ନୂଆଦିଲ୍ଲୀ: ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନର ଆଜି ଦ୍ବିତୀୟ ଦିନ । ଦିଲ୍ଲୀ ହିଂସାକୁ ନେଇ ରାଜ୍ୟସଭାରେ ହୋହଲ୍ଲା । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହକୁ ଅପରାହ୍ନ 2 ଯାଏ ମୁଲତବୀ ରଖିଲେ ଉପରାଷ୍ଟ୍ରପତି । ସେହିପରି, ଲୋକସଭାରେ ମଧ୍ୟ ବିରୋଧୀ ହଙ୍ଗାମା କରିଥିବାରୁ ପ୍ରଥମେ 12ଟା, ପରେ 2 ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି।
ସୂଚନାଯୋଗ୍ୟ, ଗତକାଲି ମଧ୍ୟ ଦିଲ୍ଲୀ ହିଂସା ପାଇଁ ଗୃହ ଚାଲି ପାରିନଥିଲା। ଗୃହମନ୍ତ୍ରୀଙ୍କ ଅମିତ ଶାହାଙ୍କ ଇସ୍ତଫା ଦାବି ସହ ହଙ୍ଗାମା କରିଥିଲେ। ଫଳରେ ମଙ୍ଗଳବାର 11ଟା ଯାଏ ଗୃହକୁ ମୁଲତବୀ ରଖାଯାଇଥିଲା । ତେବେ ଆଜିର ଅଧିବେଶନରେ ଦିଲ୍ଲୀ ହିଂସାକୁ ନେଇ ମୁଲବତୀ ପ୍ରସ୍ତାବ ଆଣିଥିଲେ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ ।
@ANI