ଲକ୍ଷ୍ନୌ: ହାଥରସ ଗଣଦୁଷ୍କର୍ମ ମାମଲାରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ତଦନ୍ତ ଜାରି ରଖିଛି । ଆଜି(ସୋମବାର) ପାଞ୍ଚ ଜଣିଆ ସିବିଆଇ ଟିମ୍ ଆଲିଗଡର ଜେଏନ୍ ମେଡିକାଲ୍ କଲେଜରେ ପହଞ୍ଚିଛି। ପୀଡିତାଙ୍କ ଚିକିତ୍ସା କରୁଥିବା ଡାକ୍ତରମାନଙ୍କୁ ଏଠାରେ ପଚରାଉଚରା କରାଯାଉଛି। ପ୍ରକାଶଥାଉକି, ଘଟଣା ପରେ ପୀଡିତାଙ୍କୁ ଜେଏନ୍ ମେଡିକାଲ୍ କଲେଜରେ ଭର୍ତ୍ତି କରାଯାଇଥିଲା ।
ଏହାସହ ସିବିଆଇର ଏକ ଟିମ୍ ଆଲିଗଡ ଜେଲରେ ପହଞ୍ଚିଛି । ଏଠାରେ ହାଥରସ ଗଣଦୁଷ୍କର୍ମ ମାମଲାରେ ଜଡିତ ଚାରିଜଣ ଅଭିଯୁକ୍ତଙ୍କୁ ରଖାଯାଇଛି । ସିବିଆଇ ଟିମ୍ ଏହି ଚାରିଜଣ ଅଭିଯୁକ୍ତଙ୍କୁ ପଚରାଉଚରା କରିବ। ଏହାପୂର୍ବରୁ ସିବିଆଇ ଟିମ୍ ପ୍ରତ୍ୟକ୍ଷଦର୍ଶୀ ବିକ୍ରମକୁ ପଚରାଉଚରା କରିଥିଲା ।