ETV Bharat / bharat

ଉନ୍ନାଓ ଦୁର୍ଘଟଣାର ଚାର୍ଜସିଟ ଦାଖଲ, ହତ୍ୟା ଅଭିଯୋଗରୁ କୁଲଦୀପ ମୁକ୍ତ

ଉନ୍ନାଓ ପୀଡିତାଙ୍କ ସଡକ ଦୁର୍ଘଟଣା ମାମଲାରେ ସିବିଆଇର ଚାର୍ଜସିଟ ଦାଖଲ। ହତ୍ୟା ଅଭିଯୋଗରେ କୌଣସି ଚାର୍ଜସିଟ ଦାଏର କରିନି ସିବିଆଇ।

ଫାଇଲ ଫଟୋ
author img

By

Published : Oct 12, 2019, 10:37 AM IST

ନୂଆଦିଲ୍ଲୀ: ଉନ୍ନାଓ ପୀଡିତାଙ୍କ ସହିତ ହୋଇଥିବା ସଡ଼କ ଦୁର୍ଘଟଣାରେ ସିବିଆଇ ଚାର୍ଜସିଟ ଦାଖଲ କରିଛି । ଅପରାଧିକ ଷଡଯନ୍ତ୍ର ଓ ଧମକ ଦେବା ମାମଲାରେ ବିଜେପିରୁ ବହିଷ୍କୃତ ଦଳୀୟ ବିଧାୟକ କୁଲଦୀପ ସିଂ ସେଙ୍ଗର ଓ ଡ୍ରାଇଭର ଆଶୀଷ କୁମାର ପାଲଙ୍କୁ ସିବିଆଇ ନିଜ ଚାର୍ଜସିଟରେ ଅଭିଯୁକ୍ତ ଦର୍ଶାଇଛି। ହତ୍ୟା ଅଭିଯୋଗରେ କୌଣସି ଚାର୍ଜସିଟ ଦାଖଲ କରିନାହିଁ ସିବିଆଇ।

ଏହି ଚାର୍ଜସିଟ ଲକ୍ଷ୍ନୌରେ ଦାଖଲ ହୋଇଥିବା ବେଳେ ଡ୍ରାଇଭର ଆଶୀଷ କୁମାର ପାଲଙ୍କୁ ଆଇପିସିର ଧାରା 304(କ), 338 ଓ 279 ଅନୁସାରେ ଏ ଘଟଣାରେ ଅଭିଯୁକ୍ତ ବୋଲି ଜଣାଇ ଦିଆଯାଇଛି। କୁଲଦୀପ ସିଂ ଓ ଅନ୍ୟ ସହଯୋଗୀଙ୍କ ବିରୋଧରେ 120(ଖ)ଅନୁସାରେ ଅଭିଯୋଗ ଲଗାଯାଇଛି।

ଜେଲରେ ଥିବା ଦାଦାଙ୍କୁ ଦେଖା କରିବାକୁ ପୀଡିତା ଯାଉଥିବା ବେଳେ ଏକ ଟ୍ରକ ଦୁର୍ଘଟଣାର ସାମ୍ନା କରିଥିଲେ ସେ। ଯେଉଁଥିରେ ପୀଡିତାଙ୍କ ପରିବାରର 2 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ପୀଡିତା ଓ ତାଙ୍କ ଓକିଲ ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣା ସମୟରେ ପୀଡିତାଙ୍କ ସୁରକ୍ଷା ଦୃଷ୍ଟିରୁ କୌଣସି ପୋଲିସ ତାଙ୍କ ସାଥିରେ ନଥିଲେ ।

ଏହା ପରେ ଏ ଘଟଣାରେ ସୁରକ୍ଷାକର୍ମୀଙ୍କୁ ନିଲମ୍ବିତ କରିଥିଲେ । ଏହାର 2ଦିନ ପରେ 30 ଜୁଲାଇରେ କୁଲଦୀପ ସିଂ ସେଙ୍ଗର ଓ ତାଙ୍କ ଭାଇ ମନୋଜ ସିଂ ସେଙ୍ଗର ଓ ଉତ୍ତରପ୍ରଦେଶର ମନ୍ତ୍ରୀ ଦାମାଦ ଅରୁଣ ସିଂଙ୍କ ସମେତ ଅନ୍ୟ 7ଜଣଙ୍କ ନାଁରେ ଅଭିଯୋଗ କରିଥିଲେ ପୀଡିତାଙ୍କ ପରିବାର। ଏହା ପରେ ଚିକିତ୍ସା ପାଇଁ ପୀଡିତା ଦିଲ୍ଲୀ ଏମସ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ଗତ ସେପ୍ଟେମ୍ବର 25ରେ ତାଙ୍କୁ ଡିସଚାର୍ଜ କରାଯାଇଛି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.