ETV Bharat / bharat

ଲକଡାଉନ୍ ନିୟମ ଉଲଂଘନ: ତେଜସ୍ବୀ ଯାଦବଙ୍କ ବିରୋଧରେ ମାମଲା

author img

By

Published : May 30, 2020, 10:33 AM IST

ଲକଡାଉନ୍ ନିୟମ ଉଲ୍ଲଂଘନ କରି ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ତେଜସ୍ବୀ ଯାଦବଙ୍କ ବିରୋଧରେ ପାଟନାରେ ଏକ ମାମଲା ରୁଜୁ ହୋଇଛି।

tejashwi yadav
ତେଜସ୍ବୀ ଯାଦବ

ପାଟନା: ଲକଡାଉନ୍ ନିୟମ ଉଲ୍ଲଂଘନ କରି ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ତେଜସ୍ବୀ ଯାଦବଙ୍କ ବିରୋଧରେ ପାଟନାରେ ଏକ ମାମଲା ରୁଜୁ ହୋଇଛି। ଏଥିସହ ଆରଜେଡି ରାଜ୍ୟ ସଭାପତି ଜଗଦାନନ୍ଦ, ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡୀ ଦେବୀ, ପୂର୍ବତନ ମନ୍ତ୍ରୀ ତେଜ ପ୍ରତାପ ଯାଦବ ଓ ଲାଲୁ ଯାଦବଙ୍କ ନିକଟତମ ବିଧାୟକ ଭୋଲା ଯାଦବଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ କରାଯାଇଛି। ଏହି ସମସ୍ତ ବିରୋଧରେ ଅଭିଯୋଗ ଯେ ସେମାନେ ମହାମାରୀ ଅଧିନିୟମ ଅନୁଯାୟୀ ସତର୍କତା ନିୟମ ପାଳନ କରିନାହାଁନ୍ତି।

ଶୁକ୍ରବାର ସକାଳେ ବିହାରର ରାଜଧାନୀ ପାଟନାର 10 ସର୍କୁଲାର ରୋଡରେ ଥିବା ରାବଡୀ ଦେବୀଙ୍କ ବାସଭବନରେ ଆରଜେଡି ବିଧାୟକଙ୍କ ସମାବେଶ ହୋଇଥିଲା। ଏହି ସମୟ ମଧ୍ୟରେ କେହି ସାମାଜିକ ଦୂରତାକୁ ଅନୁସରଣ କଲେ ନାହିଁ । ଅନେକ ନେତା ମାସ୍କ ପିନ୍ଧି ନଥିଲେ। ଏହା ସମସ୍ତ କୋଭିଡ -19 ର ନିୟମ ଭାଙ୍ଗିଥିଲା । ଏହି ସମସ୍ତେ ଗୋପାଳଗଞ୍ଜ ଯିବାକୁ ଦାବି କରୁଥିଲେ। ପ୍ରକାଶଥାଉରି, ଏହି ସମସ୍ତେ ଗୋପାଳଗଞ୍ଜ ତ୍ରିପଲ୍ ମର୍ଡର ମାମଲାର ମୁଖ୍ୟ ଅଭିଯୁକ୍ତ ଜଏମୟୁ ବିଧାୟକ ଅମରେନ୍ଦ୍ରଙ୍କୁ ଗିରଫ କରିବା ପାଇଁ ଆରଜେଡିର ଗୋପାଳଗଞ୍ଜ ମାର୍ଚ୍ଚରେ ଯୋଗ ଦେବାକୁ ଯାଉଥିଲେ।

ତେବେ ବିହାର ପୋଲିସ ଆରଜେଡିର ଏହି ପଦଯାତ୍ରା ତଥା ରାଜନୈତିକ କାର୍ଯ୍ୟକଳାପରେ ଏତେ ସଂଖ୍ୟକ ଲୋକଙ୍କୁ ଏକାଠି କରିବାକୁ ଅନୁମତି ଦେଇ ନାହିଁ। ପାଟଣାର ଏସପି ସେଣ୍ଟ୍ରାଲ ଓ ଏଡିଏମ୍ ଲ ଆଣ୍ଡ ଅର୍ଡର ନିର୍ଦ୍ଦେଶ ସ୍ପଷ୍ଟ ଭାବେ କହିଛି ଯେ ନିୟମ ଉଲ୍ଲଂଘନ ହେଲେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

ରବିବାର ରାତିରେ ଦୁଇଜଣ ବାଇକ ଆରୋହୀ ଅପରାଧୀ ରୁପାନଚକ ଗାଁର ଆରଜେଡି ନେତା ଜେପି ଯାଦବଙ୍କ ଘରେ ଗୁଳି ଚଳାଇଥିବା ବେଳେ ତାଙ୍କ ପିତା ମହେଶ ଚୌଧୁରୀ ଓ ମାତା ସଙ୍କେଶିୟା ଦେବୀ ଏହି ଆକ୍ରମଣରେ ମୃତ୍ୟୁ ବରଣ କରିଛନ୍ତି। ଏହି ଆକ୍ରମଣରେ ଜେପି ଯାଦବ ଓ ତାଙ୍କ ଭାଇ ଶାନ୍ତନୁ ଯାଦବ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଶାନ୍ତନୁ ଯାଦବଙ୍କର ମୃତ୍ୟୁ ହୋଇଥିଲା। ଜେପି ଯାଦବ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଅଭିଯୁକ୍ତ ବିଧାୟକଙ୍କ ବଡ ଭାଇ ସତୀଶ ପାଣ୍ଡେ ଓ ଜ୍ବାଇଁ ମୁକେଶ ପାଣ୍ଡେଙ୍କୁ ପୋଲିସ ଗିରଫ କରିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.