ETV Bharat / bharat

ଭାରତୀୟ ଗଣତନ୍ତ୍ରକୁ ଆମେ ଉଦ୍ଧାର କରିପାରିବା କି ? - ଭାରତୀୟ ଗଣତନ୍ତ୍ର

ରାଜନୈତିକ ଦଳମାନଙ୍କୁ ମିଳୁଥିବା ପାଣ୍ଠିର ଉତ୍ସ ବିଷୟରେ ନାଗରିକମାନେ ଜାଣିବା ଆବଶ୍ୟକ କରନ୍ତି ନାହିଁ ବୋଲି କେନ୍ଦ୍ର ସରକାର ନିଜେ ସୁପ୍ରିମକୋର୍ଟରେ ଯୁକ୍ତି ଦର୍ଶାଇଥିଲେ । ରାଜନୈତିକ ଦଳ ଗୁଡ଼ିକ ଏପରି ଅବହେଳିତ ମନୋଭାବରୁ ମୁକ୍ତି ହେବା ଆବଶ୍ୟକ । ଭାରତୀୟ ଗଣତନ୍ତ୍ରକୁ କିପରି ପୁନଃଜୀବିତ କରାଯିବ ସେ ସମ୍ପର୍କରେ ଜାତୀୟ ସ୍ତରରେ ଆଲୋଚନା ଆରମ୍ଭ କରାଯିବା ଆବଶ୍ୟକ । ସମ୍ପୂର୍ଣ୍ଣ ପଢନ୍ତୁ...

DEMOCRACY
ଭାରତୀୟ ଗଣତନ୍ତ୍ରକୁ ଆମେ ଉଦ୍ଧାର କରିପାରିବା କି
author img

By

Published : Mar 8, 2020, 5:02 PM IST

ଭାରତର ନିର୍ବାଚନ ପ୍ରକ୍ରିୟା ଧନୀମାନଙ୍କ ଦ୍ବାରା କଳଙ୍କିତ ହେବା ଓ ଅସାମାଜିକ ତତ୍ତ୍ବ ମାନଙ୍କ ହାତରେ ଏକ ଅସ୍ତ୍ର ହେବା ପୂର୍ବରୁ ଏଥିରେ ସଂସ୍କାରର ଆବଶ୍ୟକତା ସମ୍ପର୍କରେ ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନ ଟି.ଏନ. ସେଶାନ ଯେଉଁ ଚେତାବନୀ ଦେଇଥିଲେ ତାହା ଇତି ମଧ୍ୟରେ 20 ବର୍ଷ ବିତିଗଲାଣି । ସେଶାନଙ୍କ ଚେତାବନୀ ପ୍ରତି ଧ୍ୟାନ ନଦେଇ, ୨୦୧୯ରେ ହୋଇଥିବା ଭାରତୀୟ ସାଧାରଣ ନିର୍ବାଚନରେ ୬୦ ହଜାର କୋଟି ଟଙ୍କା ବ୍ୟୟ କରାଯାଇଛି । ଏହି ବ୍ୟୟ ପରିମାଣ ଆମେରିକା ରାଷ୍ଟ୍ରପତି ନିର୍ବାଚନର ବ୍ୟୟ ତୁଳନାରେ ୨୫ ପ୍ରତିଶତ ଅଧିକ ଅଟେ ।

