ETV Bharat / bharat

ସରକାରୀ ଅର୍ଥ ହେରଫେର ଅଭିଯୋଗରେ 3ଟି ରାଜ୍ୟରେ ସିବିଆଇର ଚଢାଉ

2006 ମସିହା ଜୁନ 30 ତାରିଖରୁ ଜୁଲାଇ 2007 ମଧ୍ୟରେ ମଣିପୁର ଡେଭଲପମେଣ୍ଟ ସୋସାଇଟିର ଅଧ୍ୟକ୍ଷ ବାବେ କାର୍ଯ୍ୟ କରିଥିବା ଅଭିଯୁକ୍ତ ଅନ୍ୟ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହିତ ମିଳିମିଶି ପ୍ରାୟ 555 କୋଟି ଟଙ୍କା ମଧ୍ୟରୁ ପ୍ରାୟ 332 କୋଟି ଟଙ୍କ ହେରଫେର କରିଥିବା ଅଭିଯୋଗ ହୋଇଥିଲା । ଅଧିକ ପଢନ୍ତୁ...

ପ୍ରତିକାତ୍ମକ ଫଟୋ
author img

By

Published : Nov 22, 2019, 3:13 PM IST

ନୂଆଦିଲ୍ଲୀ: ସରକାରୀ ଅର୍ଥର ଅପବ୍ୟବହାର ନେଇ ଦେଶର ବିଭିନ୍ନ ସ୍ଥାନରେ ଚଢାଉ କରିଛି ସିବିଆଇ। ଶୁକ୍ରବାର ମଣିପୁର, ମିଜୋରାମ ଏବଂ ହରିଆଣା 9ଟି ସ୍ଥାନରେ ଚଢାଉ କରିଛି। ଏନେଇ ସିବିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି କି, ସିବିଆଇର ଏକାଧିକ ଟିମ ସରକାରୀ ଧନର ଅପବ୍ୟବହାର ନେଇ ବିଭିନ୍ନ ସ୍ଥାନରେ ଚଢାଉ କରିଛି । ଦେଶର ଆଇଜଲ, ଇମ୍ଫାଲ, ଏବଂ ଗୁରୁଗ୍ରାମର ଅନେକ ସ୍ଥାନରେ ଚଢାଉ କରିଛି ସିବିଆଇ ।

ସେ ଆହୁରି ମଧ୍ୟ କହିଥିଲେ କି, ତଦନ୍ତ ଜାରି ରହିଥିବାରୁ ଏଥିରେ ସମ୍ପୃକ୍ତ ଲୋକଙ୍କ ନାମକୁ ପ୍ରକାଶ କରାଯାଇପାରୁନାହିଁ । ତେବେ ସିବିଆଇ ପକ୍ଷରୁ କିଛି ଲୋକଙ୍କ ନାମ ପ୍ରକାଶ କରାଯାଇଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିବା ଜଣାପଡ଼ିଛି ।

ତେବେ ସିବିଆଇ ପକ୍ଷରୁ ଜାରି କରାଯାଇଥିବା ନାମ ମଧ୍ୟରେ ମଣିପୁରର ପୂର୍ବତନ ମୁଖ୍ୟମନ୍ତ୍ର ତଥା ମଣିପୁର ଡେଭଲେପମେଣ୍ଟ ସୋସାଇଟ(ଏମଡିଏସ)ର ତତ୍କାଳୀନ ଅଧ୍ୟକ୍ଷ ଓ ଇବୋବି ସିଂ, ଏମଡିଏସର ପୂର୍ବତନ ନିର୍ଦ୍ଦେଶକ ଓ୍ବାଇ ନିଗେନଥାମ ସିଂ, ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ତତା ତତ୍କାଳୀନ ଏମଡିଏସ ଚେୟାରମ୍ୟାନ ଡି ଏସ ପୁନିଆ, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ତଥା ଏମଡିଏସର ତତ୍କାଳୀନ ଚେୟାରମ୍ୟାନ ପି ସି ଲାମୁକଗ୍ନା, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଓ ନବକିଶୋର ସିଂ, ଏମଡିଏସର ପ୍ରଶାସନିକ ଅଧିକାରୀ ଏସ ରଞ୍ଜିତ ସିଂ ଏବଂ ଏମଡିଏସର ଅନ୍ୟ ଅଧିକାରୀଙ୍କ ବିରୋଧରେ ସିବିଆଇ ମାମଲା ରୁଜୁ କରିଛି।

ସିବିଆଇ ପକ୍ଷରୁ କୁହାଯାଇଛି ଯେ, 2006 ମସିହା ଜୁନ 30 ତାରିଖରୁ ଜୁଲାଇ 2007 ମଧ୍ୟରେ ମଣିପୁର ଡେଭଲପମେଣ୍ଟ ସୋସାଇଟିର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିବା ଅଭିଯୁକ୍ତ ଅନ୍ୟ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହିତ ମିଳିମିଶି ପ୍ରାୟ 555 କୋଟି ଟଙ୍କା ମଧ୍ୟରୁ ପ୍ରାୟ 332 କୋଟି ଟଙ୍କ ହେରଫେର କରିଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ହେବା ପରେ ସେହି ସମୟରେ ଅଧିକାଂଶ ଅଧିକାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିଲା ବୋଲି ସିବିଆଇ ସୂଚନା ଦେଇଥିଲା ।

Intro:Body:

editorial

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.