ଭୋପାଳ: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ପୁତୁରା ତଥା ବ୍ୟବସାୟୀ ରାତୁଲ ପୁରି ଗିରଫ । ଏକ ବ୍ୟାଙ୍କ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ରାତୁଲଙ୍କୁ ଗିରଫ କରିଛି । ରାତୁଲଙ୍କୁ ମଙ୍ଗଳବାର କୋର୍ଟରେ ହାଜର କରାଯିବ ବୋଲି ଜଣାପଡିଛି ।
ପୁତୁରା ରାତୁଲଙ୍କ ଗିରଫ ପରେ କମଲନାଥ ନିଜ ପ୍ରତିକ୍ରିୟା ଦେଇଛନ୍ତି । ରାତୁଲଙ୍କ ବ୍ୟବସାୟ ସହିତ ତାଙ୍କର କୌଣସି ସମ୍ପର୍କ ନଥିବା କମଲନାଥ କହିଛନ୍ତି । ମାମଲାକୁ ଭିତ୍ତିହୀନ କହିବା ସହିତ କୋର୍ଟ ଏଥିରେ ସଠିକ ଯାଞ୍ଚ କରିବ ବୋଲି କମଲନାଥ ପ୍ରତିକ୍ରୟା ଦେଇଛନ୍ତି ।