ସେଣ୍ଟର ଫର ମିଡ଼ିଆ ଷ୍ଟଡ଼ିଜ (ସିଏମଏସ) ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନ ଅନୁଯାୟୀ ବିଶ୍ବର ଅନ୍ୟ କୌଣସି ଦେଶ ଭାରତର ବିସ୍ତୃତ ଓ ମହଙ୍ଗା ନିର୍ବାଚନ ସହିତ ସମକକ୍ଷ ନୁହେଁ । କାରଣ ଭାରତରେ ୯୦ କୋଟି ମତଦାତା ଅଛନ୍ତି । ଦେଶର ୮୦ଟି ସଂସଦୀୟ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ସମୟରେ ପ୍ରାର୍ଥୀମାନେ ୧୦୦ କୋଟିରୁ ଅଧିକ ଖର୍ଚ୍ଚ କରିଥାନ୍ତି । ସାଧାରଣ ନିର୍ବାଚନରେ ନଗଦ ପ୍ରବାହକୁ ଟାର୍ଗେଟ କରି ସରକାରଙ୍କୁ କିଛି ପ୍ରାର୍ଥୀଙ୍କ ଖର୍ଚ୍ଚ ବହନ କରିବାକୁ ପଡ଼ିବ ବୋଲି ଇନ୍ଦ୍ରଜିତ ଗୁପ୍ତା କମିଟି ୧୯୯୮ରେ ସ୍ପଷ୍ଟ ମତ ଦେଇଛନ୍ତି । ନିର୍ବାଚନରେ ବିଜେତା ପ୍ରାର୍ଥୀ, ଅପରାଧୀ ଓ କ୍ଷମତା ଲୋଭୀ ରାଜନେତାଙ୍କ ସହିତ କଳା ଟଙ୍କାର କେତେ ଘନିଷ୍ଠତା ରହିଛି ତାହା ନିକଟ ଅତୀତର ଇତିହାସରୁ ଜଣାଯାଏ । ନିର୍ବାଚନରେ ଯେତେବେଳେ ନଗଦ ପ୍ରବାହ ଉପରେ ପ୍ରତିବନ୍ଧ ଲାଗେ ସେତେବେଳେ ପ୍ରାର୍ଥୀଙ୍କ ଖର୍ଚ୍ଚ ସରକାର ବହନ କରିବା ନେଇ ସମାଧାନର ରାସ୍ତା ସାମ୍ନାକୁ ଅଣାଯାଇଥାଏ ।

ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବା ପ୍ରସ୍ତାବକୁ ନିର୍ବାଚନ ଆୟୋଗ ଅନୁମୋଦନ କରିନାହାନ୍ତି ବୋଲି ମୋଦି ସରକାର ନିକଟରେ ସଂସଦକୁ ଅବଗତ କରାଇଛନ୍ତି । ଏଥିସହ ଏହା କହିଛି ଯେ କେନ୍ଦ୍ର ସରକାରଙ୍କ ଦ୍ବାରା ବହନ କରାଯାଉଥିବା ନିର୍ବାଚନ ଖର୍ଚ୍ଚ ଉପରେ ଓ ଏହା ବାଦ ନିର୍ବାଚନ ଖର୍ଚ୍ଚକୁ ପ୍ରତିବନ୍ଧ ଲଗାଇବାରେ ନିର୍ବାଚନ କମିଶନ ଅସହାୟତା ପ୍ରକାଶ କରିଛନ୍ତି । ଯଦି ସରକାର ଅପରାଧୀକ ବ୍ୟବସ୍ଥାକୁ ହଟାଇ ନ ପାରନ୍ତି, ସ୍ବଚ୍ଛତାକୁ ସୁଦୃଢ଼ ନ କରନ୍ତି ଏବଂ ନିୟାମକ ପ୍ରଣାଳୀ ପ୍ରତିଷ୍ଠା ନ କରନ୍ତି ତବେ ସରକାର ଅରାଜକତାକୁ ଉତ୍ସାହିତ କରିବେ ବୋଲି ନିର୍ବାଚନ ସଦନର ପୂର୍ବତନ ନିର୍ବାଚନ କମିଶନ ନାସିମ ଜାଇଡ଼ ମତବ୍ୟକ୍ତ କରିଛନ୍ତି । ବର୍ତ୍ତମାନର ନିର୍ବାଚନ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ପାଇଁ ଯେଉଁ ସଂସ୍କାରର ଲକ୍ଷ୍ୟ ରଖାଯାଇଛି ତାହା ହିଁ ସମୟର ଆବଶ୍ୟକତା ।

ଗତ 7 ଦଶନ୍ଧି ଧରି କଳା ଅର୍ଥ ଭାରତୀୟ ଗଣତନ୍ତ୍ର ପାଇଁ ଇନ୍ଧନ ପାଲଟିଛି ବୋଲି ୨୦୧୭ ଜୁଲାଇରେ ଅରୁଣ ଜେଟଲୀ ସ୍ବୀକାର କରିଥିଲ। ସେ ଆହୁରି ମଧ୍ୟ କହିଥିଲେ ଯେ ମତଦାତାଙ୍କ ସହିତ ନିର୍ବାଚିତ ପ୍ରତିନିଧି, ସରକାର, ରାଜେନୈତିକ ଦଳ ଓ ସଂସଦ ଏହି ଦୁର୍ନୀତିକୁ ରୋକିବାରେ ବିଫଳ ହୋଇଛନ୍ତି । କଳା ଟଙ୍କା ପ୍ରବାହକୁ ଦୂର କରିବା ପାଇଁ ଇଲେକ୍ଟୋରାଲ ବଣ୍ଡର ପ୍ରଚଳନ କରିଥିଲେ । କିନ୍ତୁ ଏହି ଇଲେକ୍ଟୋରାଲ ବଣ୍ଡ ପଦ୍ଧତି ସ୍ବଚ୍ଛତା ଓ ଉତ୍ତର ଦାୟିତ୍ବକୁ ଭୂଲି ଯାଇଛି ।

