ETV Bharat / bharat

‘ସୋରିଷ ତେଲ ଓ ପ୍ରାଣାୟମ କଲେ ପାଖ ମାଡିବନି କୋରୋନା’ - Ramdev at e-Agenda Aaj Tak

କୋରୋନା ନେଇ ବାବା ରାମଦେବଙ୍କ ଅଜବ ମନ୍ତବ୍ୟ । ସୋରିଷ ତେଲ ଏବଂ ପ୍ରାଣାୟମ କରିବ କୋରୋନା ମୁକ୍ତ କହିଲେ ରାମଦେବ । ଅଧିକ ପଢନ୍ତୁ....

It means you don't have Covid-19: Ramdev
କୋରୋନା ନେଇ ବାବା ରାମଦେବଙ୍କ ଅଜବ ମନ୍ତବ୍ୟ
author img

By

Published : Apr 25, 2020, 7:58 PM IST

ନୂଆଦିଲ୍ଲୀ: କୋରୋନାକୁ ନେଇ ଯୋଗଗୁରୁ ଗୁରୁ ରାମଦେବଙ୍କ ଅଜବ ମନ୍ତବ୍ୟ । ସେ ଦାବି କରିଛନ୍ତି ଯେ ଯଦି କେହି ଗୋଟିଏ ମିନିଟ ପାଇଁ ନିଶ୍ବାସ ବନ୍ଦ କରି ପାରିବେ, ତେବେ ଏହାର ଅର୍ଥ ହେଉଛି ସେହି ବ୍ୟକ୍ତି କୋରୋନାରେ ପୀଡିତ ନୁହଁନ୍ତି।

ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ରାମଦେବ ଏଭଳି ମନ୍ତବ୍ୟ ଦେଇଥିଲେ। ସେ କହିଛନ୍ତି,''କୋରୋନା ପାଇଁ ଏକ ବିଶେଷ ପ୍ରାଣାୟାମ ଅଛି। ଏହାକୁ ଉଜାଇ କୁହାଯାଏ। ଏଥିରେ ଆପଣଙ୍କର ଗଳା ବନ୍ଦ କରି ପବନ ଭିତରକୁ ନିଅନ୍ତୁ। ଏହାକୁ ପ୍ରାୟ ଗୋଟିଏ ମିନିଟ ପରେ ଧୀରେ ଧୀରେ ଛାଡନ୍ତୁ ।''

ଏହି ବ୍ୟାୟାମକୁ ଲାଇଭ୍ ପ୍ରଦର୍ଶନ କରିଛନ୍ତି ବାବା ରାମଦେବ । ଯେଉଁମାନଙ୍କର ଉଚ୍ଚ ରକ୍ତଚାପ, ହୃଦଘାତ, ମଧୁମେହ ରୋଗରେ ପୀଡିତ ସେମାନେ 30 ସେକେଣ୍ଡ ପର୍ଯ୍ୟନ୍ତ ନିଶ୍ବାସ ବନ୍ଦ କରି ପାରିବେ । ଯେଉଁମାନେ 1 ମିନିଟ ପାଇଁ ନିଶ୍ବାସ ବନ୍ଦ କରିପାରିବେ ଏହାର ଅର୍ଥ ହେଉଛି ଆପଣଙ୍କ ଶରୀରରେ କୋଭିଡ -19 ଭୂତାଣୁ ନାହିଁ ।

ଏହା ବ୍ୟତୀତ ରାମଦେବ ଦାବି କରିଛନ୍ତି ଯେ, ଯଦି ଆପଣ ନିଜ ନାକରେ ସୋରିଷ ତେଲ ପକାନ୍ତି , ତେବେ କୋରୋନା ଭୂତାଣୁ ଆପଣଙ୍କ ପେଟକୁ ପଳାଇବା ପରେ ଫଳରେ ପାକସ୍ଥଳୀରେ ଥିବା ଏସିଡ୍ ଯୋଗୁଁ ଏହି ଭୂତାଣୁର ନାଶ ହେବ ବୋଲି କହିଛନ୍ତି ରାମଦେବ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.