ETV Bharat / bharat

ଉପନିର୍ବାଚନ: ଚାରି ବିଧାନସଭା ଆସନର ଚାଲିଛି ଭୋଟ ଗଣତି

ଦେଶର 4ଟି ବିଧାନସଭା ଉପନିର୍ବାଚନର ଭୋଟ ଗଣତି ଆରମ୍ଭ । ସକାଳ 8ଟାରୁ ଆରମ୍ଭ ହୋଇଛି ଗଣତି ପ୍ରକ୍ରିୟା । ଛତିଶଗଡର ଦନ୍ତେୱାଡା, ତ୍ରିପୁରାର ବଡହରଘାଟ, କେରଳର ପାଲା ଓ ଉତ୍ତରପ୍ରଦେଶର ହମିରପୁର ବିଧାନସଭା ଆସନ ଉପନିର୍ବାଚନର ଚାଲିଛି ଭୋଟ ଗଣତି ।

ପ୍ରତିକାତ୍ମକ ଫଟୋ
author img

By

Published : Sep 27, 2019, 10:28 AM IST

ନୂଆଦିଲ୍ଲୀ: ଦେଶର 4ଟି ବିଧାନସଭା ଉପନିର୍ବାଚନର ଭୋଟ ଗଣତି ଆରମ୍ଭ । ସକାଳ 8ଟାରୁ ଆରମ୍ଭ ହୋଇଛି ଗଣତି ପ୍ରକ୍ରିୟା । ଛତିଶଗଡର ଦନ୍ତେୱାଡା, ତ୍ରିପୁରାର ବଡହରଘାଟ, କେରଳର ପାଲା ଓ ଉତ୍ତରପ୍ରଦେଶର ହମିରପୁର ବିଧାନସଭା ଆସନ ଉପନିର୍ବାଚନର ଚାଲିଛି ଭୋଟ ଗଣତି । ଗଣତି ଶେଷ ପରେ ଆଜି ପ୍ରକାଶ ପାଇବ ଫଳାଫଳ ।

ନକ୍ସଲ ପ୍ରଭାବିତ ଦନ୍ତେୱାଡା ସହ ଅନ୍ୟ ତିନୋଟି ବିଧାନସଭା ଆସନ ପାଇଁ ଗତ 23 ତାରିଖରେ ଉପନିର୍ବାଚନ ହୋଇଥିଲା । ଅପ୍ରେଲ ମାସରେ ଦନ୍ତେୱାଡାର ବିଜେପି ବିଧାୟକଙ୍କ ନକ୍ସଲ ଆକ୍ରମଣରେ ପ୍ରାଣ ହରାଇବା ପରେ ଏହି ଆସନ ଖାଲି ପଡିଥିଲା। ସେହିପରି ଅପ୍ରେଲରେ ତ୍ରିପୁରାର ବଡହରଘାଟର ବିଜେପି ବିଧାୟକ ଦିଲୀପ ସରକାରଙ୍କ ଦେହାନ୍ତ ପରେ ସେଠାରେ ଉପନିର୍ବାଚନ ହୋଇଛି । ଯେଉଁଥିରେ 78 ପ୍ରତିଶତ ମତଦାତା ନିଜର ମତଦାନ ସାବ୍ୟସ୍ତ କରିଛନ୍ତି।

ସେପଟେ କେରଳର ପାଲା ଉପନିର୍ବାଚନରେ 71.48 ପ୍ରତିଶତ ମତଦାନ ହୋଇଥିବା ଖବର ରହିଛି । ଉତ୍ତରପ୍ରଦେଶର ହମିରପୁର ଉପନିର୍ବାଚନରେ ଲଢେଇ ଜୋରଦାର ହୋଇଛି । ଏଠାରୁ ବିଜେପିର ଯୁବରାଜ ସିଂହ, କଂଗ୍ରେସର ହରଦୀପକ ବିଶାଦ, ସମାଜବାଦୀ ପାର୍ଟିର ମନୋଜ ପ୍ରଜାପତି ଓ ବହୁଜନ ସମାଜ ପାର୍ଟିର ନୁସାହ ଅଲ୍ଲୀ ପ୍ରାର୍ଥୀ ହୋଇଛନ୍ତି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.