ଗୋଟିଏ ଦଳ ୯୦ ପ୍ରତିଶତ ଆର୍ଥିକ ସମ୍ବଳ ସଂଗ୍ରହ କରୁଥିବାରୁ ସରକାର ନିର୍ବାଚନ ଖର୍ଚ୍ଚ ବହନ କରିବା ଉଚିତ ବୋଲି ଗତ ଜୁଲାଇ ୨୦୧୯ରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମତବ୍ୟକ୍ତ କରିଛନ୍ତି। ଭାରତ ହେଉଛି ଏକ ଗଣତନ୍ତ୍ର ଯାହାକି ଦୀର୍ଘ ଦଶନ୍ଧି ଧରି ଧନ, ଶକ୍ତି, ରାଜନୈତିକ ଶକ୍ତିର କବଜାରେ ରହି କ୍ଲାନ୍ତ ହୋଇପଡ଼ିଛି । ଏହି ପ୍ରକ୍ରିୟାରେ ସଂସ୍କାର ଆଣିବା ପାଇଁ ଦିନେଶ ଗୋସ୍ବାମୀ କମିଟି ଠାରୁ ଆରମ୍ଭ କରି ଦ୍ବିତୀୟ ପ୍ରଶାସନିକ ସଂସ୍କାର ଆୟୋଗ ପର୍ଯ୍ୟନ୍ତ ଦେଇଥିବା ଅନେକ ରିପୋର୍ଟର ପୁନଃ ମୂଲ୍ୟାଙ୍କନ କରାଯିବା ଆବଶ୍ୟକ ।

୨୦୧୩ରେ ବ୍ୟବସ୍ଥାପକ ସଭା ଯେତେବେଳେ ବ୍ୟାପକ ନିର୍ବାଚନ ସଂସ୍କାରକୁ ନେଇ 8ଟି ପ୍ରମୁଖ ପ୍ରସଙ୍ଗ ଉପରେ ଏକ ଦଲିଲ ପ୍ରସ୍ତୁତ କରି ଏହାକୁ ନ୍ୟାୟିକ ଅନୁଷ୍ଠାନ, ଆଇନଜୀବୀ, ଜାତୀୟ ସ୍ତରର ସଂଗଠନ, ନାଗରିକ ଅଧିକାର ଆୟୋଗ, ଶିକ୍ଷାବିତ, ଜନ ପ୍ରତିନିଧି ଏବଂ ବିଭିନ୍ନ ଡୋମେନର ବିଶେଷଜ୍ଞଙ୍କ ନିକଟରେ ପହଞ୍ଚାଇଥିଲା, ସେତେବେଳେ ଏହା ଉପରେ କେବଳ ନାମକୁ ମାତ୍ର ୧୫୦ ଜଣଙ୍କ ଠାରୁ ପ୍ରତିକ୍ରିୟା ମିଳିଥିଲା । ଯେତେବେଳେ ରାଜନୈତିକ ଦୁର୍ନୀତି ସମାଜର ପ୍ରତ୍ୟକ ଅଙ୍ଗରେ ବ୍ୟାପିଯାଇଛି, ସରକାରମାନେ ଏହା ଉପରେ କୌଣସି ପଦକ୍ଷେପ ନେବାକୁ ଉଦାସୀନତା ପ୍ରକାଶ କରୁଛନ୍ତି ।

ଭାରତରେ ନିର୍ବାଚନ ସର୍ବଭାରତୀୟ ବୟସ୍କଙ୍କ ମତଦାନ ଆଧାରରେ କରାଯାଉଥିବାରୁ ମତଦାତାଙ୍କ ଅଖଣ୍ଡତା ରକ୍ଷା କରିବା ଆବଶ୍ୟକ ବୋଲି ଜଷ୍ଟିସ ଚଗଲା 6 ଦଶନ୍ଧି ତଳେ ମତ ଦେଇଥିଲେ। ମତଦାତାଙ୍କୁ ମତଦାନ କରିବା ପରିବର୍ତ୍ତେ ରାଜନୈତିକ ଦଳମାନେ ଏବେ ଭୋଟ ଦାବି କରିବା ପର୍ଯ୍ୟାୟରେ ପହଞ୍ଚି ଯାଇଛନ୍ତି । ନିର୍ବାଚନରେ ନଗଦ ଅର୍ଥ ପ୍ରବାହ ବହୁମାତ୍ରାରେ ହେଉଥିବାରୁ ଏହି ପରିଣାମ ଆସିବାରେ ଲାଗିଛି । ୨୦୧୯ ସାଧାରଣ ନିର୍ବାଚନରେ ପ୍ରାର୍ଥୀଙ୍କର ନିର୍ବାଚନ ପ୍ରଚାରର ମୂଲ୍ୟ ୨୫ ହଜାର କୋଟି ଟଙ୍କା ହୋଇଛି ।

