ETV Bharat / bharat

କୋଭିଡ-୧୯ ଟିକାକରଣ: କିଛି ଜଣାଅଜଣା ତଥ୍ୟ

author img

By

Published : Jan 23, 2021, 9:20 AM IST

ଟିକା ନେଇ ସମସ୍ତେ ବିନା ଭୟରେ ସ୍ୱଭାବିକ ଜୀବନଯାପନ କରିବାକୁ ଚାହୁଁଛନ୍ତି । ହେଲେ ଟିକା ନେଇ ଅନେକଙ୍କ ଆଶଙ୍କା ବି ରହିଛି । କିଛି ବଦ୍ଧମୂଳ ଧାରଣା ଲୋକଙ୍କ ମନରେ ବସା ବାନ୍ଧି ରହିଛି । ଟିକା ନେଇ କିଛି ଗୁଜବ ମଧ୍ୟ ପ୍ରଚାର ହେଉଛି । ଟିକା ନେଇ ଥିବା ସାଧାରଣ ଭ୍ରାନ୍ତ ଧାରଣା ଦୂର କରିବାକୁ ପ୍ରୟାସ କରିଛି ଇଟିଭି ଭାରତ ସୁଖିଭବଃ ଟିମ୍ । ଏନେଇ ଯଶୋଦା ହସପିଟାଲର ଜେନେରାଲ୍ ଫିଜିିସିଆନ୍ ଡକ୍ଟର ଏମ.ଭି ରାଓଙ୍କ ସହ ଆଲୋଚନା କରିଥିଲା ଇଟିଭି ଭାରତ ସୁଖିଭବଃ ଟିମ୍ ।

କୋଭିଡ-୧୯ ଟିକାକରଣର କିଛି ଜଣାଅଜଣା ତଥ୍ୟ
କୋଭିଡ-୧୯ ଟିକାକରଣର କିଛି ଜଣାଅଜଣା ତଥ୍ୟ

ଦୀର୍ଘ ଦିନର ପ୍ରତୀକ୍ଷା ଓ ଧୈର୍ଯ୍ୟ ପରେ କୋରୋନା ଟିକା ଆସିଛି । ଭାରତରେ କୋରୋନା ବିରୋଧୀ ଟିକାକରଣ ଅଭିଯାନ ଭଳି ଏକ ଭଲ ଖବର ସହ ବର୍ଷ ୨୦୨୧ ଆରମ୍ଭ ହୋଇଛି । ମହାମାରୀ ବିରୋଧରେ ଶେଷ ଲଢେଇ ଆରମ୍ଭ ହୋଇଛି । ଦେଶରେ ଆରମ୍ଭ ହୋଇଯାଇଛି କୋଭିଡ ଟିକାକରଣ । କୋଭିସିଲ୍ଡ ଓ କୋଭାକ୍ସିନ ଟିକାର ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର । ଏ ନେଇ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଛି । ଟିକା ନେଇ ସମସ୍ତେ ବିନା ଭୟରେ ସ୍ୱଭାବିକ ଜୀବନଯାପନ କରିବାକୁ ଚାହୁଁଛନ୍ତି । ହେଲେ ଟିକା ନେଇ ଅନେକଙ୍କ ଆଶଙ୍କା ବି ରହିଛି । କିଛି ବଦ୍ଧମୂଳ ଧାରଣା ଲୋକଙ୍କ ମନରେ ବସା ବାନ୍ଧି ରହିଛି । ଟିକା ନେଇ କିଛି ଗୁଜବ ମଧ୍ୟ ପ୍ରଚାର ହେଉଛି । ଟିକା ନେଇ ଥିବା ସାଧାରଣ ଭ୍ରାନ୍ତ ଧାରଣା ଦୂର କରିବାକୁ ପ୍ରୟାସ କରିଛି ଇଟିଭି ଭାରତ ସୁଖିଭବଃ ଟିମ୍ । ଏନେଇ ଯଶୋଦା ହସପିଟାଲର ଜେନେରାଲ୍ ଫିଜିିସିଆନ୍ ଡକ୍ଟର ଏମ.ଭି ରାଓଙ୍କ ସହ ଆଲୋଚନା କରିଥିଲା ଇଟିଭି ଭାରତ ସୁଖିଭବଃ ଟିମ୍ ।

୧. କୋଭିଡ ଟିକାକରଣ ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ କି ?

