ETV Bharat / bharat

ବଜେଟ ଅଧିବେଶନ: ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବର୍ଜନ କରିବେ 16 ବିରୋଧୀ ଦଳ

author img

By

Published : Jan 28, 2021, 4:58 PM IST

ବଜେଟ ଅଧିବେଶନର ପ୍ରଥମ ଦିନରେ ସଂସଦର ଉଭୟ ଗୃହକୁ ସମ୍ବୋଧନ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହି ଅଭିଭାଷଣକୁ ବର୍ଜନ କରିବା ନେଇ ନିଷ୍ପତ୍ତି ନେଇଛନ୍ତି କଂଗ୍ରେସ, ତୃଣମୂଳ କଂଗ୍ରେସ, ଶିବସେନା, ଅକାଳୀଦଳ, ଆମ ଆଦମୀ ପାର୍ଟି, ଏନସିପି ସମେତ 16 ବିରୋଧୀ ଦଳ । ଅଧିକ ପଢନ୍ତୁ...

ବଜେଟ ଅଧିବେଶନ: ରାଷ୍ଟ୍ରପତିଙ୍କ ଅଭିଭାଷଣର ବହିଷ୍କାର କରିବେ 16 ବିରୋଧୀ ଦଳ

ନୂଆଦିଲ୍ଲୀ: ଶୁକ୍ରବାର ଠାରୁ ଆରମ୍ଭ ହେଉଥିବା ବଜେଟ ଅଧିବେଶନର ପ୍ରଥମ ଦିନରେ ସଂସଦର ଉଭୟ ଗୃହକୁ ସମ୍ବୋଧନ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ତେବେ ରାଷ୍ଟ୍ରପତିଙ୍କ ଏହି ଅଭିଭାଷଣକୁ ବର୍ଜନ କରିବା ନେଇ ନିଷ୍ପତ୍ତି ନେଇଛନ୍ତି କଂଗ୍ରେସ , ତୃଣମୂଳ କଂଗ୍ରେସ, ଶିବସେନା, ଅକାଳୀଦଳ, ଆମ ଆଦମୀ ପାର୍ଟି, ଏନସିପି ସମେତ 16 ବିରୋଧୀ ଦଳ ।

କଂଗ୍ରେସର ବରିଷ୍ଠ ନେତା ଗୁଲାମନବୀ ଆଜାଦ କହିଛନ୍ତି, 16 ରାଜନୈତିକ ଦଳ ପକ୍ଷରୁ ଏକ ବୟାନ ଜାରି କରାଯାଇଛି । ଏହି ବୟାନରେ କୁହାଯାଇଛି ଯେ ଆମେ ରାଷ୍ଟ୍ରପତିଙ୍କ ଅଭିଭାଷଣର ବହିଷ୍କାର କରିବୁ । ଏହି ନିଷ୍ପତ୍ତି ପଛରେ ମୁଖ୍ୟ କାରଣ ରହିଛି ଯେ ତିନୋଟି କୃଷି ଆଇନକୁ ବିରୋଧୀଙ୍କ ସହ ଆଲୋଚନା ବିନା ସଂସଦରେ ପାରିତ କରାଯାଇଛି ।

ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବହିଷ୍କାର କରିବାକୁ ଯାଉଥିବା ଦଳଗୁଡିକ ମଧ୍ୟରେ କଂଗ୍ରେସ,ଏନସିପି, ଏନସି, ଡିଏମକେ, ତୃଣମୂଳ କଂଗ୍ରେସ, ଶିବସେନା, ସମାଜବାଦୀ ପାର୍ଟି, ଆରଜେଡି, ସିପିଆଇଏମ, ଆଇଜେଏମଏଲ, ଆରସିପି, ପିଡିପି, ଏମଡିଏମକେ, କେରଳ କଂଗ୍ରେସ, ଏଆଇୟୁଡିଏଫ ସାମିଲ ଅଛନ୍ତି । ଏହାସହ ଅକାଳୀ ଦଳ ଓ ଆମ ଆଦମୀ ପାର୍ଟି ମଧ୍ୟ ରାଷ୍ଟ୍ରପତିଙ୍କ ଅଭିଭାଷଣ ବହିଷ୍କାର କରିବ ବୋଲି ଜଣାପଡିଛି ।

ପରମ୍ପରା ଅନୁଯାୟୀ ସଂସଦର ଅଧିବେଶନ ଆରମ୍ଭରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ରହିବ । ଏହି ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦର ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧନ କରି ସରକାରଙ୍କ ଆଗାମୀ ଯୋଜନାର ରୋଡମ୍ୟାପ ବିଷୟରେ ଅବଗତ କରାଇବେ । ତେବେ ଏଥର ପ୍ରଥମ ଥର ପାଇଁ ସଂସଦରେ ରାଷ୍ଟ୍ରପତି ଅଭିଭାଷଣ ସମୟରେ ମଧ୍ୟ ସଦସ୍ୟ ସେଣ୍ଟ୍ରାଲ ହଲ ବ୍ୟତୀତ ଲୋକସଭା ଓ ରାଜ୍ୟସଭାରେ ବସିବେ ।

ବିରୋଧୀ ଏଥର ସଂସଦ ଅଧିବେଶନରେ ଚାଷୀ ଆନ୍ଦୋଳନର ବିଷୟକୁ ଜୋରଦାର ଉଠାଇବେ । କଂଗ୍ରେସର ଲୋକସଭାରେ ମୁଖ୍ୟ ସଚେତକ କୋଡିକୁନ୍ନିଲ ସୁରେଶ ପ୍ରଥମରୁ ହିଁ କହିଦେଇଛନ୍ତି ଯେ ଆମେ ଚାଷୀଙ୍କ ସମସ୍ୟା ଉପରେ ସଂସଦରେ ଚର୍ଚ୍ଚା ଓ ଆଲୋଚନା ପାଇଁ ମୁଲତବୀ ପ୍ରସ୍ତାବ ଭଳି ସମସ୍ତ ଉପାୟ ଅବଲମ୍ବନ କରାଯିବ । ତେବେ ଏହାର ପ୍ରମାଣ ରାଷ୍ଟ୍ରପତିଙ୍କ ଅଭିଭାଷଣର ବହିଷ୍କାରରୁ ସ୍ପଷ୍ଟ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.