ETV Bharat / bharat

ନାଗରିକତା ସଂଶୋଧନ ଆଇନ: ବିଭିନ୍ନ କଲେଜରେ ବିରୋଧ, ୟୁପିରେ 144 ଧାରା ଜାରି

author img

By

Published : Dec 16, 2019, 4:21 PM IST

ଦେଶରେ ନାଗରିକତା ସଂଶୋଧନ ଆଇନକୁ ନେଇ ବିରୋଧ ପ୍ରଦର୍ଶନ ଜାରି ରହିଛି। ଦିଲ୍ଲୀ ପରେ ବର୍ତ୍ତମାନ ଉତ୍ତରପ୍ରଦେଶରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଏପରିକି ସମଗ୍ର ଉତ୍ତରପ୍ରଦେଶରେ 144 ଧାରା ଜାରି କରାଯାଇଛି। ଜାମିୟାମିଲିୟା ଓ ଏଏମୟୁ ପରେ ଲକ୍ଷ୍ନୌରେ ନାବଡା କଲେଜ ଆଗରେ ଆନ୍ଦୋଳନକାରୀ ପ୍ରତିବାଦ କରୁଛନ୍ତି।

CAA PROTEST: 144 IN UP
ନାଗରିକତା ସଂଶୋଧନ ବିରୋଧ

ଲକ୍ଷ୍ନୌ: ଦେଶର ବିଭିନ୍ନ ସ୍ଥାନରେ ନାଗରିକତା ସଂଶୋଧନ ଆଇନକୁ ବିରୋଧ ପ୍ରଦର୍ଶନ ଜାରି ରହିଛି। ଦିଲ୍ଲୀ ପରେ ବର୍ତ୍ତମାନ ଉତ୍ତରପ୍ରଦେଶରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଏପରିକି ସମଗ୍ର ରାଜ୍ୟରେ 144 ଧାରା ଜାରି କରାଯାଇଛି। ଜାମିୟାମିଲିୟା ଓ ଏଏମୟୁ ପରେ ଲକ୍ଷ୍ନୌରେ ନାବଡା କଲେଜ ଆଗରେ ଆନ୍ଦୋଳନକାରୀ ପ୍ରତିବାଦ କରୁଛନ୍ତି। ଏପରିକି ଛାତ୍ରଙ୍କୁ କ୍ୟାମ୍ପସ ବାହାରକୁ ଆସିବାକୁ ଦେଉନାହିଁ ପୋଲିସ।

ଏହାସହ ନଦବତୁଲ ଉଲେମା କଲେଜରେ ମଧ୍ୟ ସକାଳୁ ଛାତ୍ର ଏକାଠି ହୋଇ ବିରୋଧ ପ୍ରଦର୍ଶନ କରିଥିଲେ। ଛାତ୍ରଙ୍କୁ କଲେଜ ପରିସରରେ ବାହାରକୁ ଆସିବାକୁ ଦିଆଯାଉନଥିଲା। ସେମାନେ କଲେଜ ପରିସରରୁ ଢେଲାପଥର ମାଡ କରିଥିଲେ। ହେଲେ ଏଥିରେ କାହାର କୌଣସି କ୍ଷତି ହୋଇନଥିବା ଜଣାଇଛନ୍ତି ପୋଲିସ ଡିଜି ଓ ପି ସିଂହ।

ରାଜଧାନୀ ଲକ୍ଷ୍ନୌ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ନାଗରିକତା ସଂଶୋଧନ ଆିନ ବିରୋଧରେ ପ୍ରତିବାଦ ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷେ ଆଲିଗଡର ବରିଷ୍ଠ ପୋଲିସ ଅଧିକାରୀ ଆକାଶ କୁଲହାରୀଙ୍କ କହିବା ଅନୁସାରେ, ଆଲିଗଡ ମୁସଲିମ୍ ୟୁନିଭର୍ସିଟିରେ ଏଯାବତ୍ ସ୍ଥିତି ସୁରକ୍ଷିତ ଅଛି। 25-30 ଛାତ୍ର ହଷ୍ଟେଲ ଖାଲି କରି ସାରିଲେଣି। ଏ ଘଟଣାରେ 21 ଜଣଙ୍କୁ ଗିରଫ କରାଯିବା ସହ 56ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ଏହାବ୍ୟତୀତ ପ୍ରୟାଗରାଜସ୍ଥିତ ଆହ୍ଲାବାଦ ବିଶ୍ବବିଦ୍ୟାଳରେ ଛୁଟି ଘୋଷଣା କରାଯାଇଛି। ଏଏମୟୁ ଓ ଜାମିୟାମିଲିୟାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଏହାସହିତ ବିଶ୍ବବିଦ୍ୟାଳୟରେ ହେବାକୁ ଥିବା ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଏହାସହ ହାଇଦ୍ରାବାଦର ଆଜାଦ ମୌଲନା ବିଶ୍ବବିଦ୍ୟାଳୟରେ ମଧ୍ୟ ଏହାକୁ ନେଇ ବିରୋଧ ପ୍ରଦର୍ଶନ କରାଯାଇଛି।

Intro:जामिया मिलिया इस्लामिया के छात्र लगातार एनआरसी और सीएबी बिल के खिलाफ प्रोटेस्ट कर रहे हैं कल कुछ प्रदर्शनकारी अपने उग्र हो गए थे कि बसों को और आम लोगों को वाहनों को जला दिया था

Body:और आज जामिया यूनिवर्सिटी के छात्र लगातार नंगे होकर गेट नंबर 7 के बाहर शांतिपूर्ण तरीके से प्रोटेस्ट कर रहे हैं
बाइट प्रदर्शनकारी छात्र

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.