ମୁମ୍ବାଇ: ସୋମବାର ମହାରାଷ୍ଟ୍ର କ୍ୟାବିନେଟର ସମ୍ପ୍ରସାରଣ । ମେଣ୍ଟ ସରକାରରେ କେଉଁ ଦଳକୁ ମିଳିବ କେଉଁ ବିଭାଗ । ଉଦ୍ଧବ ସରକାରରେ ଏନସିପି ନେତା ଅଜିତ ପାୱାରଙ୍କୁ ଉପ-ମୁଖ୍ୟମନ୍ତ୍ରୀ ପଦ ମିଳିବା ନେଇ ସମ୍ଭାବନା ରହିଛି । ବିଧାୟକଙ୍କ ନାମ ଚୂଡାନ୍ତ ହେବା ପୂର୍ବରୁ ତିନି ଦଳ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ବୈଠକ । ଏନସିପି ମୁଖ୍ୟ ଶରତ ପାୱାରଙ୍କ ନେତୃତ୍ବାଧୀନରେ ବିଧାୟକଙ୍କ ନାମ ଚୟନ କରାଯାଇଥିବାବେଳେ 36ଜଣ ବିଧାୟକଙ୍କୁ ମିଳିପାରେ ମନ୍ତ୍ରୀ ପଦ ।
ଉଦ୍ଧବ ସରକାରରେ ପ୍ରଥମ ଥର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରିବାକୁ ଯାଉଛି । କଂଗ୍ରେସ ପକ୍ଷରୁ 10ଜଣ ମନ୍ତ୍ରୀଙ୍କ ମଧ୍ୟରୁ ଯେଉଁଥିରେ 10ଜଣଙ୍କୁ କ୍ୟାବିନେଟ ମନ୍ତ୍ରୀ ପଦ ମିଳିପାରେ । ସେହିପରି, ଶିବସେନାରୁ 16ଜଣଙ୍କୁ ମିଳିପାରେ ମନ୍ତ୍ର ପଦ । ଏନସିପିରୁ ଅଜିତ ପାୱାରଙ୍କ ସମେତ 11 ଜଣଙ୍କୁ ମନ୍ତ୍ରମଣ୍ଡଳୀରେ ସାମିଲ ହୋଇପାରନ୍ତି ।
ଶପଥ ସମାରୋହ ପାଇଁ ବିଶେଷ ଆୟୋଜନ କରାଯାଇଛି । ଏହାସହିତ ଏହି କାର୍ଯ୍ୟକ୍ରମରେ 5ହଜାର ଲୋକେ ଯୋଗଦେବେ । ଗତ ରବିବାର ରାଷ୍ଟ୍ରୀୟ କଂଗ୍ରେସ ପାର୍ଟି(ଏନସିପି) ଓ କଂଗ୍ରେସ ସହିତ ବୈଠକ କରାଯାଇଥିଲା । ସୂଚନାଯୋଗ୍ୟ, ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ସହ ଶିବସେନା ମେଣ୍ଟ ଗଢି ନିର୍ବାଚନ ଲଢିଥିଲେ । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ପଦବୀ କୁ ଦୁଇ ଦଳ ମଧ୍ୟରେ ବିବାଦ ଦେଖାଦେବା ପରେ, ଶିବସେନା ଏନସିପି, କଂଗ୍ରେସ ସହ ମେଣ୍ଟ ଗଠନ କରି ସରକାର ଗଠନ କରିଛି ।