ETV Bharat / bharat

ଇନ୍ଧନର ମୂଲ୍ୟବୃଦ୍ଧି ବିମାନଶିଳ୍ପ ଉପରେ ପ୍ରଭାବ ପକାଉଛି: ଆଇଏଟିଏ

author img

By

Published : Jun 2, 2019, 11:55 PM IST

ଆର୍ନ୍ତଜାତୀୟ ବାୟୁ ପରିବହନ ସଂଘ(ଆଇଏଟିଏ) 2019ର ବିମାନ ପରିବହନ ଜନିତ ଲାଭ ହ୍ରାସ ପାଇଁ ଆଇଏଟିଏ ବାଣିଜ୍ୟିକ ଦ୍ବନ୍ଦ୍ବ ତଥା ବିମାନ ଇନ୍ଧନର ମୂଲ୍ୟବୃଦ୍ଧିକୁ ଦାୟୀ କରିଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ସିଓଲ: 2019ର ବିମାନ ପରିବହନରୁ ଲାଭ 38.8 ମିଲିୟନ ଡଲାର ହେବ ବୋଲି 2018ରେ ଆର୍ନ୍ତଜାତୀୟ ବାୟୁ ପରିବହନ ସଂଘ(ଆଇଏଟିଏ) ଆକଳନ କରିଥିଲା । ହେଲେ 2019ରେ ଏହି ଲାଭ ପରିମାଣ 28ମିଲିୟନ ଡଲାରରକୁ ଖସି ଆସିଥିଲା । ଏହି ଲାଭ ପରିମାଣରେ ହ୍ରାସ ପାଇଁ ଆଇଏଟିଏ ବାଣିଜ୍ୟିକ ଦ୍ବନ୍ଦ୍ବ ତଥା ବିମାନ ଇନ୍ଧନର ମୂଲ୍ୟବୃଦ୍ଧିକୁ ଦାୟୀ କରିଛି ।

ବାୟୁ ପରିବହନ କ୍ଷେତ୍ରରେ 2019ମସିହାରେ ସାମୂହିକ ବ୍ୟୟ 7.4 ପ୍ରତିଶତ ବୃଦ୍ଧି ଆଶା କରାଯାଉଥିବା ବେଳେ ରାଜସ୍ବରେ 6.5 ପ୍ରତିଶତ ବୃଦ୍ଧି ପାଇଛି । ପ୍ରତି ଯାତ୍ରୀ ପିଛା ଲାଭ 2018ରେ 6.85 ଡଲାର ରହିଥିବା ବେଳେ ଏବେ 6.12 ଡଲାରକୁ ଖସିଆସିଛି ।

2019 ବର୍ଷକୁ ମିଶାଇ ଲଗାତାର ଭାବେ 10 ବର୍ଷ ହେଲା ବାୟୁ ପରିବହନ କ୍ଷେତ୍ରରେ ମାନ୍ଦାବସ୍ଥା ପରିଲକ୍ଷିତ ହୋଇଛି । ଶ୍ରମ, ଇନ୍ଧନ ଓ ଭିତ୍ତିଭୂମିରେ କ୍ରମଶଃ ବ୍ୟୟ ବୃଦ୍ଧି ପାଉଥିବା କାରଣରୁ ଏପରି ମାନ୍ଦାବସ୍ଥା ସୃଷ୍ଟି ହୋଇଥିବା ଆଇଏଟିଏର ମହାନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଆଲେକଜାଣ୍ଡ୍ରି ଡି ଜୁନିଆକ୍‌ ପ୍ରକାଶ କରିଛନ୍ତି । ସେହିପରି ବିମାନ କମ୍ପାନୀମାନଙ୍କ ମଧ୍ୟରେ ବାଣିଜ୍ୟିକ ଦ୍ବନ୍ଦ୍ବ ମାନ୍ଦାବସ୍ଥାର ଅନ୍ୟ ଏକ କାରଣ ବୋଲି ଜୁନିଆକ୍‌ କହିଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.