ଲକ୍ଷ୍ନୌ: ବିଏସପି ନେତାଙ୍କୁ ଗୁଳି କରି ହତ୍ୟା । ଗତ ଶନିବାର ଉତ୍ତରପ୍ରଦେଶର କାନପୁରର ଚକେରୀ ପୋଲିସ ଷ୍ଟେସନ ନିକଟରେ ଜଣେ ବହୁଜନ ସମାଜବାଦୀ ପାର୍ଟୀ ନେତାଙ୍କୁ ଗୁଳିକରି ହତ୍ୟା କରାଯାଇଛି । କାନପୁର ସହର ଏସଏସପି ଦୀନେଶ କୁମାର ପ୍ରଭୁ ଗଣମାଧ୍ୟମକୁ କହିଛନ୍ତି, ଆକ୍ରମଣକାରୀମାନେ ତାଙ୍କୁ ହତ୍ୟା କରିବା ପୂର୍ବରୁ ତାଙ୍କ କାରକୁ ଫଲୋ କରିଥିଲେ ।
ପିଣ୍ଟୁ ସେଙ୍ଗର ନାମକ ବିଏସପି ନେତା ସମ୍ପତ୍ତି ଡିଲର ଭାବେ କାମ କରନ୍ତି । ତେବେ ଗତ ଶନିବାର 4 ଜଣ ଅଜଣା ବ୍ୟକ୍ତି ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଆକ୍ରମଣକାରୀମାନେ ବାଇକ ଯୋଗେ ଆସିଥିଲେ । ସେ କାରରୁ ଓହ୍ଲାଇବା ମାତ୍ରେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ।
ଘଟଣା ପରେ ବିଏସପି ନେତା ନେତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲକୁ ନିଆଯାଇଥିଲ । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଯେଉଁଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଏପଟେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
@ANI