ETV Bharat / bharat

‘ସିଏଏ ବିକ୍ଷୋଭକାରୀଙ୍କ ଦେଶଦ୍ରୋହ ମାମଲା ପ୍ରତ୍ୟାହାର ହେବ’

author img

By

Published : Jan 9, 2020, 9:11 PM IST

ନାଗରିକତା ସଂଶୋଧନ ଆଇନକୁ ନେଇ ବିକ୍ଷୋଭକାରୀଙ୍କ ବିରୋଧରେ ଲାଗୁ କରାଯାଇଥିବା ଦେଶଦ୍ରୋହ ମାମଲା ପ୍ରତ୍ୟାହାର ପାଇଁ ଘୋଷଣା କରିଛନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ଅଧିକ ପଢନ୍ତୁ...

caa-protestors-sedition-charges-droped-decleare-by-jharkhand-cm-hemanta-soren
ଫଟୋ ସୌଜନ୍ୟ: ଫାଇଲ ଫଟୋ

ରାଞ୍ଚି: ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ହିଂସାତ୍ମକ ପ୍ରଦର୍ଶନ କରାଯାଇଥିଲା । ଝାଡଖଣ୍ଡର ୱାସେପୁର ଅଞ୍ଚଳରେ ସିଏଏକୁ ବିରୋଧୀ ବିକ୍ଷୋଭରେ 3000 ଲୋକେ ଯୋଗ ଦେଇଥିଲେ । ସେମାନଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରାଯାଇଥିଲା । ତେବେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ସିଏଏ ବିକ୍ଷୋଭକାରୀଙ୍କ ଉପରେ ଲାଗୁ କରାଯାଇଥିବା ଦେଶଦ୍ରୋହ ମାମଲା ପ୍ରତ୍ୟାହାର ପାଇଁ ଘୋଷଣା କରିଛନ୍ତି ।

ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କହିଛନ୍ତି, ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କିମ୍ବା ଚାପ ପକାଇବା ପାଇଁ ଆଇନ ହୋଇନାହିଁ ବରଂ ସାଧାରଣ ଜନତାଙ୍କୁ ସୁରକ୍ଷିତ ରଖିବା ପାଇଁ ତିଆରି କରାଯାଇଛି । ମୋ ସରକାର ସାଧରଣ ଲୋକଙ୍କ ସରକାର ହେବା ପାଇଁ କାର୍ଯ୍ୟ କରୁଛି । ରାଜ୍ୟ ସରକାର 3000 ଲୋକଙ୍କ ଉପରେ ଲଗାଯାଇଥିବା ଦେଶଦ୍ରୋହ ମାମଲା ପ୍ରତ୍ୟାହାର ପାଇଁ ଘୋଷଣା କରିଛନ୍ତି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.