ETV Bharat / bharat

ହାଥରସ ଗଣଦୁଷ୍କର୍ମ ମାମଲାର ତଦନ୍ତ ଦାୟିତ୍ବ ନେଲା ସିବିଆଇ

author img

By

Published : Oct 10, 2020, 10:19 PM IST

ହାଥରସ ଗଣଦୁଷ୍କର୍ମ ମାମଲାର ତଦନ୍ତ ଦାୟିତ୍ବ ଗ୍ରହଣ କଲା ସିବିଆଇ । ଉତ୍ତରପ୍ରଦେଶର ହାଥରସ ଗଣଦୁଷ୍କର୍ମ ଘଟଣା ସାରା ଦେଶରେ ଆଲୋଡନ ସୃଷ୍ଟି କରିଥିଲା । ଅଧିକ ପଢନ୍ତୁ...

ହାଥରସ ଗଣଦୁଷ୍କର୍ମ ମାମଲାକୁ ତଦନ୍ତ ଦାୟିତ୍ବ ଗ୍ରହଣ କଲା ସିବିଆଇ

ଲକ୍ଷ୍ନୌ: ହାଥରସ ଗଣଦୁଷ୍କର୍ମ ମାମଲାର ତଦନ୍ତ ଦାୟିତ୍ବ ଗ୍ରହଣ କଲା ସିବିଆଇ । ଉତ୍ତର ପ୍ରଦେଶ ହାଥରସ ଗଣଦୁଷ୍କର୍ମ ଘଟଣା ସାରା ଦେଶରେ ଆଲୋଡନ ସୃଷ୍ଟି କରିଥିଲା । ଏହାକୁ ନେଇ ବ୍ୟାପକ ରାଜନୀତି ସୃଷ୍ଟି ହୋଇଛି ।

ଯୋଗୀ ସରକାର ପ୍ରଥମେ ତିନି ଜଣିଆ ଏସଆଟି ଟିମ ଗଠନ କରି ତଦନ୍ତ ଆରମ୍ଭ କରିଥିଲେ । ପରେ ଘଟଣାର ବ୍ୟାପକତାକୁ ଦେଖି ଉତ୍ତରପ୍ରଦେଶ ସରକାର ଶେଷରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ତଦନ୍ତ ପାଇଁ କେନ୍ଦ୍ରକୁ ସୁପାରିଶ କରିଥିଲେ । ଏହି ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ 4 ଜଣଙ୍କୁ ଗିରଫ କରି ପୋଲିସ ତଦନ୍ତ ଚଳାଇଛି ।

ଗତ ସେପ୍ଟେମ୍ବର 14ରେ ଉତ୍ତରପ୍ରଦେଶ ହାଥରସ ଗଣଦୁଷ୍କର୍ମ ଘଟଣା ନେଇ ଯୋଗୀ ସରକାରଙ୍କୁ ଟାର୍ଗେଟ କରିଥିଲା ସାରା ଦେଶ । ପୀଡିତାଙ୍କ ପରିବାରକୁ ଭେଟିବାକୁ ନେଇ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସହ ପୋଲିସର ଧସ୍ତାଧସ୍ତି ଘଟଣା ବି ଖବରର ଶିରୋନାମା ପାଲଟିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.