ନୂଆଦିଲ୍ଲୀ: ସବୁବେଳେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହି ଆସୁଥିବା ବିଜେପି ସାଂସଦ ସାକ୍ଷୀ ମହାରାଜ ପୁଣି ଥରେ ଚର୍ଚ୍ଚାରେ । ନିର୍ବାଚନ ଆଚରଣ ବିଧି ଉଲଂଘନ କରୁଥିବା ଅଭିଯୋଗରେ ତାଙ୍କ ନାମରେ ମାମଲା ରୁଜ୍ଜୁ ହୋଇଛି । ସେ ଧର୍ମ ନାମରେ ଲୋକଙ୍କୁ ଡରାଇ ଭୋଟ୍ ମାଗୁଥିବାରୁ ତାଙ୍କ ନାମରେ ମାମଲା ରୁଜ୍ଜୁ ହୋଇଛି ।
ସାକ୍ଷୀ ମହାରାଜା ଏକ ଜନସଭାରେ ଲୋକଙ୍କୁ ଉଦବୋଧନ ଦେବା ଅବସରରେ କହିଥିଲେ, ମୁଁ ସନ୍ୟାସୀ ଅଟେ, ଆପଣଙ୍କ ଦ୍ବାରକୁ ଭିକ ମାଗିବାକୁ ଆସିଛି, ଯଦି ସନ୍ୟାସୀକୁ ମନା କରନ୍ତି ମୁଁ ଆପଣଙ୍କ ପୂଣ୍ୟ ନେଇଯିବି, ଅଭିଶାପ ଦେଇଯିବି। ସାକ୍ଷୀଙ୍କ ଏହି ବୟାନ ପରେ ରାଜନୀତିରେ ଝଡ ସୃଷ୍ଟି କରିଛି । ଏହାକୁ ନେଇ ତାଙ୍କ ନାମରେ ଥାନାରେ ମାମଲା ରୁଜ୍ଜୁ ହୋଇଛି ।
ଏହା ପୂର୍ବରୁ ମଧ୍ୟ ନିର୍ବାଚନ ଆଚରଣ ବିଧି ଉଲଂଘନ କରିବା ଅଭିଯୋଗରେ ତାଙ୍କ ନାମରେ ମାମଲା ରୁଜ୍ଜୁ ହୋଇଥିଲା । ସେ ନାମାଙ୍କନ ଦାଖଲ ବେଳେ 100ରୁ ଊର୍ଦ୍ଧ୍ବ ଗାଡି ବ୍ୟବହାର କରିଥିବା ନେଇ ତାଙ୍କ ନାମରେ ଅଭିଯୋଗ ହୋଇଥିଲା ।