଇବ। ତେବେ ଗୁରୁବାର ଅପରାହ୍ନ 2 ଟାରେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିବେ । ଅଧିକ ପଢନ୍ତୁ...

ସିବିଏସଇ ବୋର୍ଡ ପରୀକ୍ଷା, 25 ଜୁନରେ ଅନ୍ତିମ ଶୁଣାଣି

author img

By

Published : Jun 23, 2020, 4:47 PM IST

ନୂଆଦିଲ୍ଲୀ: ମହାମାରୀ କୋରୋନା କାରଣରୁ ଦୀର୍ଘ 3ମାସ ଧରି ସ୍କୁଲ କଲେଜ ସବୁ ବନ୍ଦ । ତେବେ ଅବଶିଷ୍ଟ 29 ଟି ମୁଖ୍ୟ ବିଷୟ ପରୀକ୍ଷା ପାଇଁ CBSE ବୋର୍ଡ ଜୁଲାଇ 1 ରୁ ଜୁଲାଇ 15 ତାରିଖ ଧାର୍ଯ୍ୟ କରିଥିଲା । ସିବିଏସଇର ଏହି ନିଷ୍ପତ୍ତି ବିରୋଧରେ କିଛି ଆବେଦନକାରୀ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ । ଯାହାର ଶୁଣାଣି ମଙ୍ଗଳବାର କୋର୍ଟରେ ହୋଇଥିଲା । ସିବିଏସ୍ଇ ପକ୍ଷରୁ ହାଜର ହୋଇଥିବା ଓକିଲ ତୁଶାର ମେହେଟ୍ଟା ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ସିବିଏସ୍ଇ ଏହି ପ୍ରସଙ୍ଗରେ ବିଶେଷଜ୍ଞଙ୍କ ସହ ବିଚାର କରୁଛି । ଗୁରୁବାର ଦିନ ସିବିଏସ୍ଇ ଏହାର ନିଷ୍ପତ୍ତି ସୁପ୍ରିମକୋର୍ଟରେ ପହଞ୍ଚାଇବ। ତେବେ ଗୁରୁବାର ଅପରାହ୍ନ 2 ଟାରେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିବେ ।

ଆଇସିଏସ୍ଇ ଦ୍ୱାରା କରାଯାଇଥିବା ପରୀକ୍ଷା ବାତିଲ୍ ବିଷୟରେ ମଧ୍ୟ ଏସସି ନିଷ୍ପତ୍ତି ନେବାକୁ କହିଥିଲେ । ତେବେ 25 ଜୁନ୍ ରେ ମଧ୍ୟ ଏହି ମାମଲାର ଶୁଣାଣି ହେବ । କାଉନସିଲ୍ ଫର ଇଣ୍ଡିଆନ୍ ସ୍କୁଲ୍ ସାର୍ଟିଫିକେଟ୍ ଏକ୍ଜାମ (CISCE) ଦଶମ ଏବଂ ଦ୍ୱାଦଶ ପରୀକ୍ଷା ପାଇଁ ଟାଇମ୍ ଟେବୁଲ୍ ପ୍ରକାଶ କରିଥିଲା ​। ଏହି ପରୀକ୍ଷା ଜୁଲାଇରେ ହେବାକୁ ଯାଉଛି।

ଟାଇମ୍ ଟେବୁଲ୍ ଅନୁଯାୟୀ, ଆଇସିଏସ୍ଇ ବୋର୍ଡ କ୍ଲାସ୍ 10 ପରୀକ୍ଷା ଜୁଲାଇ 2 ରୁ ଜୁଲାଇ 12 ପର୍ଯ୍ୟନ୍ତ କରାଯିବାର କାର୍ଯ୍ୟକ୍ରମ ରହିଛି, କିନ୍ତୁ ବର୍ତ୍ତମାନ ଏଥିରେ କିଛି ଅଟକି ରହିଥିବା ଜଣାପଡିଛି। ଏ ବାବଦରେ ବମ୍ବେ ହାଇକୋର୍ଟରେ ମଧ୍ୟ ଏକ ପିଟିସନ ଦାଖଲ କରାଯାଇଛି। ସୂଚନାଥାଉକି, COVID-19 ମହାମାରୀକୁ ରୋକିବା ପାଇଁ କେନ୍ଦ୍ର ଦେଶବ୍ୟାପୀ ଲକଡାଉନ ଘୋଷଣା କରିବା ପରେ ମାର୍ଚ୍ଚ 16 ଠାରୁ ସାରା ଦେଶରେ ବିଶ୍ୱବିଦ୍ୟାଳୟ ଏବଂ ସ୍କୁଲଗୁଡ଼ିକ ବନ୍ଦ ରହିଥିଲା।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.