ETV Bharat / bharat

ବଳଦକୁ ଟ୍ରାକ୍ଟର ପଛରେ ବାନ୍ଧି ଘୋଷାଡି ନେଲା ନିର୍ଦ୍ଦୟ ମଣିଷ - ନିର୍ଦ୍ଦୟ ମଣିଷ ବଳଦକୁ ନେଲା ଘୋଷାଡି

ନିର୍ଦ୍ଦୟତା ଓ କ୍ରୁରତାର ସମସ୍ତ ସୀମା ଲଙ୍ଘିଲା ମଣିଷ । ଟ୍ରାକ୍ଟର ପଛରେ ବଳଦକୁ ବାନ୍ଧି ଘୋଷାଡି ଘୋଷାଡି ନେଉଥିବାର ଏକ ହୃଦୟ ବିଦାରକ ଦୃଶ୍ୟ ରାଜସ୍ଥାନରେ ଦେଖିବାକୁ ମିଳିଛି । ଅଧିକ ଖବର ପଢନ୍ତୁ...

bull dragged
ବଳଦକୁ ଟ୍ରାକ୍ଟରେ ଘୋଷାଡି ନେଲା ନିର୍ଦ୍ଦୟ ମଣିଷ
author img

By

Published : Feb 15, 2020, 2:23 PM IST

ଜୟପୁର: ମାନବିକତାର ସମସ୍ତ ସୀମା ଡେଇଁଲା ମଣିଷ । ନୀରିହ ପଶୁ ଉପରେ ନିର୍ମମ ଅତ୍ୟାଚାର କରିଛି। ଟ୍ରାକ୍ଟର ପଛରେ ଏକ ବଳଦକୁ ବାନ୍ଧି 5 କିମି ବାଟ ଯାଏଁ ଘୋଷାଡି ଘୋଷାଡି ନେଉଥିବାର ହୃଦୟ ବିଦାରକ ଦୃଶ୍ୟ ଭାଇରାଲ ହେଉଛି । ଏହି ଭିଡିଓଟି ସାମ୍ନାକୁ ଆସିବା ପରେ ଜଣାପଡିଛି ଏହା ଜୟପୁରର ଏକ ବସ୍ସି ଅଞ୍ଚଳର ।

ବଳଦକୁ ଟ୍ରାକ୍ଟର ପଛରେ ବାନ୍ଧି ଘୋଷାଡି ନେଲା ନିର୍ଦ୍ଦୟ ମଣିଷ

କେତେକ ସରକାରୀ ହେଉ ଅବା ସ୍ବୟଂ ସେବା ସଂସ୍ଥାରେ ପଶୁ-ପକ୍ଷୀ ସୁରକ୍ଷା ଦିଗରେ କାମ କରୁଛନ୍ତି । କିନ୍ତୁ ଥମୁନି ପଶୁଙ୍କ ଉପରେ ଅତ୍ୟାଚାର । ଏହି ଘଟଣା ବିଷୟରେ ଯେତେବେଳେ ଏକ ସଂସ୍ଥାକୁ ଖବର ମିଳିଲା । ସେଠାରେ ତୁରନ୍ତ ପହଞ୍ଚି ବଳଦକୁ ଉଦ୍ଧାର କରିବା ସହ ଚିକିତ୍ସା ପାଇଁ ପଠାଇଛି ।

ଅନ୍ୟପଟେ, ଉଦ୍ଧାର କରିଥିବା ସଂସ୍ଥା ପକ୍ଷରୁ ନିକଟସ୍ଥ ଥାନାରେ ମାମଲା ରୁଜୁ କରାଯିବା ପରେ ଅଭିଯୁକ୍ତକୁ ଖୋଜୁଛି ପୋଲିସ । ସୂଚନାଯୋଗ୍ୟ, ପଶୁଙ୍କ ପ୍ରତି ଅତ୍ୟାଚାର ରୋକିବାକୁ ଅଧିନିୟମ ରହିବା ସତ୍ତ୍ବେ ଜୟପୁର ଭଳି ସ୍ଥାନରେ ପଶୁଙ୍କ ପ୍ରତି ନିର୍ଦ୍ଦୟତା ଓ କ୍ରୁରତା ଦେଖିବାକୁ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.