କୋଭିଡ -୧୯ ଟିକାକରଣ ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ ନୁହେଁ । ଲୋକେ ସ୍ୱ-ଇଚ୍ଛାରେ ଏହି ଟିକା ନେଇପାରିବେ । ତେବେ, ଆମେ ବୁଝିବା ଦରକାର ଯେ, କୋରୋନା ଭାଇରସରେ ଆକ୍ରାନ୍ତ ଲୋକ କିଛି ଦିନ ପାଇଁ ଭାଇରସ ବିରୋଧରେ ଆଣ୍ଟିବଡି ବିକଶିତ ହୋଇପାରେ । କିନ୍ତୁ ଏହା କିଛି ମାସ ପାଇଁ ହିଁ ସଂକ୍ରମଣରୁ ରକ୍ଷା କରିପାରିବ । ଏ ଦୃଷ୍ଟିରୁ ଟିକା ନେବା ହିଁ ଭଲ ଉପାୟ । ଭାଇରସର ସଫଳ ମୁକାବିଲା କରିବ ଟିକା ।

୨. ଟିକା ନ ନେଲେ ପରିଣାମ କ’ଣ ହୋଇଥାଏ ?

ଡକ୍ଟର ରାଓ କହନ୍ତି ଯେ, ଭାଇରସ ମ୍ୟୁଟ୍ ଅବସ୍ଥାକୁ ଆସିଲେ ଅକଥନୀୟ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରେ । ବିଶେଷ କରି ସହ ରୁଗଣତାରେ ପୀଡିତ ବୟସ୍କ ଲୋକଙ୍କ ଏହା ଭୀଷଣ ସମସ୍ୟା ସୃଷ୍ଟି କରେ । ଏ ପର୍ଯ୍ୟନ୍ତ କୋଭିଡ-୧୯ର ଚିକିତ୍ସା ପଦ୍ଧତି ବାହାରି ନ ଥିବାରୁ ଟିକା ନେବା ହିଁ ନିରାପଦ ବୋଲି ସୁପାରିଶ କରାଯାଇଛି ।

୩. କୋଭିଡ-୧୯ରେ ପୀଡିତ ଲୋକଙ୍କୁ ଟିକା ଦିଆଯାଇପାରିବ କି ?

ନା, ଟିକାକରଣ ପୂର୍ବରୁ ସଂପୃକ୍ତ ବ୍ୟକ୍ତିଙ୍କଠାରେ ସମ୍ଭାବ୍ୟ କୋଭିଡ- ୧୯ ଲକ୍ଷଣ ଅଛି କି ନାହିଁ,ତାହା ଜାଣିବା ଅତି ଗୁରୁତ୍ୱପୂର୍ଣ୍ଣ । ଲକ୍ଷଣ ସମ୍ପୂର୍ଣ୍ଣ ଭାବେ ଉଭେଇ ଗଲେ ହିଁ ଟିକା ଦିଆଯିବା ଦରକାର । ଯଦି ଜଣେ ଲୋକ କୋଭିଡରେ ପୀଡିତ ଥାଆନ୍ତି, ତାହା ହେଲେ ସୁସ୍ଥହେବାର ୪ରୁ ୮ ସପ୍ତାହ ପରେ ହିଁ ସେ ଟିକା ନେବା ଦରକାର । ଏହା ନ ହେଲେ ଜଟିଳତା ଦେଖାଯିବ ।

୪.ଜଣକୁ କେତୋଟି ଟିକା ଦରକାର ?

୨୮ ଦିନ ମଧ୍ୟରେ ଦୁଇଟି ଡୋଜ୍ ଟିକା ଜଣେ ନେବା ଦରକାର ପଡିବ । ଯଦି ଗୋଟିଏ ଡୋଜ୍ ଦିଆଯାଏ, ତାହା ହେଲେ କୋଭିଡ ବିରୋଧରେ ଏହାର ପ୍ରତିରୋଧକ ଶକ୍ତି ୬୦ରୁ ୮୦ ପ୍ରତିଶତ ରହିବ । ଯଦି ଆମେ ସଂପୂର୍ଣ୍ଣ ସୁରକ୍ଷା ଚାହିଁବା , ତାହାହେଲେ ଦୁଇଟି ଡୋଜ୍ ଟିକା ନେବା ଜରୁରୀ । ଯଦି ଦ୍ୱିତୀୟ ଡୋଜ୍ ନେବାରେ ଡେରି ହୁଏ, ତାହା ହେଲେ କମ ଦିନରେ ଏହା ନେବା ଦରକାର ।

୫. ଅନ୍ୟ ନିୟମିତ ଔଷଧ ଓ ଟିକା ମଧ୍ୟରେ ସମ୍ଭାବ୍ୟ ଡ୍ରଗ୍ଇଂ ଟରଆକସନ୍ ଅଛି କି ?