ବର୍ତ୍ତମାନର ନିର୍ବାଚନ ଧାରା ଆଡ଼ଭାନୀଙ୍କ ମତକୁ ସମ୍ପୁର୍ଣ୍ଣ ଭାବରେ ଅଣଦେଖା କରିଛି । ତାଙ୍କ ମତରେ ନିର୍ବାଚନର ଅର୍ଥ ହେଉଛି ସମସ୍ତ ବର୍ଗର ଲୋକମାନଙ୍କ ମଧ୍ୟରେ ଏସମ୍ପର୍କରେ ସଚେତନତା ସୃଷ୍ଟି କରିବାର ନୂତନ ସୁଯୋଗ ଆସିଛି । ନୂଆ ସହସ୍ରାବ୍ଦୀରେ ଡିଜିଟାଲ ବୈଷୟିକ ଜ୍ଞାନ କୌଶଳ ମାଧ୍ୟମରେ ନିର୍ବାଚନୀ ରାଲି, ଅଭିଯାନ ଓ ରୋଡ଼ ଶୋ’ ପାଇଁ ଉପଯୁକ୍ତ ପ୍ଳାଟଫର୍ମ ସୃଷ୍ଟି କରିଛି । ଏହାପରେ ବି ନିର୍ବାଚନରେ ବ୍ୟାପକ ଭାବରେ ଅସଦ ଆଚରଣ କରାଯାଉଛି । ଥରେ ନିର୍ବାଚିତ ହେବା ପରେ ରାଜନେତାମାନଙ୍କର ଲୁଟ ସମ୍ପର୍କରେ ଜନଜାଗରଣ ସୃଷ୍ଟି କରିବା ସତର୍କ ସାମ୍ବିଧାନିକ ବ୍ୟବସ୍ଥାର ଦାୟିତ୍ବ ଅଟେ।

ରାଜନୈତିକ ଦଳମାନଙ୍କୁ ମିଳୁଥିବା ପାଣ୍ଠିର ଉତ୍ସ ବିଷୟରେ ନାଗରିକମାନେ ଜାଣିବା ଆବଶ୍ୟକ କରନ୍ତି ନାହିଁ ବୋଲି କେନ୍ଦ୍ର ସରକାର ନିଜେ ସୁପ୍ରିମକୋର୍ଟରେ ଯୁକ୍ତି ଦର୍ଶାଇଥିଲେ । ରାଜନୈତିକ ଦଳ ଗୁଡ଼ିକ ଏପରି ଅବହେଳିତ ମନୋଭାବରୁ ମୁକ୍ତି ହେବା ଆବଶ୍ୟକ । ଭାରତୀୟ ଗଣତନ୍ତ୍ରକୁ କିପରି ପୁନଃ ଜୀବିତ କରାଯିବ ସେ ସମ୍ପର୍କରେ ଜାତୀୟ ସ୍ତରରେ ଆଲୋଚନା ଆରମ୍ଭ କରାଯିବା ଆବଶ୍ୟକ । 90 ଦଶକରେ ଲର୍ଡ଼ ନୋଲାନ କମିଟିର ଟୀପ୍ପଣୀ ଅନୁସାରେ ଭାରତର ରାଜନ୍ଭତିକ ଦଳମାନେ ଦାୟିତ୍ବ ଏବଂ ଉତ୍ତରଦାୟିତ୍ବ ପ୍ରଦାନରେ ବ୍ରିଟେନର ନେତୃତ୍ବକୁ ଅନୁସରଣ କରିବା ଜରୁରୀ । ଗଣତନ୍ତ୍ରର ନିୟମ ମାନିବା ପାଇଁ ଦଳଗୁଡ଼ିକ ପୁନଃନିର୍ମାଣ ନ ହେଲେ ଦେଶ ରକ୍ଷା ହୋଇପାରିବ ନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.