ETV Bharat / bharat

'ମୋଦି-ଶାହଙ୍କ ସମର୍ଥନ ପାଇଁ କକ୍ଷତ୍ୟାଗ କରିବା ସହଜ ଉପାୟ'

author img

By

Published : Dec 11, 2019, 12:35 PM IST

ନାଗରିକ ସଂଶୋଧନ ବିଲ୍‌କୁ ନେଇ ମୋଦି ସରକାରଙ୍କୁ ଲୁଚି ଲୁଚି ସମର୍ଥନ କରୁଥିବା ଦଳଙ୍କୁ ସମାଲୋଚନା କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ । ଜାଣନ୍ତୁ ସେ କ'ଣ କହିଛନ୍ତି..

Digvijaya
ଫାଇଲ ଫଟୋ

ନୂଆଦିଲ୍ଲୀ: ଆଜି ରାଜ୍ୟସଭାରେ ଆଗତ ହେବ ନାଗରିକ ସଂଶୋଧନ ବିଲ୍‌ । ଯାହାକୁ ନେଇ ଗୃହରେ ହୋହାଲ୍ଲା ହେବାର ଆଶଙ୍କା ପ୍ରକାଶ ପାଇଛି । ସେପଟେ ଏହି ବିଲ୍‌କୁ ନେଇ ମୋଦି ସରକାରଙ୍କୁ ଲୁଚି ଲୁଚି ସମର୍ଥନ କରୁଥିବା ଦଳଙ୍କୁ ସମାଲୋଚନା କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବାଧୀନ ସରକାରଙ୍କ ସମର୍ଥନ କରିବା ପାଇଁ କକ୍ଷତ୍ୟାଗ କରିବା ସବୁଠୁ ସହଜ ଉପାୟ ବୋଲି ସେ କହିଛନ୍ତି ।

  • Today Rajya Sabha is discussing CAB. It would be interesting to see how Parties who claim to oppose BJP/RSS Ideology vote. Walk Out would be the easiest way to support Modi Shah. नीतीश जी, रामविलास जी यदि आप राम मनोहर लोहिया जी को आदर्श मानते हैं तो ज़रा सोचिये। अब समय आ गया है

    — digvijaya singh (@digvijaya_28) December 11, 2019 " class="align-text-top noRightClick twitterSection" data=" ">

Today Rajya Sabha is discussing CAB. It would be interesting to see how Parties who claim to oppose BJP/RSS Ideology vote. Walk Out would be the easiest way to support Modi Shah. नीतीश जी, रामविलास जी यदि आप राम मनोहर लोहिया जी को आदर्श मानते हैं तो ज़रा सोचिये। अब समय आ गया है

— digvijaya singh (@digvijaya_28) December 11, 2019

ରାଜ୍ୟସଭା ସାଂସଦ ଦିଗବିଜୟ ସିଂହ ବୁଧବାର ଟ୍ବିଟ କରି କହିଛନ୍ତି, 'ଆଜି ରାଜ୍ୟସଭାରେ ନାଗରିକ ସଂଶୋଧନ ବିଲ୍‌ ଉପରେ ଚର୍ଚ୍ଚା ହେବ । ତେବେ ବିଜେପି ଏବଂ ଆରଏସଏସର ବିଚାରଧାରାକୁ ବିରୋଧ କରୁଥିବା ଲୋକ ମୋଦି ସରକାରଙ୍କୁ ସମର୍ଥନ ଦେବା ପାଇଁ କିପରି କକ୍ଷତ୍ୟାଗ କରିବେ ତାହା ଦେଖିବା ରୋମାଞ୍ଚକର ହେବ ।'

ଏହା ସହିତ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ଅଧ୍ୟକ୍ଷ ନୀତିଶ କୁମାର ଏବଂ ଲୋକ ଜନଶକ୍ତି ପାର୍ଟିର ବିଧାୟକଙ୍କୁ ନିଜ ସମର୍ଥନ ଉପରେ ପୁନର୍ବିଚାର କରିବା ପାଇଁ ଅପିଲ୍‌ କରିଛନ୍ତି କଂଗ୍ରେସ ନେତା । ସେ କହିଛନ୍ତି, ଏବେ ସମୟ ଆସିଯାଇଛି । ଆପଣମାନେ ଯଦି ରାମ ମନୋହର ଲୋହିୟାଙ୍କ ସିଦ୍ଧାନ୍ତ ଉପରେ ବିଶ୍ବାସ କରନ୍ତି ତାହେଲେ ଦୟା କରି ବିଚାର କରନ୍ତୁ ।