ଡକ୍ଟର ରାଓଙ୍କ ମତରେ କୋଭିଡ-୧୯ ଟିକାର ଆଗରୁ ବ୍ୟବହାର ହେଉଥିବା ଔଷଧ ସହ କୌଣସି ସଂପର୍କ ରହେ ନାହିଁ । ତେବେ, ଯଦି ଷ୍ଟେରଏଡ୍ ବା ସେହିଭଳି କୌଣସି ମେଡିସିନ ବ୍ୟବହାର ହେଉଥାଏ, ତାହାହେଲେ ଟିକା ପୂର୍ଣ୍ଣମାତ୍ରାରେ ଆଂଟିବଡି ବିକଶିତ କରିପାରିବ ନାହିଁ ।

୬. ଅଙ୍ଗ ପ୍ରତିରୋପଣ କରିଥିବା ଲୋକେ ଟିକା ନେଇପାରିବେ କି ?

ଟ୍ରାନ୍ସପ୍ଲାଂଟ ସର୍ଜରୀ କରିଥିବା ଲୋକେ କୋଭିଡ-୧୯ ଟିକାକରଣରୁ ଦୂରେଇ ରହିଲେ ଭଲ । ତେବେ,ସେମାନେ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ ।

୭. ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳାଙ୍କୁ ଟିକା ଦିଆଯାଇପାରିବ କି ?

କୋଭିଡ-୧୯ ଟିକା ମୃତ ଭାଇରସର କଣିକା ସହ ସଂଶ୍ଲେଷିତ କରାଯାଇଥିବାର ଅବାଂଛିତ ପ୍ରଭାବ ପଡିବ ନାହିଁ ବୋଲି ଗବେଷକମାନେ କହନ୍ତି । କିନ୍ତୁ ଏ ଦିଗରେ ଯଥେଷ୍ଟ ଗବେଷଣା ହୋଇ ନ ଥିବାରୁଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳାମାନଙ୍କୁ ଟିକା ଦେବା ପାଇଁ ବାରଣ କରିଛି ସିଡିସି । ବ୍ରିଟିଶ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ, ଟିକା ନେବାର ଅନ୍ତତଃ ଦୁଇମାସ ପର୍ଯ୍ୟନ୍ତ ମହିଳାମାନେ ଗର୍ଭଧାରଣ କରିବା ଅନୁଚିତ ।

୮. ମଧୁମେହ ଓ ଟିକାକରଣ

ମଧୁମେହ ଓ ଅନ୍ୟ ରୋଗରେ ପୀଡିତ ଲୋକେ ଯେତେ ଶୀଘ୍ର ଟିକା ନେବେ, ସେତେ ଭଲ ବୋଲି କୁହାଯାଇଛି । କାରଣ ସେମାନେ ହାଇ ରିସ୍କ ଶ୍ରେଣୀରେ ଆସନ୍ତି । ସେମାନଙ୍କଠାରେ ଜଟିଳତା ଦେଖାଦେବାର ଆଶଙ୍କା ଅଧିକ ଥାଏ ।

୯. ପିଲାମାନଙ୍କୁ ଟିକା ଦିଆଯାଇପାରିବ କି ?

ଏ ନେଇ ଏ ଯାବତ କରାଯାଇଥିବା ଗବେଷଣାରୁ କିଛି ନିଷ୍ପର୍ସ ବାହାରିପାରିନାହିଁ । ତେଣୁ ୧୮ ବର୍ଷରୁ କମ୍ ପିଲାମାନଙ୍କ ପାଇଁ କୋଭିଟ ଟୀକାକରଣ ମନା ହୋଇଛି ।

୧୦. ଅନୁମୋଦିତ ଦୁଇ ଟିକା ମଧ୍ୟରୁ ମୁଁ ଗୋଟିଏ ବାଛି ପାରିବି କି ?

