ETV Bharat / bharat

ସିଏଏ ହିଂସା: ଶାନ୍ତି ରକ୍ଷା ପାଇଁ ଜନତାଙ୍କୁ ୟୁପି ମୁଖ୍ୟମନ୍ତ୍ରୀଙ୍କ ଅପିଲ - UP CM Yogi Adityanath

ସିଏଏକୁ ନେଇ ହେଉଥିବା ବିରୋଧ ପ୍ରଦର୍ଶନ ପାଇଁ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ପ୍ରଭାବିତ ହେଉଛି। ଶାନ୍ତି ରକ୍ଷା କରିବାକୁ ଉତ୍ତର ପ୍ରଦେଶ ଜନତାଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଅପିଲ। ଆଗକୁ ପଢନ୍ତୁ...

Up cm appeal to people to maintain calm
ରାଜ୍ୟରେ ଶାନ୍ତି ପାଇଁ ଜନତାଙ୍କୁ ଯୋଗୀଙ୍କ ଅପିଲ
author img

By

Published : Dec 21, 2019, 1:44 PM IST

ଲକ୍ଷ୍ନୌ: ନାଗରିକତା ସଂଶୋଧନ ଆଇନ (ସିଏଏ) ବିରୋଧରେ ଦେଶର ବିଭିନ୍ନ ଭାଗରେ ଅଶାନ୍ତି ଦେଖିବାକୁ ମିଳିଛି। ଏପରିକି ରାଜରାସ୍ତାରେ ନିଆଁ ଜଳୁଛି। ଆନ୍ଦୋଳନକାରୀଙ୍କ ପକ୍ଷରୁ ଚାଲିଥିବା ବିକ୍ଷୋଭ ହିଂସାତ୍ମକ ହୋଇଉଠୁଛି। ଏହା ଯୋଗୁଁ ବର୍ତ୍ତମାନ ସୁଦ୍ଧା 10 ଜଣଙ୍କ ଜୀବନ ମଧ୍ୟ ଗଲାଣି। ବର୍ତ୍ତମାନ ଉତ୍ତରପ୍ରଦେଶର ସ୍ଥିତି ସଙ୍ଗୀନ ରହିଛି। ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶାନ୍ତି ପାଇଁ ୟୁପି ବାସୀଙ୍କୁ ଅପିଲ କରିଛନ୍ତି।

ସିଏଏ ବିରୋଧରେ ଚାଲିଥିବା ପ୍ରଦର୍ଶନ ନିଆଁ ଉତ୍ତରପ୍ରଦେଶକୁ ବ୍ୟାପିଛି। ଏନେଇ ୟୁପି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଥିବା ବୟାନରେ କୁହାଯାଇଛି ଯେ, ଶାନ୍ତି ପାଇଁ ନାଗରିକତା ସଂଶୋଧନ ଆଇନର ନାମରେ କିଛି ଅସାମାଜିକ ଲୋକ ଭୁଲ ବାର୍ତ୍ତା ଦେଉଛନ୍ତି। ଲୋକେ ଏହାକୁ ଗ୍ରହଣ ନକରନ୍ତୁ। ଆଇନକୁ ନିଜ ହାତକୁ ନ ନିଅନ୍ତୁ। ରାଜ୍ୟ ସରକାର ପ୍ରତି ନାଗରିକଙ୍କୁ ସୁରକ୍ଷା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଉଛନ୍ତି। ଏଥି ପାଇଁ ଆବଶ୍ୟକ ଏହା ଯେ, ସମସ୍ତ ନାଗରିକଙ୍କ ଦ୍ବାରା ଆଇନ ପାଳନ କରାଯାଉ। ପରିସ୍ଥିତିକୁ ବିଗାଡିବା ପାଇଁ କାହାକୁ ସୁଯୋଗ ଦିଆଯିବ ନାହିଁ। ବର୍ତ୍ତମାନ ରାଜ୍ୟର କିଛି ଅଞ୍ଚଳରେ ଧାରା 144 ଲାଗୁ ହୋଇଛି । ପ୍ରାୟ ଅନେକ ସ୍ଥାନରେ ସ୍ଥିତି ସଙ୍ଗୀନ ରହିଛି। ଶୁକ୍ରବାର ପୋଲିସ ଏବଂ ଆନ୍ଦୋଳନକାରୀ ମୁହାଁମୁହିଁ ହେବା ଯୋଗୁଁ ପ୍ରାୟ 6 ଜଣଙ୍କ ମୃତ୍ୟୁ ଘଟିଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.