ETV Bharat / bharat

ଭାରତ-ପାକିସ୍ତାନ ସୀମାର ସୁରକ୍ଷା ବ୍ୟବସ୍ଥା ତଦାରଖ କରିବେ ବିଏସଏଫ୍ ଡିଜି - ଭାରତ-ପାକିସ୍ତାନ ସୀମା

ଭାରତ-ପାକିସ୍ତାନ ସୀମାରେ ଥିବା କୁଚ ଜିଲ୍ଲାରେ ଅନ୍ତରାଷ୍ଟ୍ରୀୟ ସୀମାର ସୁରକ୍ଷା ବ୍ୟବସ୍ଥା ତଦାରଖ କରିବେ ସୀମା ସୁରକ୍ଷା ବାହିନୀର ମହାନିର୍ଦ୍ଦେଶକ ଏସ ଏସ ଦେଶୱାଲ ।

BSF chief
BSF chief
author img

By

Published : Jun 12, 2020, 6:25 PM IST

ଅହମ୍ମଦାବାଦ: ଭାରତ-ଚୀନ ମଧ୍ୟରେ ସୀମା ବିବାଦ ଜାରି ରହିଥିବା ବେଳେ ଭାରତ-ପାକିସ୍ତାନ ସୀମାରେ ସୁରକ୍ଷା ବ୍ୟବସ୍ଥା ତଦାରଖ କରିବେ ବିଏସଏଫ୍ ମହାନିର୍ଦ୍ଦେଶକ । ଏନେଇ ଦୁଇ ଦିନିଆ ଗୁରୁରାଟ ଗସ୍ତରେ ଯାଇଛନ୍ତି ସୀମା ସୁରକ୍ଷା ବାହିନୀର ମହାନିର୍ଦ୍ଦେଶକ ଏସଏସ ଦେଶୱାଲ । ଭାରତ-ପାକିସ୍ତାନ ସୀମାରେ ଥିବା କୁଚ ଜିଲ୍ଲାରେ ସେ ଅନ୍ତରାଷ୍ଟ୍ରୀୟ ସୀମାର ସୁରକ୍ଷା ବ୍ୟବସ୍ଥା ତଦାରଖ କରିବେ । ଏନେଇ ଶୁକ୍ରବାର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

ତେବେ ଦାୟୀତ୍ବ ସମ୍ଭାଳିବା ପରେ ଦେଶୱାଲ ପ୍ରଥମ ଥର ପାଇଁ ପାକିସ୍ତାନ ସୀମାକୁ ଲାଗିରହିଥିବା କୁଚ ଗସ୍ତ କରିଛନ୍ତି । ସେ ଚଳିଚ ବର୍ଷ ମାର୍ଚ୍ଚ ମାସରେ ବିଏସଏଫର ଡିଜି ଭାବରେ ଦାୟୀତ୍ବ ଗ୍ରହଣ କରିଥିଲେ ।

ଗୁରୁବାର ଦିନ ଭୁଜ ପହଞ୍ଚିବା ପରେ ବିଏସଏଫ ମୁଖ୍ୟ ଦେଶୱାଲ ବିଏସଏଫ ଇନ୍ସପେକ୍ଟର ଜି ଏସ ମଲିକ, କୁଚ-ପଶ୍ଚିମ ପୋଲିସ ଅଧୀକ୍ଷକ ସୌରଭ ତୋଲୁମ୍ବିଆ ଆଦି ବରିଷ୍ଠ ଅଧିକାରୀଙ୍କ ସହ ଉଚ୍ଚସ୍ତରୀୟ ବୈଠକର ଅଧ୍ୟକ୍ଷତା କରିଥିଲେ ।

@PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.