ନା, ଆପଣ ଟିକା ବାଛିପାରିବେ ନାହିଁ । ଅନୁମୋଦିତ ଦୁଇଟିଯାକ ଟିକା ସମାନ ଭାବେ ପ୍ରଭାବଶାଳୀ ।

୧୧. କେତେ ଦିନ ପରେ ଟିକା ପ୍ରଭାବଶାଳୀ ହୋଇପାରିବ ?

ଦ୍ୱିତୀୟ ଡୋଜ୍ ନେବାର ୨ ସପ୍ତାହ ମଧ୍ୟରେ ଟିକାର ପ୍ରଭାବ ଦେଖାଦେବ । ପ୍ରତିରୋଧକ କ୍ରିୟା ସଂକ୍ରମଣ ଆଶଙ୍କାକୁ ୭୦ ପ୍ରତିଶତ ହ୍ରାସ କରିବ । ହସପିଟାଲ ଯିବାକୁ ପଡିବ ନାହିଁ । ମୃତ୍ୟୁ ହାର ମଧ୍ୟ ହ୍ରାସ ପାଇବ ।

୧୨.ଟିକା ନେଲା ପରେ ଆମକୁ ମାସ୍କ ପିନ୍ଧିବା ଦରକାର କି ?

ଟିକା କୋରୋନା ଭାଇରସରୁ ଶତ ପ୍ରତିଶତ ସୁୁରକ୍ଷା ପ୍ରଦାନ କରି ନପାରେ । ତେଣୁ ମାସ୍କ ପରିଧାନ, ହାତ ଧୁଆ, ବିଶୋଧନ , ଶାରୀରିକ ଦୂରତା ବଜାୟ ରଖିବା ଜରରୀ । ଟିକା ନେବା ପରେ ଦୁଇ ସପ୍ତାହର ସମୟ ବେଶ୍ ଗୁରୁତ୍ବପୂର୍ଣ୍ଣ ।

୧୩. ଟିକାର ପାର୍ଶ୍ବ ପ୍ରତିକ୍ରିୟା ଥାଏ କି ?

ଅନ୍ୟ ଟିକା ପରି ଏହି ଟିକା ମଧ୍ୟ ସଂକ୍ରମଣ ପୂର୍ବରୁ ବ୍ୟବହାର କରାଯାଉଥିବାରୁ କିଛି ଲୋକ ଟିକା ପରେ ସାମାନ୍ୟ ଜ୍ୱର, ଯନ୍ତ୍ରଣା ଓ ଫୁଲା ଅନୁଭବ କରିପାରନ୍ତି । ଏସବୁ ପାଶ୍ୱର୍ ପ୍ରତିକ୍ରିୟା ଟିକା ଦକ୍ଷତାର ସୂଚକ ହୋଇଥାଏ ।

୧୪. କେତେ ଦିନ ଯାଏଁ ଟିକାର ପ୍ରଭାବ ରହିବ ?

ଟିକାର ପ୍ରଭାବ ୬ ମାସ ରହିପାରେ । ୨ ବର୍ଷ ବି ରହିପାରେ । କିନ୍ତୁ ଏ ନେଇ ସଂଗୃହୀକ ଡାଟା ଅସଂପୂର୍ଣ୍ଣ ରହିଛି । ବୁଷ୍ଟର ଡୋଜ୍‌ର ଆବଶ୍ୟକ ରହିଛି କି ନାହିଁ , ତାହା ଏବେଠାରୁ କହିହେବ ନାହିଁ । ବିଭିନ୍ନ ଦେଶରେ କୋଭିଡ ଟିକାକରଣ ଆରମ୍ଭ ହୋଇଥିଲେ ମଧ୍ୟ ଗବେଷକମାନେ ଆହୁରି ପରୀକ୍ଷାନିରୀକ୍ଷା ଚଳାଇଛନ୍ତି । ଅନେକ ପ୍ରଶ୍ନର ସ୍ପଷ୍ଟ ଜବାବ ମିଳିନାହିଁ । ତେବେ , କୋଭିଡ ଟିକାକରଣ ବାଧ୍ୟତାମୂଳକ ନ ହେଲେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.