ନୂଆଦିଲ୍ଲୀ: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଆୟକର ବିଭାଗକୁ ବଡ ସଫଳତା । ଆୟକର ବିଭାଗ ଯାଞ୍ଚ ବେଳେ ଜବତ କରିଛି 2 କୋଟିରୁ ଊର୍ଦ୍ଧ୍ବ ଟଙ୍କା ସେ ପୁଣି ଏକ କାରରୁ ଚକରୁ ଟଙ୍କା ଜବତ ହୋଇଛି । ବିଭାଗ ତରଫରୁ କାର୍ ଯାଞ୍ଚ ବେଳେ ଡିକିରେ ଥିବା ଷ୍ଟେପିନ୍ ଟାୟାର ଉପରେ ସନ୍ଦେହ ସୃଷ୍ଟି ହୋଇଥିଲା । ଯାଞ୍ଚ କରିବା ପରେ ଟାୟାରରୁ 2କୋଟିରୁ ଊର୍ଦ୍ଧ୍ବ ଟଙ୍କା ଜବତ ହୋଇଛି ।
-
#WATCH: Rs 2.30 cr in cash stuffed inside the spare tire in a car seized by Income-Tax officials. The cash was being transported from Bengaluru to Shivamogga. #Karnataka pic.twitter.com/yUeRdKVyzY
— ANI (@ANI) April 20, 2019 " class="align-text-top noRightClick twitterSection" data="
">#WATCH: Rs 2.30 cr in cash stuffed inside the spare tire in a car seized by Income-Tax officials. The cash was being transported from Bengaluru to Shivamogga. #Karnataka pic.twitter.com/yUeRdKVyzY
— ANI (@ANI) April 20, 2019#WATCH: Rs 2.30 cr in cash stuffed inside the spare tire in a car seized by Income-Tax officials. The cash was being transported from Bengaluru to Shivamogga. #Karnataka pic.twitter.com/yUeRdKVyzY
— ANI (@ANI) April 20, 2019
ପରେ ବିଭାଗ ଟାୟାର କାଟି ସମସ୍ତ ଟଙ୍କା ଜବତ କରିଛି । ତେବେ ଏହି ଟଙ୍କା ଗୁଡିକୁ ଜଣେ ବ୍ୟକ୍ତି ବେଙ୍ଗାଲୁରୁରୁ ଶିବମୋଗା ନେଇଯାଉଥିଲେ । ଜବତ ଟଙ୍କାରୁ ସମସ୍ତ ଟଙ୍କା 2ହଜାର ଟଙ୍କିଆ ବୋଲି ଜଣାପଡିଛି । ଆୟକର ବିଭାଗ ତରଫରୁ ଗୋଆ ଓ କର୍ଣ୍ଣାଟକରେ ମଧ୍ୟ ଚଢାଉ କରାଯାଇଥିଲା । ଚଢାଉରେ 4 କୋଟି ଟଙ୍କା ଜବତ ହୋଇଥିଲା ।