ETV Bharat / bharat

ପ୍ରକାଶ ପାଇଲା ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ

author img

By

Published : Jul 15, 2020, 12:46 PM IST

Updated : Jul 15, 2020, 3:05 PM IST

ବାହାରିଲା ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ
ବାହାରିଲା ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ

12:44 July 15

ପ୍ରକାଶ ପାଇଲା ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ

ପ୍ରକାଶ ପାଇଲା ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ

ନୂଆଦିଲ୍ଲୀ: ପ୍ରକାଶ ପାଇଲା ଦଶମ ଶ୍ରେଣୀ ପରୀକ୍ଷା ଫଳ ।  କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରୀୱାଲ ନିଶଙ୍କ ଟୁଇଟ କରି ଏହି ସୂଚନା ଦେଇଛନ୍ତି  । ସମସ୍ତ ଛାତ୍ରଛାତ୍ରୀ cbseresults.nic.in , cbse.nic.in, results.nic.in ୱେଟସାଇଟରେ ନିଜର ରେଜଲ୍ଟ ଦେଖିପାରିବେ । ଡିଜି ଲକର ମୋବାଇଲ ଆପ ଜରିଆରେ ମଧ୍ୟ ରେଜଲ୍ଟ ଦେଖିପାରିବେ ।

ଚଳିତ ବର୍ଷ  18 ଲକ୍ଷରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଏଥର ପାସ ହାର 91.46 ପ୍ରତିଶତ ରହିଛି । ପୁଅଙ୍କ ଅପେକ୍ଷା ଝିଅଙ୍କ ରେଜଲ୍ଟ ଭଲ ରହିଛି । 93.31 ପ୍ରତିଶତ ଛାତ୍ରୀ ରଖିଥିବାବେଳେ ଛାତ୍ରଙ୍କ ପାସ ହାର 90.14 ପ୍ରତିଶତ ରହିଛି । ଏଥର ପରୀକ୍ଷା ଫେବୃୟାରୀ 15ରୁ ମାର୍ଚ୍ଚ 20 ଯାଏ ଅନୁଷ୍ଠିତ ହୋଇଥିଲା । କୋରୋନା ପାଇଁ ପରୀକ୍ଷାକୁ ଅଧାରୁ ବାତିଲ କରାଯାଇଥିଲା । ତେଣୁ 6 ଟି ବିଷୟରେ ପରୀକ୍ଷା ହୋଇପାରିନଥିଲେ । ଫଳରେ ଏଥ ରେଜଲ୍ଟ ଆଭରେଜ ମାର୍କିଂରେ ପ୍ରଦାନ କରାଯାଇଛି ।  

ଅଧିକ ଫଳାଫଳ ଚାହୁଁଥିବା ଦ୍ୱାଦଶ ଶ୍ରେଣୀର ଛାତ୍ରମାନଙ୍କ ପାଇଁ ଏହା ଏକ ଇଚ୍ଛାଧୀନ ପରୀକ୍ଷା କରିବ ବୋଲି ସିବିଏସ୍ଇ କହିଛି। ପରିସ୍ଥିତି ଅନୁକୂଳ ହେଲେ ଇଚ୍ଛାଧୀନ ପରୀକ୍ଷା କରାଯିବ। ମଙ୍ଗଳବାର ରେଜଲ୍ଟ ବାହାରିବା ନେଇ କେନ୍ଦ୍ର ମନ୍ତ୍ରୀ ଟ୍ବିଟ କରି ଜଣାଇଥିଲେ । ଏଥିସହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ ମଧ୍ୟ ଶୁଭେଚ୍ଛା ଜଣାଇଥିଲେ । ଜୁଲାଇ 13ରେ ସିବିଏଇ ଦ୍ବାଦଶ ଶ୍ରେଣୀର ପରୀକ୍ଷା ଫଳ ବାହାରିଥିଲା ।  

Last Updated : Jul 15, 2020, 3:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.