ସୂଚନାଯୋଗ୍ୟ ଯେ, ବହୁ ବାଦବିବାଦ ପରେ ନାଗରିକ ସଂଶୋଧନ ବିଲ୍‌ ଲୋକସଭାରେ ପାରିତ ହୋଇଛି । ଏହାକୁ ଆଜି ରାଜ୍ୟସଭାରେ ଆଗତ କରାଯିବ । ଗୃହମନ୍ତ୍ରୀ ଅମିତ ଶାହ ଏହି ବିଲ୍‌କୁ ରାଜ୍ୟସଭାରେ ଆଗତ କରିବେ ।

ନୂଆଦିଲ୍ଲୀ: ଆଜି ରାଜ୍ୟସଭାରେ ଆଗତ ହେବ ନାଗରିକ ସଂଶୋଧନ ବିଲ୍‌ । ଯାହାକୁ ନେଇ ଗୃହରେ ହୋହାଲ୍ଲା ହେବାର ଆଶଙ୍କା ପ୍ରକାଶ ପାଇଛି । ସେପଟେ ଏହି ବିଲ୍‌କୁ ନେଇ ମୋଦି ସରକାରଙ୍କୁ ଲୁଚି ଲୁଚି ସମର୍ଥନ କରୁଥିବା ଦଳଙ୍କୁ ସମାଲୋଚନା କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବାଧୀନ ସରକାରଙ୍କ ସମର୍ଥନ କରିବା ପାଇଁ କକ୍ଷତ୍ୟାଗ କରିବା ସବୁଠୁ ସହଜ ଉପାୟ ବୋଲି ସେ କହିଛନ୍ତି ।

  • Today Rajya Sabha is discussing CAB. It would be interesting to see how Parties who claim to oppose BJP/RSS Ideology vote. Walk Out would be the easiest way to support Modi Shah. नीतीश जी, रामविलास जी यदि आप राम मनोहर लोहिया जी को आदर्श मानते हैं तो ज़रा सोचिये। अब समय आ गया है

    — digvijaya singh (@digvijaya_28) December 11, 2019 " class="align-text-top noRightClick twitterSection" data=" ">

ରାଜ୍ୟସଭା ସାଂସଦ ଦିଗବିଜୟ ସିଂହ ବୁଧବାର ଟ୍ବିଟ କରି କହିଛନ୍ତି, 'ଆଜି ରାଜ୍ୟସଭାରେ ନାଗରିକ ସଂଶୋଧନ ବିଲ୍‌ ଉପରେ ଚର୍ଚ୍ଚା ହେବ । ତେବେ ବିଜେପି ଏବଂ ଆରଏସଏସର ବିଚାରଧାରାକୁ ବିରୋଧ କରୁଥିବା ଲୋକ ମୋଦି ସରକାରଙ୍କୁ ସମର୍ଥନ ଦେବା ପାଇଁ କିପରି କକ୍ଷତ୍ୟାଗ କରିବେ ତାହା ଦେଖିବା ରୋମାଞ୍ଚକର ହେବ ।'

ଏହା ସହିତ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ଅଧ୍ୟକ୍ଷ ନୀତିଶ କୁମାର ଏବଂ ଲୋକ ଜନଶକ୍ତି ପାର୍ଟିର ବିଧାୟକଙ୍କୁ ନିଜ ସମର୍ଥନ ଉପରେ ପୁନର୍ବିଚାର କରିବା ପାଇଁ ଅପିଲ୍‌ କରିଛନ୍ତି କଂଗ୍ରେସ ନେତା । ସେ କହିଛନ୍ତି, ଏବେ ସମୟ ଆସିଯାଇଛି । ଆପଣମାନେ ଯଦି ରାମ ମନୋହର ଲୋହିୟାଙ୍କ ସିଦ୍ଧାନ୍ତ ଉପରେ ବିଶ୍ବାସ କରନ୍ତି ତାହେଲେ ଦୟା କରି ବିଚାର କରନ୍ତୁ ।

ସୂଚନାଯୋଗ୍ୟ ଯେ, ବହୁ ବାଦବିବାଦ ପରେ ନାଗରିକ ସଂଶୋଧନ ବିଲ୍‌ ଲୋକସଭାରେ ପାରିତ ହୋଇଛି । ଏହାକୁ ଆଜି ରାଜ୍ୟସଭାରେ ଆଗତ କରାଯିବ । ଗୃହମନ୍ତ୍ରୀ ଅମିତ ଶାହ ଏହି ବିଲ୍‌କୁ ରାଜ୍ୟସଭାରେ ଆଗତ କରିବେ ।

Intro:Body:

https://www.aninews.in/news/national/politics/cab-in-rs-today-digvijaya-says-walk-out-would-be-easiest-way-to-support-modi-shah20191211090140/


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.