ETV Bharat / bharat

ବୁଧବାର ଅପରାହ୍ନରେ ରାଜ୍ୟସଭାରେ ଆଗତ ହେବ ସିଏବି ବିଲ

ବୁଧବାର ରାଜ୍ୟସଭାରେ ଅଗ୍ନିପରୀକ୍ଷା ଦେବେ କେନ୍ଦ୍ର ସରକାର। ଗୃହରେ ଆଗତ ହେବ ସିଏବି ବିଲ। ଏବେ ସମସ୍ତଙ୍କ ନଜର ରାଜ୍ୟସଭା ଉପରେ।

PHOTO
Rajya Sabha
author img

By

Published : Dec 10, 2019, 10:43 PM IST

ନୂଆଦିଲ୍ଲୀ: ସୋମବାର ଲୋକସଭାରେ ପାରିତ ହୋଇଥିବା ନାଗରିକ ସଂଶୋଧନ ବିଲ (ସିଏବି) ବୁଧବାର ରାଜ୍ୟସଭାରେ ଆଗତ ହେବ। ଦେଶର ବିଭିନ୍ନ ପ୍ରାନ୍ତରେ ଆନ୍ଦୋଳନ ଚାଲିଥିଲେ ମଧ୍ୟ କେନ୍ଦ୍ର ସରକାର ବିଲକୁ ବୁଧବାର ରାଜ୍ୟସଭାରେ ଆଗତ କରିବେ। କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହା ଅପରାହ୍ନ 2ଟାରେ ଏହି ବିଲ ଉପସ୍ଥାପନ କରିବେ।

ସୋମବାର ଲୋକସଭାରେ 8ଘଣ୍ଟା ବିତର୍କ ପାଇଁ ସମୟ ଧାର୍ଯ୍ୟ ହୋଇଥିଲା। ରାଜ୍ୟସଭାରେ କିନ୍ତୁ 6 ଘଣ୍ଟା ବିତର୍କ ପାଇଁ ସମୟ ଧାର୍ଯ୍ୟ କରାଯାଇଛି। ଉଚ୍ଚ ସଦନରେ ସରକାରଙ୍କ ସଂଖ୍ୟା ଗରିଷ୍ଠତା ନଥିବାରୁ ବିଲକୁ ପାସ କରାଇବା ପାଇଁ ସରକାରଙ୍କୁ ଯଥେଷ୍ଟ କସରତ କରିବାକୁ ପଡିବ। ରାଜ୍ୟସଭାରେ ମୋଟ 245 ସିଟରୁ ବର୍ତ୍ତମାନ 5ଟି ସିଟ ଖାଲି ପଡିଛି । ବିଲକୁ ପାସ କରାଇବା ପାଇଁ 121 ସଦସ୍ୟଙ୍କ ସମର୍ଥନ ଆବଶ୍ୟକ । ହେଲେ ଶାସକ ଦଳର 85 ସଦସ୍ୟ ଥିବା ବେଳେ ଏନଡିଏର ସଂଖ୍ୟା ଯୋଡିଲେ ମଧ୍ୟ ଏହା 100 ପାର ହେଉନାହିଁ । ଏପରି ସ୍ଥଳେ ସରକାର ଅନ୍ୟ ଦଳ ଉପରେ ନିର୍ଭର କରିବେ । ଶିବସେନା ସମର୍ଥନ କରିବା ପାଇଁ ରାଜ୍ୟସଭାରେ କିଛି ସର୍ତ୍ତ ରଖିଛି । ସେହିଭଳି କେନ୍ଦ୍ର ସରକାର ୱାଇଏସଆର କଂଗ୍ରେସ, ଟିଆରଏସ, ବିଜେଡିଓ ଆରପିଆଇ ଭଳି ଦଳଙ୍କ ସମର୍ଥନ ଲୋଡିଛନ୍ତି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.