ETV Bharat / bharat

ଗୁଜୁରାଟ ସୀମାରୁ 2 ପାକିସ୍ତାନୀ ନାଗରିକ ଗିରଫ

author img

By

Published : Oct 21, 2019, 11:18 PM IST

ଗୁଜୁରାଟର କଚ୍ଛ ତଟ ନିକଟରେ ମାଛଧରା ଡଙ୍ଗା ସହ 2 ପାକିସ୍ତାନୀ ନାଗରିକଙ୍କୁ ଗିରଫ କରିଛନ୍ତି ବିଏସଏଫ ଯବାନ ।

ଫାଇଲ ଫଟୋ

ଗାନ୍ଧୀନଗର: ଗୁଜୁରାଟର କଚ୍ଛ ତଟ ନିକଟରେ ମାଛଧରା ଡଙ୍ଗା ସହ 2 ପାକିସ୍ତାନୀ ନାଗରିକଙ୍କୁ ଗିରଫ କରାଯାଇଛି । ବିଏସଏଫ ଯବାନ କଚ୍ଛ ତଟ ନିକଟସ୍ଥ ହରାମୀ ନାଲେରୁ ଏହି ପାକିସ୍ତାନୀ ନାଗରିକଙ୍କୁ ଗିରଫ କରିଛନ୍ତି ।

ସୂଚନା ମୁତାବକ, ସୋମବାର ସନ୍ଧ୍ୟା ସମୟରେ କିଛି ବିଏସଏଫ ଯବାନ ଭାରତ-ପାକିସ୍ତାନ ଆନ୍ତର୍ଜାତିକ ଜଳସୀମା ସର କ୍ରିକ କ୍ଷେତ୍ରରେ ପାଟ୍ରୋଲିଂ କରୁଥିଲେ । ଏହି ସମୟରେ ସେମାନେ ମାଛଧରା ଡଙ୍ଗା ସହ 2 ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଦେଖିଥିଲେ । ତେବେ ଯବାନଙ୍କୁ ଦେଖି ଉଭୟ ଡଙ୍ଗା ଛାଡି ଦୌଡି ପଳାଇବାର ପ୍ରୟାସ କରିଥିଲେ । କିନ୍ତୁ ଭାରତୀୟ ଯବାନ ସେମାନଙ୍କୁ ଧରିବାରେ ସଫଳ ହୋଇଥିଲେ ।

ତେବେ ଉଭୟ ପାକିସ୍ତାନୀ ନାଗରିକଙ୍କୁ ଗିରଫ କରିବା ସହ ମାଛଧରା ଡଙ୍ଗାଟିକୁ ଜବତ କରାଯାଇଛି । ସେପଟେ ଘଟଣାପରେ ସର୍ଚ୍ଚ ଅପରେସନ ଜୋରଦାର କରିବା ସହ ମାମଲାର ତଦନ୍ତ ଜାରି ରହିଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.