ଚଣ୍ଡିଗଡ: ପଞ୍ଜାବ ଫିରୋଜପୁର ନିକଟରେ BSF କୁ ବଡ ସଫଳତା । ପଞ୍ଜାବ ଫିରୋଜପୁର ଜିଲ୍ଲାର ଅବୋହାରରେ ଥିବା ଭାରତ-ପାକ୍ ସୀମାରେ ବିଏସଏଫ ଯବାନଙ୍କ ଦ୍ୱାରା ଏକ ବଡ ଧରଣର ଅସ୍ତ୍ରଶସ୍ତ୍ର ଚୋରା ଚାଲାଣକୁ ପଣ୍ଡ କରାଯାଇଛି ।
ବିଏସଏଫ ଯବାନମାନେ 3ଟି ଏକେ 47, 6ଟି ମାଗାଜିନ, 91 ରାଉଣ୍ଡସ, 2ଟି ଏମ16 ରାଇଫଲ, 4ଟି ମାଗାଜିନ ଏବଂ 57 ରାଉଣ୍ଡ୍ସ, ଦୁଇଟି ପିସ୍ତଲ, 4ଟି ମାଗାଜିନ୍ ଏବଂ 20 ରାଉଣ୍ଡ୍ସ ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି ।
ସୀମାରେ ଏହା ପ୍ରଥମ ଚୋରା ଚାଲାଣ ଘଟଣା ନୁହେଁ । ଏହାପୂର୍ବରୁ ମଧ୍ୟ ବହୁ ଥର ସୀମାରେ ଏହିଭଳି ଅସ୍ତ୍ରଶସ୍ତ୍ର ଜବତ ହୋଇଛି ବୋଲି କହିଛନ୍ତି ବିଏସ୍ଏଫ୍ ସେକ୍ଟର ଡିଜି ଯଶୋବନ୍ତ ସିଂ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