ETV Bharat / bharat

କୋରୋନା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ବି.ଏସ ୟେଦ୍ୟୁରପ୍ପା - covid 19

କୋରୋନା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ବି.ଏସ ୟେଦ୍ୟୁରପ୍ପା । ଭିଡିଓ କନଫରେସିଂ ଜରିଆରେ ଜିଲ୍ଲାପାଳ , ବିଧାୟକ ଓ ସାଂସଦଙ୍କ ସହ କୋରୋନା ସ୍ଥିତିର କଲେ ସମୀକ୍ଷା । ଅଧିକ ପଢନ୍ତୁ...

b.s yedurappa to review the current situation of covid 19 by video conferencing
କୋରୋନା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ବି.ଏସ ଏଦୁରପ୍ପା
author img

By

Published : May 2, 2020, 4:35 PM IST

ବେଙ୍ଗାଲୁରୁ : କୋରୋନା ପାଇଁ ସବୁଠି ଭୟ ଓ ଆତଙ୍କ । ଭାରତ ସମେତ ପାଖାପାଖି 212 ଦେଶକୁ ଗ୍ରାସ କରିଛି ଏହି ମହାମାରୀ । ଭାରତରେ 37336 କୋରୋନା ଆକ୍ରନ୍ତ ଚିହ୍ନଟ ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା 1218 ଛୁଇଁଲାଣି । ସଂକ୍ରମଣ ଉପରେ ରୋକ ଲଗାଇବା ପାଇଁ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ଏପରିକି ଲକ ଡାଉନର ଅବଧିକୁ ମଧ୍ୟ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଏପରିକି କେତେକ ସରକାର ନିଜ ରାଜ୍ୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି ।

ଏହି କ୍ରମରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବି.ଏସ ୟେଦ୍ୟୁରପ୍ପା ଭିଡିଓ କନଫରେସିଂ ଜରିଆରେ କୋରୋନା ସଂକ୍ରମିତ ଜିଲ୍ଲାର ଜିଲ୍ଲାପାଳଙ୍କ ଆଲୋଚନା କରିଥିଲେ । କେବଳ ସେତିକି ନୁହେଁ କିଛି ଜିଲ୍ଲାର ମନ୍ତ୍ରୀ, ବିଧାୟକ ଓ ସାସଂଦଙ୍କ ସହ କୋରୋନା ସ୍ଥିତି ନେଇ ସମୀକ୍ଷା କରିଥିଲେ । ଜିଲ୍ଲାରେ କିଭଳି କୋରୋନା ସ୍ଥିତି ରହିଛି, ଏହାକୁ କିପରି ରୋକା ଯାଇପାରିବ ସେନେଇ ଆଲୋଚନା କରାଯାଇଥିଲା । ବୌଠକରେ ରାଜ୍ୟ ବାହାରେ ଫସି ଥିବା ଫସିଥିବା ଶ୍ରମିକଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରାଯିବା ବୋଲି ନିଷ୍ପତ୍ତି ନିଆଯାଇଛି । ତେବେ କର୍ଣ୍ଣାଟକରେ କୋରୋନା ପଜେଟିଭ 589 ଥିବା ବେଳେ 22 ଜଣଙ୍କର ମୃତ୍ୟୁ ହୋଇଛି ଏବଂ 251 ଜଣ ଆରୋଗ୍ୟ ହୋଇଛନ୍ତି ।

ସୌଜନ୍ୟ @ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.