ETV Bharat / bharat

ବ୍ୟାଙ୍କରୁ 5 କୋଟି ଋଣ ଠକେଇ ଅଭିଯୋଗରେ ଦମ୍ପତି ଗିରଫ - ହାଇଦ୍ରାବାଦ ବ୍ୟବସାୟୀ ଦମ୍ପତି ଗିରଫ

ତେଲେଙ୍ଗାନାର ଏକ ବ୍ୟାଙ୍କରୁ 5 କୋଟି ଋଣ ଠକେଇ ଅଭିଯୋଗରେ ପୋଲିସ ଜଣେ ବ୍ୟବସାୟୀ ଦମ୍ପତିଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ...

Business couple arrested for 5 crore loan fraud in Telengana
ବ୍ୟାଙ୍କରୁ 5 କୋଟି ଋଣ ଠକେଇ ଅଭିଯୋଗରେ ଦମ୍ପତି ଗିରଫ
author img

By

Published : Nov 19, 2020, 3:19 PM IST

ହାଇଦ୍ରାବାଦ: ଭାରତୀୟ ବ୍ୟାଙ୍କରୁ 5 କୋଟି ଟଙ୍କା ଋଣ ଅଭିଯୋଗରେ ହାଇଦ୍ରାବାଦ ଶାଦନଗର ପୋଲିସ ଗତ ବୁଧବାର ରିୟଲ ଇଷ୍ଟେଟର ବ୍ୟବସାୟୀ ଦମ୍ପତିଙ୍କୁ ଗିରଫ କରିଛି । ସେମାନେ ଘର ନିର୍ମାଣ କରିବାକୁ ଋଣ ନେଇଥିବାବେଳେ ମାସିକ କିସ୍ତି ଦେଇନପାରିବାରୁ ପୋଲିସ ତାଙ୍କୁ ଗିରଫ କରିଛି ।

ଗିରଫ ଦମ୍ପତି ହେଉଛନ୍ତି ରିୟଲ ଇଷ୍ଟେଟର ବ୍ୟବସାୟୀ ପି ପ୍ରଭାକର(47) ଓ ତାଙ୍କ ପତ୍ନୀ ପି ସରିଥା(42) । ତେବେ ଅଭିଯୁକ୍ତ ଦମ୍ପତି ଘର ନିର୍ମାଣ ଓ ଜମି କ୍ରୟ ପାଇଁ ଶାଦନଗର ଅଞ୍ଚଳରେ ଥିବା ଇଣ୍ଡିଆନ ବ୍ୟାଙ୍କରୁ 5 କୋଟି ଟଙ୍କା ଋଣ ନେଇ ମାସିକ କିସ୍ତି ପୈଠ କରୁନଥିଲେ ବୋଲି ବ୍ୟାଙ୍କର ମ୍ୟାନେଜର ମହେନ୍ଦ୍ର କାଲଭାକୋଲ ପୋଲିସ ନିକଟରେ ଅଭିଯୋଗ କରିଥିଲେ ।

ଅଭିଯୁକ୍ତ ଦମ୍ପତି ଋଣ ପାଇବା ପାଇଁ ନକଲି ଦରମା ବିବରଣୀ ଏବଂ କିଛି ଗ୍ରାହକଙ୍କର କାଗଜପତ୍ର ଦେଖାଇଥିଲେ ବୋଲି ପୋଲିସ ତଦନ୍ତରୁ ଜଣାପଡିଛି । ପୋଲିସର ପ୍ରାଥମିକତା ତଦନ୍ତରୁ ଅଭିଯୁକ୍ତ ଦମ୍ପତିଙ୍କୁ ସାକିପେଟ ଅଞ୍ଚଳରୁ ବୁଧବାର ପୋଲିସ ଗିରଫ କରିଛି । ଅଭିଯୁକ୍ତ ପ୍ରଭାକରଙ୍କ ନାମରେ ଅବଦୁଲ୍ଲାପରମେଟ, ରାଜେନ୍ଦ୍ରନଗର, ନରସିଙ୍ଗି, ମାଧପୁର ଓ କେପିଏଚବି ପୋଲିସ ଷ୍ଟେସନରେ ବିଭିନ୍ନ ଠକେଇ ଅଭିଯୋଗ ରହିଛି ବୋଲି ପୋଲିସ ସୂଚନା ଦେଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.