ହାଇଦ୍ରାବାଦ: ଅଭାବରୁ ଉଦ୍ଭାବନ । ଛୁଇଁଲେ ଜଳୁଛି ବଲ୍ବ। ଏକଥାକୁ ପ୍ରମାଣିତ କରିଛନ୍ତି ତେଲଙ୍ଗାନାର ଓ୍ବାରାଙ୍ଗଲ ଜିଲ୍ଲାର କାନୁରପେଟା ଗ୍ରାମର ଶଙ୍କରାଚାରୀ । ଶଙ୍କରାଚାରୀ ଏପରି ଏକ ବିଦ୍ୟୁତ ବଲ୍ବ ତିଆରି କରିଛନ୍ତି ଯାହାକୁ ଛୁଇଁଲେ ଜଳିବ ।
ତେବେ ଏହି ବଲବ ମଣିଷ ଶରୀରରେ ଲାଗିଲେ ହିଁ ଜଳିଉଠିବ । ଏଭଳି ବଲବ ବାହାର କରିବା ପରେ ସେ ତାଙ୍କ ବନ୍ଧୁମାନଙ୍କୁ ଅବଗତ କରାଇଥିଲେ । ଏହାର ସତ୍ୟତା ପ୍ରମାଣିତ କରିବା ପାଇଁ ସମସ୍ତେ ଏହାକୁ ପରୀକ୍ଷା କରିଥିଲେ । ପରେ ଶଙ୍କରାଚାରୀଙ୍କ ପରୀକ୍ଷା ସଫଳ ହୋଇଥିଲା । ଏହି ଉଦ୍ଭାବନ ପରେ ତାଙ୍କ ନିକଟକୁ ଅଜସ୍ର ଶୁଭେଚ୍ଛା ଛୁଟିବାରେ ଲାଗିଛି ।