ETV Bharat / bharat

ନାଗରିକତ୍ବ ସଂଶୋଧନ ବିଲ୍‌କୁ କ୍ୟାବିନେଟ ମଞ୍ଜୁରୀ

author img

By

Published : Dec 4, 2019, 12:44 PM IST

Updated : Dec 4, 2019, 1:03 PM IST

ନାଗରିକତ୍ବ ସଂଶୋଧନ ବିଲ୍‌କୁ କ୍ୟାବିନେଟ ମଞ୍ଜୁରୀ । ଏହି ବିଲ୍‌କୁ ଚଳିତ ସପ୍ତାହରେ ସଂସଦରେ ଆଗତ କରାଯିବ ।

citizenship-amendment-bill
ଫାଇଲ ଫଟୋ

ନୂଆଦିଲ୍ଲୀ: ନାଗରିକତ୍ବ ସଂଶୋଧନ ବିଲ୍‌କୁ ବୁଧବାର କ୍ୟାବିନେଟ ମଞ୍ଜୁରୀ ମିଳିଛି । ଏହି ବିଲ୍‌କୁ ଚଳିତ ସପ୍ତାହ କିମ୍ବା ଆସନ୍ତା ସପ୍ତାହରେ ସଂସଦରେ ଆଗତ କରାଯିବ । ତେବେ ଏହାକୁ ପ୍ରଥମେ ଲୋକସଭା କି ରାଜ୍ୟସଭାରେ ଆଗତ କରାଯିବ ତାହା ଏବେ ସୁଦ୍ଧା ଜଣା ପଡିନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ସଂସଦ ଭବନରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ନାଗରିକ ସଂଶୋଧନ ବିଲ୍‌କୁ ମଞ୍ଜୁରି ମିଳିଛି ।

ଏହି ବିଲକୁ ସଂସଦର ଚଳିତ ଅଧିବେଶନରେ ପାରିତ କରିବାକୁ ସମସ୍ତ ପ୍ରୟାସ କରିବେ ମୋଦି ସରକାର । ଏନେଇ ଗୃହମନ୍ତ୍ରୀ ଅମିତ ଶାହ ପୂର୍ବରୁ ହିଁ ଉତ୍ତର-ପୂର୍ବ ରାଜ୍ୟର ନେତାଙ୍କ ସହ ଆଲୋଚନା କରି ବିଲ୍‌କୁ ପାରିତ କରିବା ପାଇଁ ସେମାନଙ୍କୁ ସମର୍ଥନ ଲୋଡିଥିଲେ । 2 ଦିନ ଧରି ସେ ଉତ୍ତର-ପୂର୍ବ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ବରିଷ୍ଠ ନେତାଙ୍କ ସହ ବୈଠକ କରିଥିଲେ । ସମସ୍ତଙ୍କ ସମର୍ଥନରେ ଏହି ବିଲ୍‌କୁ ପାରିତ କରିବା ସରକାରଙ୍କ ଉଦ୍ଦେଶ୍ୟ ରହିବ ।

ତେବେ ସଂସଦରେ ଏହି ବିଲ୍‌ ଆଗତ ହେବା ବେଳେ ବିରୋଧୀ ହଙ୍ଗାମା କରିବାର ଆଶଙ୍କା ରହିଛି । କାରଣ କଂଗ୍ରେସ, ବାମପନ୍ଥୀ ଏବଂ ଅନ୍ୟ ବିରୋଧୀ ଦଳ ଏହାକୁ ବିରୋଧ କରୁଛନ୍ତି । ଏଥିରେ ମୁସଲମାନମାନଙ୍କୁ ମଧ୍ୟ ସାମିଲ କରିବା ପାଇଁ ସେମାନେ ଦାବି କରୁଛନ୍ତି । ସେପଟେ ଏଭଳି କରିବା ଦ୍ବାରା ରୋହିଙ୍ଗ୍ୟାଙ୍କୁ ମଧ୍ୟ ଭାରତର ନାଗରିକତା ମିଳିବ ବୋଲି କେନ୍ଦ୍ର ସରକାର ଏହି ସର୍ତ୍ତ ମାନିବାକୁ ରାଜି ହେଉନାହାନ୍ତି । ନାଗରିକ ସଂଶୋଧନ ବିଲ୍‌ରେ ବାଂଲାଦେଶ, ପାକିସ୍ତାନ, ଆଫଗାନିସ୍ତାନ ଏବଂ ଅନ୍ୟ ଦେଶରୁ ଆସିଥିବା ହିନ୍ଦୁ, ଶିଖ, ବୌଦ୍ଧ, ଜୈନ ଏବଂ ପାରସିଙ୍କୁ ଭାରତର ନାଗରିକତା ଦେବାର ପ୍ରାବଧାନ ରହିଛି । ସେମାନେ ୧୨ ବର୍ଷ ପରିବର୍ତ୍ତେ ୬ ବର୍ଷ ଭାରତରେ ରହିବା ପରେ ନାଗରିକତ୍ବ ପାଇପାରିବେ।

Intro:Body:

BLANK FOR LINK 

Conclusion:
Last Updated : Dec 4, 2019, 1:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.