ETV Bharat / bharat

ଦେଶର ୧୫୦ଟି ସ୍ଥାନରେ ସିବିଆଇ ଚଢାଉ - ସିବିଆଇ

ଶୁକ୍ରବାର  ଦେଶର ୧୫୦ଟି ସରକାରୀ ବିଭାଗରେ ସିବିଆଇ ଚଢଉ କରିଛି। ସରକାରଙ୍କ ବିଭିନ୍ନ ବିଭାଗରେ ଦୁର୍ନୀତି ହେବା ନେଇ ଅଭିଯୋଗ ପାଇବା ପରେ ସମସ୍ତ ସ୍ଥାନରେ ସିବିଆଇ ଚଢାଉ କରିଛି ।

ଫାଇଲ ଫଟୋ
author img

By

Published : Aug 30, 2019, 7:56 PM IST

ନୂଆଦିଲ୍ଲୀ: ଦୁର୍ନୀତି ବିରୋଧରେ ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (ସିବିଆଇ)। ଏହି କ୍ରମରେ ଶୁକ୍ରବାର ଦେଶର ୧୫୦ଟି ସ୍ଥାନରେ ସିବିଆଇ ଚଢାଉ କରିଛି । ଦୁର୍ନୀତିଗ୍ରସ୍ତର ସମ୍ଭାବନା ଥିବା ସମସ୍ତ ସ୍ଥାନରେ ସିବିଆଇ ପକ୍ଷରୁ ଚଢାଉ କରାଯାଇଛି ।

ତେବେ ଦେଶର ପ୍ରମୁଖ ସହର ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ, କୋଲକାତା, ଜୟପୁର, ଯୋଧପୁର, ଗୌହାଟୀ, ଶ୍ରୀନଗର, ସିଲଂ, ଚେନ୍ନାଇ, ଚଣ୍ଡିଗଡ, ଶିମଲା, ମଦୁରାଇ, ବେଙ୍ଗାଲୁରୁ, ଗାନ୍ଧୀନଗର, ଗୋଆ, ଜବଲପୁର ଏବଂ ଭୋପାଲର ବିଭିନ୍ନ ସ୍ଥାନରେ ସିବିଆଇ ପକ୍ଷରୁ ଏହି ଚଢାଉ କରାଯାଇଛି । ଛୋଟ ବ୍ୟବସାୟୀ ଓ ସାଧାରଣ ଲୋକ କେତେକ ଦୁର୍ନୀତିଗ୍ରସ୍ତ ସରକାରୀ ବିଭାଗ ଦ୍ବାରା ଭ୍ରଷ୍ଟାଚାରର ଶିକାର ହେଉଥିବା ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଆଧାରରେ ସିବିଆଇ ପକ୍ଷରୁ ଚଢାଉ ଅଭିଯାନ ଆରମ୍ଭ କରାଯାଇଛି।

ସିବିଆଇ ରେଲୱେ, ପରିବହନ, ବିଏସଏନଏଲ ଏବଂ କୋଇଲା ଖଣି ସମେତ ଅନେକ ବିଭାଗରେ ଚଢାଉ କରିଛି ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.