ETV Bharat / bharat

ଆଲିଗଡରେ ସିଏଏ ହିଂସା: ପୋଲିସ ଗୁଳିରେ ଜଣେ ମୃତ

author img

By

Published : Feb 23, 2020, 7:36 PM IST

ଆଲିଗଡରେ ସିଏଏକୁ ନେଇ ବିରୋଧ ପ୍ରଦର୍ଶନ ହିଂସାର ରୂପ ନେଇଛି । ଜାମା ମସଜିଦ ପାଖରେ ଥିବା ଏକ ଟ୍ରାନ୍ସଫରମରରେ ନିଆଁ ଲଗାଇବାକୁ ଚେଷ୍ଟା କରାଯାଇଛି । ଅନ୍ୟପକ୍ଷେ ପୋଲିସ ଫାୟାରିଂରେ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ...

caa violence in aligarh
ଫଟୋ ସୌଜନ୍ୟ: @ANINewsUP

ଲକ୍ଷ୍ନୌ: ଆଲିଗଡରେ ସିଏଏକୁ ନେଇ ବିରୋଧ ପ୍ରଦର୍ଶନ ହିଂସାର ରୂପ ନେଇଛି । ଜାମା ମସଜିଦ ପାଖରେ ଥିବା ଏକ ଟ୍ରାନ୍ସଫରମରରେ ନିଆଁ ଲଗାଇବାକୁ ଚେଷ୍ଟା କରାଯାଇଛି । ଏହାସହ ପୋଲିସ ଗାଡିରେ ପଥର ମାଡ କରାଯାଇଥିବା ସୂଚନା ମିଳିଛି । ଅନ୍ୟପକ୍ଷେ ପୋଲିସ ଫାୟାରିଂରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

caa violence in aligarh
ଫଟୋ ସୌଜନ୍ୟ: @ANINewsUP

ଆଲିଗଡ ଡିଏମ୍ ଚନ୍ଦ୍ରଭୂଷଣ ସିଂହଙ୍କ କହିବାନୁସାରେ, ଆନ୍ଦୋଳନକାରୀମାନେ ପୋଲିସ ଗାଡିକୁ ପଥର ମାଡ କରିଥିଲେ ତେଣୁ ବାଧ୍ୟ ହୋଇ ଲୁହବୁହା ଗ୍ୟାସର ପ୍ରୟୋଗ କରାଯାଇଥିଲା । ଏହାସହ ପୋଲିସ ଫାୟାରିଂ ମଧ୍ୟ କରିଥିଲା ।

ଅନ୍ୟପକ୍ଷେ ଏହି ହିଂସା ପଛରେ ଆଲିଗଡ ମୁସଲିମ ୟୁନିଭର୍ସିଟିର କିଛି ଛାତ୍ରୀ ସାମିଲ ଥିବା କହିଛନ୍ତି ଆଲିଗଡ ଜିଲ୍ଲାପାଳ । ସେମାନଙ୍କୁ ଖୋଜି ହିଂସାରେ ହୋଇଥିବା କ୍ଷତିକୁ ସେମାନଙ୍କ ଠାରୁ ଭରଣା କରାଯିବା ନେଇ କହିଛନ୍ତି ସେ ।

ଏଏନଆଇ ଇନପୁଟ ସହ ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.