ETV Bharat / bharat

CAA ପ୍ରଦର୍ଶନ: ରାମପୁର ହିଂସା ପଛରେ ଆଜମ ଖାନ ସମ୍ପର୍କୀୟଙ୍କ ହାତ !

CAA ବିରୋଧୀ ପ୍ରଦର୍ଶନ ସମୟରେ ରାମପୁର ହିଂସାରେ ଆଜମ ଖାନଙ୍କ ସମ୍ପର୍କୀୟଙ୍କ ହାତ ଥିବା ନେଇ ସନ୍ଦେହ । ମାମଲା ସାମ୍ନାକୁ ଆସିବା ପରେ ପୋଲିସ ଯାଞ୍ଚରେ ଲାଗିପଡିଛି । ଅଧିକ ପଢନ୍ତୁ...

rampur-violence
ଫାଇଲ ଫଟୋ
author img

By

Published : Dec 25, 2019, 4:54 PM IST

ଲକ୍ଷ୍ନୌ: ନାଗରିକତା ସଂଶୋଧନ ଆଇନକୁ ନେଇ ଉତ୍ତର ପ୍ରଦେଶରେ ହୋଇଥିବା ହିଂସାତ୍ମକ ପ୍ରଦର୍ଶନରେ ଏବେ ରାଜନୈତିକ ହାତ ଥିବା ଖବର ସାମ୍ନାକୁ ଆସୁଛି । ଏହି ରକ୍ତାକ୍ତ ବିକ୍ଷୋଭରେ ସମାଜବାଦୀ ପାର୍ଟିର ସାଂସଦ ଆଜମ ଖାନଙ୍କ ସମ୍ପର୍କୀୟଙ୍କ ହାତ ଥିବା ଅନୁମାନ କରାଯାଉଛି ।

ମାମଲା ସାମ୍ନାକୁ ଆସିବା ପରେ ପୋଲିସ ଯାଞ୍ଚରେ ଲାଗିପଡିଛି । ହିଂସା ବେଳେ ଚିହ୍ନଟ ହୋଇଥିବା 150 ଅଭିଯୁକ୍ତଙ୍କ ମଧ୍ୟରୁ କିଛି ଲୋକ ଆଜମଙ୍କ ସମ୍ପର୍କୀୟ ବୋଲି କୁହାଯାଉଛି ।

ହିଂସାରେ ଆଜମ ଖାନଙ୍କ ସମ୍ପର୍କୀୟଙ୍କ ହାତ ଥିବା ଖବର ସାମ୍ନାକୁ ଆସିବା ପରେ ପୋଲିସ 21 ତାରିଖରେ ହୋଇଥିବା ପଥରଫିଙ୍ଗା, ହିଂସାର ଷଡଯନ୍ତ୍ର ରଚିଥିବା ରାଜନୈତିକ ଦଳକୁ ନେଇ ଯାଞ୍ଚରେ ଲାଗି ପଡିଛି ।

ଗତ 21 ରାମପୁରରେ ସମାଜବାଦୀ ପାର୍ଟି ନେତା ପ୍ରଶାସନକୁ ଅନୁମତି ମାଗିଥିଲେ । ରାମପୁର ପ୍ରଶାସନ ପକ୍ଷରୁ ଅନୁମିତି ମିଳି ନଥିବା ସତ୍ତ୍ବେ ବି କାର୍ଯ୍ୟକର୍ତ୍ତା ପ୍ରଦର୍ଶନ ପାଇଁ ଲୋକଙ୍କୁ ରାସ୍ତାକୁ ଡକାଇଥିଲେ । ପରେ ପ୍ରଦର୍ଶନକାରୀ ପୋଲିସ ବ୍ୟାରିକେଡ ଭାଙ୍ଗିବା ସହ ପଥର ଫିଙ୍ଗିଥିଲେ । ହିଂସା ପ୍ରଦର୍ଶନ ସମୟରେ ଅନେକ ପୋଲିସକର୍ମୀ ଆହତ ହୋଇଥିଲେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.