ETV Bharat / bharat

CBSE: କେବଳ ଉତ୍ତର-ପୂର୍ବ ଦିଲ୍ଲୀରେ ହେବ ଦଶମ ପରୀକ୍ଷା

author img

By

Published : May 6, 2020, 1:29 PM IST

ଉତ୍ତର-ପୂର୍ବ ଦିଲ୍ଲୀ ବ୍ୟତୀତ ଦେଶର କୋଣସି ସ୍ଥାନରେ CBSE ଦଶମ ପରୀକ୍ଷା ହେବ ନାହିଁ ବୋଲି ମଙ୍ଗଳବାର ଦିନ ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଦେଲେ ସୂଚନା । ଅଧିକ ପଢନ୍ତୁ...

cbse class 10th exam will be held only for north east delhi students says hrd ministry
CBSE: କେବଳ ଉତ୍ତର-ପୂର୍ବ ଦିଲ୍ଲୀରେ ହେବ ଦଶମ ପରୀକ୍ଷା

ନୂଆଦିଲ୍ଲୀ: ସିବିଏସ୍ଇ ପରେ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ମଧ୍ୟ ଦଶମ ପରୀକ୍ଷା ସମ୍ପର୍କରେ ଦେଲେ ଚୂଡ଼ାନ୍ତ ନିଷ୍ପତ୍ତି । ଉତ୍ତର-ପୂର୍ବ ଦିଲ୍ଲୀ ବ୍ୟତୀତ ଦେଶର କୋଣସି ସ୍ଥାନରେ CBSE ଦଶମ ପରୀକ୍ଷା ହେବ ନାହିଁ ବୋଲି ମଙ୍ଗଳବାର ଦିନ ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ କହିଛନ୍ତି । ପରୀକ୍ଷା ଆରମ୍ଭ ହେବାର 10 ଦିନ ପୂର୍ବରୁ ପରୀକ୍ଷାର୍ଥୀମାନଙ୍କୁ ସୂଚିତ କରାଯିବ, ଯଦ୍ବାରା ସେମାନେ ଫାଇନାଲ ପ୍ରସ୍ତୁତି ପାଇଁ ପର୍ଯ୍ୟାପ୍ତ ସମୟ ପାଇପାରିବେ ।

CAA ଓ NRC ବିରୋଧରେ ଚାଲିଥିବା ହିଂସା ହେତୁ ଉତ୍ତର ପୂର୍ବ ଦିଲ୍ଲୀରେ ବୋର୍ଡ ପରୀକ୍ଷା ସ୍ଥଗିତ ରଖାଯାଇଥିଲା, ଯେଉଁ କାରଣରୁ କିଛି ଅଞ୍ଚଳରେ ପରୀକ୍ଷା ହୋଇପାରି ନଥିଲା ବୋଲି ମନ୍ତ୍ରୀ ନିଶଙ୍କ କହିଛନ୍ତି । ଏହା ପୂର୍ବରୁ CBSE ଏପ୍ରିଲ 1ରେ ପରୀକ୍ଷା ହେବ ବୋଲି ସମୟ ଧାର୍ଯ୍ୟ କରିଥିଲା । କିନ୍ତୁ ସେହି ସମୟରେ କୋରୋନା ସଂକ୍ରମଣର ସ୍ଥିତିକୁ ଦେଖି ପରୀକ୍ଷାକୁ ସ୍ଥଗିତ କରାଯାଇଥିଲା ।

ଏବେ କେନ୍ଦ୍ର ସରକାରଙ୍କ ଅନୁମତି ପରେ ଦଶମ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ଏହା ବ୍ୟତୀତ ଉତ୍ତର ପୂର୍ବ ଦିଲ୍ଲୀର ଯେଉଁଠାରେ ବୋର୍ଡ ପରୀକ୍ଷା କରାଯାଇ ନଥିଲା ସେହି କ୍ଷେତ୍ରରେ କେବଳ ଦ୍ୱାଦଶ ଶ୍ରେଣୀର ମୁଖ୍ୟ ବିଷୟ ପରୀକ୍ଷା କରାଯିବ ବୋଲି CBSE କହିଛି । କୋରୋନା ପାଇଁ ଦେଶବ୍ୟାପୀ ସରକାର ହଠାତ ଲକଡାଉନ ଘୋଷଣା କରିବାରୁ ଏହି ସବୁ ପରୀକ୍ଷାକୁ ବନ୍ଦ କରାଯାଇଥିଲା ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.