ETV Bharat / bharat

2023 ଶେଷ ସୁଦ୍ଧା ଦେଶରେ ଗଡିବ ବୁଲେଟ୍ ଟ୍ରେନ

ଆଉ କିଛି ବର୍ଷ ପରେ ଦେଶର ଟ୍ରାକରେ ଗଡିବ ବୁଲେଟ୍ ଟ୍ରେନ । ଏଥିପାଇଁ ପ୍ରସ୍ତୁତି ଜୋରଦାର କରାଯାଇଛି । ଆଗାମୀ 2023 ସୁଦ୍ଧା ବୁଲେଟ୍ ଟ୍ରେନ ଚାଲୁ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ।

author img

By

Published : Sep 13, 2019, 10:24 AM IST

ଫାଇଲ ଫଟୋ

ଅହମ୍ମଦାବାଦ: ଖୁବ ଶିଘ୍ର ଅହମ୍ମଦାବାଦ-ମୁମ୍ବାଇ ମଧ୍ୟରେ ଗଡିବ ବୁଲେଟ୍ ଟ୍ରେନ । ଆଗାମୀ 2023 ସୁଦ୍ଧା ବୁଲେଟ ଟ୍ରେନ ଚାଲୁକରିବା ପାଇଁ ଜୋରଦାର ପ୍ରୟାସ ଆରମ୍ଭ କରାଯାଇଛି । ଏହି ପ୍ରୋଜେକ୍ଟ ପାଇଁ ସରକାର 17 ହଜାର କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି ।

ବୁଲେଟ ଟ୍ରେନ ପାଇଁ ଆସନ୍ତା ନଭେମ୍ବର ମାସ ସୁଦ୍ଧା 80 ପ୍ରତିଶତ ଭୂମି ଗ୍ରହଣ କାର୍ଯ୍ୟ ସମ୍ପନ୍ନ ହେବ । ଏନେଇ ନ୍ୟାସନାଲ ହାଇ ସ୍ପିଡ ରେଲ୍‌ କର୍ପୋରେସନ ଲିମିଟେଡର ପ୍ରବନ୍ଧ ନିର୍ଦ୍ଦେଶକ ଅଚଳ ଖରେ କହିଛନ୍ତି, ଏହି ପ୍ରୋଜେକ୍ଟକୁ 27ଟି ଭାଗରେ ବିଭକ୍ତ କରାଯାଇଛି ।

ତେବେ ଏହି ପ୍ରୋଜେକ୍ଟର ଟନେଲ ସମୁଦ୍ର ମଧ୍ୟରେ ନିର୍ମାଣ ହେବ । ଏହି ଟନେଲର ଡାୟାମିଟର 13.02 ମିଟର ପର୍ଯ୍ୟନ୍ତ ରହିବ । ପୂର୍ବରୁ ବୁଲେଟ୍‌ ଟ୍ରେନ ପ୍ରକଳ୍ପ ଜମି ଅଧିଗ୍ରହଣ କରିବା ସରକାରଙ୍କ ପାଇଁ ବଡ ଚ୍ୟାଞ୍ଜେଲ ଥିଲା । ପ୍ରକଳ୍ପ ପାଇଁ ମୋଟ୍‌ 1380 ହେକ୍ଟର ଭୂମି ଆବଶ୍ୟକ ଥିବାବେଳେ ପ୍ରଥମ ପର୍ଯ୍ୟାୟରେ 622 ହେକ୍ଟର ଭୂମି ଗ୍ରହଣ ସରିଛି । ଅନ୍ୟପଟେ ଜମି ଦେବାକୁ ଗୁଜୁରାଟର କିଛି ଅଞ୍ଚଳର ଲୋକେ ଜୋରଦାର ବିରୋଧ କରୁଥିବା ଦେଖିବାକୁ ମିଳିଛି ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.