ନୂଆଦିଲ୍ଲୀ: କ୍ୟାବିନେଟ ବୈଠକରେ ବୁଧବାର ମୋଦି ସରକାରଙ୍କ ବଡ ନିଷ୍ପତ୍ତି । ବୈଠକରେ 2ଟି ଅତିରିକ୍ତ ଭାରତ ତିବ୍ବତ ସୀମା ପୋଲିସ(ITBP) ବଳ ଗଠନକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । 18 ବର୍ଷରୁ ଏହି ପ୍ରସ୍ତାବ ଅଟକି ରହିଥିଲା ।
ଭାରତ-ତିବ୍ବତ ସୀମା ପୋଲିସ କ୍ୟାଡର ସମୀକ୍ଷାକୁ ବୁଧବାର କ୍ୟାବିନେଟ ମଞ୍ଜୁରୀ ମିଳିଛି । ଗ୍ରୁପ ଏ ଜେନେରାଲ ଡ୍ୟୁଟି କ୍ୟାଡର ଓ ଆଇଟିବିପିର ଅଣ ଜେନେରାଲ ଡ୍ୟୁଟି କ୍ୟାଡରର ସମୀକ୍ଷା ନେଇ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି ।
ପୂର୍ବ କ୍ୟାଡରର ସମୀକ୍ଷା 2001ରେ ହୋଇଥିଲା । ସେତେବେଳେ ସୁରକ୍ଷାବଳର ଶକ୍ତି 32 ହଜାର ଥିଲା । ବର୍ତ୍ତମାନ ଏଥିରେ 90 ହଜାର ଯବାନ ଅଛନ୍ତି । କ୍ୟାଡର ସମୀକ୍ଷାରେ ନୂଆ ପଦ ବଢାଯାଇଥାଏ । ଏଥିରେ ଫୋର୍ସର କାର୍ଯ୍ୟ ଦକ୍ଷତା ବୃଦ୍ଧି ହୋଇଥାଏ ।