ETV Bharat / bharat

କାଜୁ ଚୋପାରୁ ପ୍ରସ୍ତୁତ ସନସ୍କ୍ରିନ ଲୋସନ୍

ପୋଷଣୀୟ ବିକାଶ ପାଇଁ ସର୍ବଦା ସାମଗ୍ରୀର ରିସାଇକେଲିଂର ଆବଶ୍ୟକତା ରହିଛି । କାଜୁ ଇଣ୍ଡଷ୍ଟ୍ରିରୁ କାଜୁ ଚୋପା ଭଳି ବର୍ଜ୍ୟବସ୍ତୁ ବାହାରିଥାଏ । ଯାହାକୁ ନେଇ ସନସ୍କ୍ରିନ ଲୋସନ ମଧ୍ୟ ପ୍ରସ୍ତୁତ କରାଯାଇପାରିବ ଓ ଅତିବାଇଗଣୀ ରଶ୍ମୀର ଖରାପ ପ୍ରଭାବରୁ ରକ୍ଷା ପାଇପାରିବ ।

author img

By

Published : Oct 1, 2019, 1:52 PM IST

ଡିଜାଇନ ଫଟୋ

ହାଇଦ୍ରାବାଦ: ଗଛର ବର୍ଜ୍ୟବସ୍ତୁ ଓ କାଠକୁ କେମିକାଲି ପ୍ରକ୍ରିୟା ଯଥା Xylochemistry ଦ୍ବାରା ଆରୋମାଟିକ୍ ଯୌଗିକ ପଦାର୍ଥ ପ୍ରସ୍ତୁତ କରିଛନ୍ତି । ଏଥିରେ କାଜୁ ଚୋପାକୁ ବ୍ୟବହାର କରାଗଲା । ତେବେ ଅତିବାଇଗଣୀ ରଶ୍ମୀକୁ ରୋକିବା ପାଇଁ ଏହି ଯୌଗିକ ପଦାର୍ଥ ପ୍ରସ୍ତୁତ କରିଛନ୍ତି ବୈଜ୍ଞାନିକ । ଏହା ଉଭୟ UVA ଓ UVBରୁ ରକ୍ଷା କରିପାରିବ । ଏହାସହ ଚର୍ମ ସଂକ୍ରମଣ ଦ୍ବାରା ହେଉଥିବା କ୍ୟାନ୍ସରରୁ ମଧ୍ୟ ଏହା ରୋକିପାରିବ ।

ଅତିବାଇଗଣୀ ରଶ୍ମୀ ସାଧାରଣତଃ ପ୍ଲାଷ୍ଟିକ ଓ ଯାନ୍ତ୍ରିକ ସାମଗ୍ରୀକୁ ମଧ୍ୟ ହାନି ପହଞ୍ଚାଇଥାଏ । ମୁଖ୍ୟତଃ ଶରୀର ପାଇଁ ଏହା ଅଧିକ କ୍ଷତିକାରକ । ସନବର୍ଣ୍ଣ, ବୟସ ପୂର୍ବରୁ ବୃଦ୍ଧାବସ୍ଥା, ମନୁଷ୍ୟ ଓ ପ୍ରାଣୀଙ୍କ ମଧ୍ୟରେ ହାନିକାରକ ମେଲେନୋମାର ବିକାଶ ଆଦି ପ୍ରାଣ ଘାତକ ରୋଗ ହୋଇଥାଏ । ଅତିବାଇଗଣୀ ରଶ୍ମୀକୁ ରୋକିବା ପାଇଁ ଉଭୟ ଅରଗାନିକ ଓ ଇନଅରଗାନିକ ମାଧ୍ୟମରେ ଚେଷ୍ଟା କରାଯାଉଛି ।

ଅତିବାଇଗଣୀ ରଶ୍ମୀକୁ ରୋକିବା ପାଇଁ ଏକ ଗୁରୁତ୍ବପୂର୍ଣ୍ଣ କାରକ ହେଉଛି ଫିନଲ୍ । ଏହା ହାଇଡ୍ରୋକ୍ସିଲ ଗ୍ରୁପର ହାଇଡ୍ରୋଜେନ ବଣ୍ଡ୍ ରହିଥାଏ, ଯାହା ଏହି କ୍ଷତିକାରକ ରଶ୍ମୀକୁ ଶୋଷିନିଏ । ଉଦାହରଣ ଅକ୍ସିବେନଜୋନ୍, ଅତିବାଇଗଣୀ ରଶ୍ମୀକୁ ରୋକିବା ପାଇଁ ଏହା ସାଧାରଣତଃ ବ୍ୟବହାର କରାଯାଇଥାଏ କିନ୍ତୁ ଏହାର ଗୋଟିଏ ନକରାତ୍ମକ ପ୍ରଭାବ ରହିଛି । ଆକ୍ବାଟିକ୍ ଇକୋସିଷ୍ଟମ ଉପରେ ଏହା ପ୍ରଭାବ ପକାଇଥାଏ । ଏହା କାରଣରୁ ବୈଜ୍ଞାନିକ ମାନେ ଏଥିପ୍ରତି ଅଧିକ ଦେଉଛନ୍ତି । ସନସ୍କ୍ରିନ ଲୋସନ୍ କିମ୍ବା ଏସପିଏଫ ସାମଗ୍ରୀ ପ୍ରସ୍ତୁତ ସମୟରେ ଏଥିପ୍ରତି ଧ୍ୟାନ ଦିଆଯାଉଛି ।

ଏହି ସମସ୍ୟାକୁ ରୋକିବା ପାଇଁ କାଜୁ ଚୋପାକୁ ବ୍ୟବହାର କରି ଅତିବାଇଗଣୀ ରଶ୍ମୀକୁ ରୋକିବାକୁ ହୋଇଛି ପ୍ରୟାସ । କାଜୁ ଇଣ୍ଡଷ୍ଟ୍ରିର ବଜ୍ୟବସ୍ତୁ ହେଉଛି କାଜୁ ଚୋପା । ଏହାକୁ ବ୍ୟବହାର କରି ସନସ୍କ୍ରିନ ପ୍ରସ୍ତୁତ କରାଯାଇପାରିବ । ଏହା ଏକ ପୋଷଣୀୟ ମାଧ୍ୟମ । ପ୍ରକୃତିକୁ କୌଣସି କ୍ଷତି ନପହଞ୍ଚାଇ ପ୍ରାକୃତିକ ଉପାୟରେ ସାମଗ୍ରୀ ପ୍ରସ୍ତୁତ କରାଯାଇପାରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.